ETV Bharat / bharat

ମୋଦି-ଶାହଙ୍କୁ ଆଶ୍ବସ୍ତି: ଆମେରିକା କୋର୍ଟରେ ଖାରଜ ହେଲା 100 ମିଲିୟନ୍ ଡଲାର ମାମଲା - 10 ହଜାର ଡଲାର ମାମଲା ଖାରଜ

ଆମେରିକା କୋର୍ଟରେ ମୋଦି ଓ ଶାହାଙ୍କ ନାଁରେ ରୁଜୁ ହୋଇଥିବା ହୋଇଥିବା ମାମଲା ଖାରଜ । ମକଦ୍ଦମାକୁ ଖାରଜ କଲେ ଆମେରିକାର ଦକ୍ଷିଣ ଟେକ୍ସାସ୍ ଜିଲ୍ଲା କୋର୍ଟର ଜଜ୍ ଫ୍ରାନ୍ସିସ୍ ଏଚ୍ ଷ୍ଟାସି । ଅଧିକ ପଢନ୍ତୁ...

ମୋଦି ଓ ଶାହାଙ୍କ ନାଁରେ ରୁଜୁ ହୋଇଥିବା 10 ହଜାର ଡଲାର ମାମଲା ଖାରଜ

author img

By

Published : Dec 15, 2020, 8:48 PM IST

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଶ୍ବସ୍ତି । ଉଭୟଙ୍କ ବିରୋଧରେ ଆମେରିକାର ଏକ କୋର୍ଟରେ ରୁଜୁ ହୋଇଥିବା 100 ମିଲିୟନ୍ ଡଲାର ମକଦ୍ଦମା ଖାରଜ ହୋଇଯାଇଛି । ଏହି ମାମଲା ଜଣେ କାଶ୍ମୀର ବିଛିନ୍ନତାବାଦୀ, ଖଲିସ୍ତାନ ଗୁଟଙ୍କ ସମେତ ଅନ୍ୟ 2 ଜଣ ବ୍ୟକ୍ତିଙ୍କ ଦ୍ବାରା ରୁଜୁ ହୋଇଥିଲା ।

ମାମଲାର ଶୁଣାଣି ବେଳେ 2 ତାରିଖ ଦିନ ଯାଚିକାକର୍ତ୍ତା ଉପସ୍ଥିତ ନଥିବାରୁ ମାମଲାକୁ ଖାରଜ କରି ଦିଆଯାଇଛି । ସେପ୍ଟେମ୍ବର 19, 2019ରେ ଟେକ୍ସାସର ହ୍ୟୁଷ୍ଟନରେ ଆୟୋଜିତ ହୋଇଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପରେ ଏହି ମାମଲା ଦାଏର କରାଯାଇଥିଲା।

ଏହି ଯାଚିକାରେ ଜାମ୍ମୁ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ରଦ୍ଦ କରାଯିବାକୁ ନେଇ ଭାରତ ସଂସଦର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା ।

ମୋଦି, ଶାହା ଏବଂ ଲେଫ୍ଟନାଣ୍ଟ ଜେନେରାଲ କାନୱାଲ ଜିତ ସିଂ ଢିଲୋଙ୍କଠାରୁ କ୍ଷତିପୂରଣ ହିସାବରେ ଆବେଦନକାରୀମାନେ 100 ମିଲିୟନ୍ ଡଲାର ଦାବି କରିଥିଲେ।

ଅକ୍ଟୋବର 6 ତାରିଖର ଏକ ଆଦେଶରେ ଆମେରିକାର ଦକ୍ଷିଣ ଟେକ୍ସାସ୍ ଜିଲ୍ଲା କୋର୍ଟର ଜଜ୍ ଫ୍ରାନ୍ସିସ୍ ଏଚ୍ ଷ୍ଟାସି କହିଛନ୍ତି ଯେ କାଶ୍ମୀର ଖାଲିସ୍ତାନ ରିଫରେଣ୍ଡମ ଫ୍ରଣ୍ଟ ଏହି ମାମଲାର ଶୁଣାଣି ପାଇଁ କିଛି କରି ନାହିଁ ଏବଂ ଶୁଣାଣି ପାଇଁ ଦୁଇଥର ଧାର୍ଯ୍ୟ ତାରିଖରେ ମଧ୍ୟ ଉପସ୍ଥିତ ନଥିଲେ । ଫଳରେ ବିଚାରପତି ଏହି ମାମଲାକୁ ଖାରଜ କରିଦେଇଛନ୍ତି । ଟେକ୍ସାସ୍ ଜିଲ୍ଲା କୋର୍ଟରେ ଜଜ୍ ଆଣ୍ଡ୍ରିୟୁ ହାନେନ ଅକ୍ଟୋବର 22 ରେ ମାମଲା ବନ୍ଦ କରିଥିଲେ ।

କାଶ୍ମୀର ଖାଲିସ୍ତାନ ରିଫରେଣ୍ଡମ ଫ୍ରଣ୍ଟ ବ୍ୟତୀତ ଅନ୍ୟ ଦୁଇଜଣ ଆବେଦନକାରୀଙ୍କ ପରିଚୟ ମିଳିପାରି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.