ETV Bharat / bharat

ଆଦିତ୍ୟ ଠାକରେଙ୍କୁ ବିଜେପି ବିଧାୟକଙ୍କ ଅସଦାଚରଣ ମାମଲା, ଆଜି ଶୁଣାଣି

author img

By

Published : Dec 28, 2021, 2:16 PM IST

ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ବିଜେପି ବିଧାୟକ ନୀତିଶ ରାଣେଙ୍କ ଅସଦାଚରଣ ମାମଲା । ବିଧାୟକଙ୍କ ବିରୁଦ୍ଧରେ ରୁଜୁ ମାମଲାର ଆଜି ଶୁଣାଣି । ଅଧିକ ପଢନ୍ତୁ

ଆଦିତ୍ୟ ଠାକରେଙ୍କୁ ବିଜେପି ବିଧାୟକଙ୍କ ଅସଦାଚରଣ ମାମଲା, ଆଜି ଶୁଣାଣି
ଆଦିତ୍ୟ ଠାକରେଙ୍କୁ ବିଜେପି ବିଧାୟକଙ୍କ ଅସଦାଚରଣ ମାମଲା, ଆଜି ଶୁଣାଣି

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବିଜେପି-ଶିବସେନା ମଧ୍ୟରେ ଲାଗି ରହିଛି ମୂଷା-ବିରାଡି ଲଢେଇ । କୌଣସି ନା କୌଣସି ଘଟଣାକୁ ନେଇ ମୁହାଁମୁହିଁ ହେଉଛନ୍ତି ଦଳୀୟ ନେତା । ବର୍ତ୍ତମାନ ସମୟରେ ଭାଜପା ବିଧାୟକ ନୀତିଶ ରାଣେଙ୍କୁ ନେଇ ଟଣାଓଟରା ଲାଗି ରହିଛି । ଶୀତ ଅଧିବେଶନର ଦ୍ବିତୀୟ ଦିନରେ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଅସଦାଚରଣ( BJP MLA Rane ridiculing Aditya Thackeray) କରିଥିବା ଅଭିଯୋଗ ରହିଛି । ଏନେଇ ମହାରାଷ୍ଟ୍ର ସରକାରରେ ତୁମ୍ବିତୋଫନ ଚାଲୁଥିବାବେଳେ ରାଣେଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଯାହାର ଆଜି ଶୁଣାଣି ହେବ ।

ସେପଟେ ବିଧାୟକ ନୀତିଶ ରାଣେ ସିନ୍ଧୁଦୁର୍ଗ ଜିଲ୍ଲା କୋର୍ଟ(Sindhudurg district court)ରେ ଅଗ୍ରୀମ ଜାମିନ ଆବେଦନ ଫାଇଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶୀତ ଅଧିବେଶନର ଦ୍ବିତୀୟ ଦିନରେ ରାଣେ ବିଧାନସଭା ପରିସରରେ ବସିଥିବା ବେଳେ ସେହି ସମୟରେ ଭିତରକୁ ଯାଉଥିବା ଆଦିତ୍ୟ ଠାକରେଙ୍କୁ ଦେଖି ମିଆଉଁ ଶବ୍ଦ ବାହାର କରିଥିଲେ । ରାଜ୍ୟ ପର୍ଯ୍ୟାବରଣ ମନ୍ତ୍ରୀଙ୍କ ସହ ଏଭଳି ଅସଦାଚରଣ ପ୍ରତିବାଦରେ ଶିବସେନା ନେତା ତାତିଥିଲେ ଏବଂ ବିଧାୟକଙ୍କ ନିଲମ୍ବନ ଦାବିରେ ଅଡି ବସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.