ETV Bharat / bharat

ଲଗାଣ ବର୍ଷାରେ ଫସିଲା କାର, ଉଦ୍ଧାର କଲା SDRF ଟିମ

author img

By

Published : Oct 19, 2021, 12:08 PM IST

ଦେବଭୂମିରେ ଲଗାତାର ଭାବରେ ଦେଖା ଦେଇଛି ବର୍ଷା ବିପତ୍ତି। ପୁଣି ଥରେ ଉତ୍ତରାଖଣ୍ତରେ ମୌସୁମୀ ତାର କରାଳ କୋପ ଦେଖାଇଛି । ତିନିଦିନ ଧରି ଲଗାଣ ବର୍ଷା ହେବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ...

ଲଗାଣ ବର୍ଷାରେ ଫସିଲା କାର ,ଉଦ୍ଧାର କଲା SDRF ଟିମ

ଡେରାଡୁନ: ଦେବଭୂମିରେ ଲଗାତାର ଭାବରେ ଦେଖା ଦେଇଛି ବର୍ଷା ବିପତ୍ତି। ପୁଣି ଥରେ ଉତ୍ତରାଖଣ୍ତରେ ମୌସୁମୀ ତାର କରାଳ କୋପ ଦେଖାଇଛି । ତିନିଦିନ ଧରି ଲଗାଣ ବର୍ଷା ହେବାରୁ ଜନଜୀବନ ପ୍ରଭାବିତ ହୋଇଛି । ସତପୁଲି ବନ୍ଧାଣ ନିକଟରେ ଏକ କାର ପାଣି କାଦୁଆରେ ଫସି ରହିଥିବା ଦେଖିବାକୁ ମିଳିଛି ।

ଲଗାଣ ବର୍ଷା ପାଇଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ପାଣିରେ ଅଳିଆ ଆବର୍ଜନା ଆସି ରାସ୍ତା ଜାମ ହୋଇଛି । ଫଳରେ ଏକ କାର ସତପୁଲି ଅଞ୍ଚଳରେ ଏକ କାର ଫସି ରହିଛି। ସୂଚନା ପାଇବା ମାତ୍ରେ SDRF ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । କାରରେ ଫସିଥିବା ଦୁଇଜଣଙ୍କୁ ଉଦ୍ଧାର କରିଥିଲା ଟିମ ।

କାରରେ ସହିତ ଫସିଥିବା ଦୁଇଜଣ ହେଲେ କଲ୍ୟାଣ ସିଂ ଓ ରାହୁଲ ଝାଟକଡି। ସେମାନେ କୁଣ୍ଡିଗାଓଁ ବାସିନ୍ଦା। ସେମାନେ ହାନ୍ସ ଫାଉଣ୍ଡେସନ ଡାକ୍ତରଖାନାରୁ ଘରକୁ ଯାଉଥିଲେ । ଉଦ୍ଧାରକାରୀ ଦଳରେ ଆରକ୍ଷୀ ଅଧିକ୍ଷକ ସତେନ୍ଦ୍ର ସିଂ, ଆରକ୍ଷୀ ଅଧିକ୍ଷକ ଦୀନେଶ ଚାନ୍ଦ, ରାମନରେଶ ଚୌହାନ, ଜିତେନ୍ଦ୍ର ସିଂ ଏବଂ ମୁକେଶ ରାୱତ ସାମିଲ ଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.