ETV Bharat / bharat

ତାତି ସମ୍ଭାଳି ପାରୁନି କାର, ଗାଡିରେ ଗୋବର ଲିପିଲେ ମାଲିକ - କାଦୁଅରେ କାରକୁ ଢାଙ୍କିଲେ ଯାତ୍ରୀ

କର୍ଣ୍ଣାଟକରେ ଖରାରୁ ରକ୍ଷା ପାଇବା ପାଇଁ ଜଣେ ଗାଡି ମାଲିକ ମାଟି ଓ ଗୋବରରେ କାରକୁ ଢାଙ୍କିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ମାଟି-କାଦୁଅରେ କାରକୁ ଢାଙ୍କିଲେ ଯାତ୍ରୀ, ଫଟୋ ପାଇଁ ଜମିଲା ଲୋକଙ୍କ ଭିଡ

author img

By

Published : Mar 30, 2021, 6:51 PM IST

ବେଙ୍ଗାଲୁରୁ: ଗ୍ରୀଷ୍ମ ଋତୁ ଆରମ୍ଭରୁ ଦେଖା ଦେଲାଣି ଭୀଷଣ ଖରା । ତେବେ ଏହି ଖରାରୁ ରକ୍ଷା ପାଇବା ପାଇଁ କାରକୁ ଗୋବର ଓ ମାଟିର ଲେପ ଦେଇ ଜଣେ ମାଲିକ କର୍ଣ୍ଣାଟକର ତିରୁମାଳା ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିଲେ । ତେବେ ଏଭଳି ଭିନ୍ନ ଅବସ୍ଥାରେ କାରକୁ ଦେଖି ଫଟୋ ଉଠାଇବା ପାଇଁ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

ଏହି ମାଟି ଓ ଗୋବର ଲେପ ଥିବା କାରରେ ପ୍ରାୟ 4ରୁ 5 ଜଣ ଭକ୍ତ ତିରୁମାଳା ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ତେବେ ସେ ନିଜର କାରକୁ ପାର୍କିଂ ସ୍ଥାନରେ ରଖିଥିବା ବେଳେ ଏହା କାର ସହିତ ଫଟୋ ଉଠାଇବା ପାଇଁ ଲୋକମାନେ ଭିଡ ଜମାଇଥିଲେ । ଖରା ଗରମରୁ ରକ୍ଷା ପାଇବା ପାଇଁ କାର ମାଲିକ କାଦୁଅ ଓ ଗୋବରରେ କାରରେ ଲେପ ଦେଇଥିଲେ । ଏହି ଲେପ ଥଣ୍ଡା ପ୍ରଦାନ କରିଥାଏ ବୋଲି କାର ଡ୍ରାଇଭର କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.