ETV Bharat / bharat

ଛାତିରେ ରଙ୍ଗ ବୋଳି ବରଗଡରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି - ବରଗଡରେ କ୍ୟାନସର ହସ୍ପିଟାଲ

ନିଜ ଶରୀରରେ ହୋଲିର ରଙ୍ଗରେ ବରଗଡ ପାଇଁ କ୍ୟାନସର ହସ୍ପିଟାଲର ଦାବି କରିଛନ୍ତି କର୍କଟ ରୋଗୀ ତଥା ସାମାଜିକ କର୍ମୀ ଅଶ୍ବିନୀ ଦର୍ଜୀ । ଅଧିକ ପଢନ୍ତୁ...

ଛାତିରେ ରଙ୍ଗ ବୋଳି ବରଗଡରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି

author img

By

Published : Mar 29, 2021, 5:48 PM IST

ବରଗଡ: ହୋଲିର ରଙ୍ଗରେ ରଙ୍ଗୀନ ସାରା ରାଜ୍ଯ । ଆଉ ଏହି ହୋଲି ପର୍ବ ପାଳନ ମଧ୍ୟରେ ଏକ ଏପରି ଫଟୋ ସାମ୍ନାକୁ ଆସିଛି, ଯାହା ବିକାଶର ରଙ୍ଗୀନ ଚିତ୍ରର ସ୍ବପ୍ନ ଦେଖାଉଥିବା ସରକରାଙ୍କୁ କିଛି କ୍ଷଣ ଭାବିବାକୁ ବାଧ୍ୟ କରିବ । ନିଜ ଶରୀରରେ ହୋଲିର ରଙ୍ଗରେ ବରଗଡ ପାଇଁ କ୍ୟାନସର ହସ୍ପିଟାଲର ଦାବି କରିଛନ୍ତି କର୍କଟ ରୋଗୀ ତଥା ସାମାଜିକ କର୍ମୀ ଅଶ୍ବିନୀ ଦର୍ଜୀ ।

ପଶ୍ଚିମ ଓଡିଶାର ବରଗଡରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ 2020 ଜାନୁଆରୀ 21ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଣାକୁ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବରଡଗବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଖାଇଥିବା ସ୍ବପ୍ନ ଏଯାଏଁ ପୁରା ହୋଇପାରିନାହିଁ ।

ବୁର୍ଲା VIMSARରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ସୀମିତ ସୁବିଧା ରହିଛି । ଏହି ରୋଗରେ ପୀଡିତ ସାଧାରଣତଃ ଚିକିତ୍ସା ପାଇଁ କଟକର ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ କିମ୍ବା ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ଯାଇଥାନ୍ତି ।

ବରଗଡ ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢି ବଢି ଯାଉଥିବା ବେଳେ ଅଞ୍ଚଳବାସୀ ଏକ ସ୍ବତନ୍ତ୍ର ହସ୍ପିଟାଲ ଦାବିରେ ବହୁ ବାର ଆନ୍ଦୋଳନ କରିଆସୁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନିଜେ ଦୁଇ ଦୁଇ ଥର ବରଗଡବାସୀଙ୍କୁ ପ୍ରତିଶ୍ରୃତି ଦେଇ ଭୋଟ ହାତେଇ ନେଇଗଲେ ପଛେ ହେଲେ ନିର୍ମାଣ କାମ ଆରମ୍ଭ ହେଲା ନାହିଁ । ଫଳରେ ବହୁ କ୍ୟାନସର ରୋଗୀ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.