ETV Bharat / bharat

Ek Vivah Aisa Bhi: ଉତ୍ତରାଖଣ୍ଡ ଯୁବତୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କଲେ କାନାଡା ସାଂସଦଙ୍କ ପୁଅ - ଉତ୍ତର ପ୍ରଦେଶ ଖବର

ରିଷିକେଶ ଯୁବତୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କଲେ କାନାଡା ସାଂସଦଙ୍କ ପୁଅ । କାନାଡାରେ ଅଧ୍ୟୟନ ବେଳେ ହୋଇଥିଲା ପ୍ରେମ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ଯୁବତୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କଲେ କାନାଡା ସାଂସଦଙ୍କ ପୁଅ

author img

By

Published : Mar 2, 2023, 9:03 PM IST

ରିଶିକେଶ ଯୁବତୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କଲେ କାନାଡା ସାଂସଦଙ୍କ ପୁଅ

ଡେରାଡୁନ: ଭାରତୀୟ ପରମ୍ପରା ଏବଂ ରୀତିନୀତିକୁ ବିଦେଶୀମାନେ ଆଜିକାଲି ଖୁବ ପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ, ନିକଟରେ ଏପରି ଏକାଧିକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ କାନାଡାର ଜଣେ ସାଂସଦଙ୍କ ପୁଅ ଜଣେ ଭାରତୀୟ ଯୁବତୀଙ୍କୁ ବିବାହ କରିଛନ୍ତି । ବିବାହ ମଧ୍ୟ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁସାରେ ହୋଇଛି ।

ସୂଚନା ଅନୁସାରେ, କାନାଡାର ହାଉସ୍ ଅଫ୍ କମନ୍ ସଦସ୍ୟ କାରୋଲ ହ୍ୟୁଜଙ୍କ ପୁଅ ସାନ ଋଷିକେଶର ଶିତଲ ନାମକ ଜଣେ ଯୁବତୀଙ୍କୁ ନିଜ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଉତ୍ସବ ସମାପିତ ହୋଇଛି । ଏଥିରେ ଉଭୟ ପକ୍ଷର ପରିବାର ସଦସ୍ୟ ସାମିଲ ହୋଇଥିଲେ । ଋଷିକେଶ ବାସିନ୍ଦା ସ୍ବର୍ଗତଃ ଶ୍ରୀରାମଙ୍କ ଝିଅ ଶୀତଲ ପାଣ୍ଡିରଙ୍କୁ ବିବାହ କରିବା ପାଇଁ ଏହି ବିଦେଶୀ ସାଂସଦଙ୍କ ପୁଅ ଆଗ୍ରହ ପ୍ରକାଶ କରିଥିଲେ । ବରର ମାତା କାରୋଲ ହ୍ୟୁଜ କାନାଡାର ଫେଡେରାଲ ନିର୍ବାଚନରେ ​​୪ଥର ହାଉସ ଅଫ୍ କମନ୍ସକୁ ନିର୍ବାଚିତ ହୋଇଛନ୍ତି । ନ୍ୟୁ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ କାରୋଲ ହ୍ୟୁଜ୍ ମଧ୍ୟ କାନାଡାର କିଛି ଗୁରୁତ୍ବପୂର୍ଣ୍ଣ କମିଟିର ଚେୟାରମ୍ୟାନ ଭାବେ ଦାୟିତ୍ବରେ ରହିଛନ୍ତି ।

ସେହିପରି ନବବିବାହିତ ଶିତଲଙ୍କ ଶଶୁର କିଥ ହ୍ୟୁଜ ମଧ୍ୟ କାନାଡାର ନିକେଲ ମାଇନିଂର ଜଣେ ଅଧିକାରୀ । ଅନ୍ୟପଟେ ଋଷିକେଶର ବାସିନ୍ଦା ଶୀତଲ ପାଣ୍ଡିରଙ୍କ ପିତା ଶ୍ରୀରାମ ପୁଣ୍ଡିରଙ୍କର କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇଛି । ତାଙ୍କ ଚାଚା ନଟବର ଶ୍ୟାମ ଶୀତଲ ଏବଂ ତାଙ୍କ ପରିବାରର ଦାୟିତ୍ବ ନେଇଥିଲେ । ଶୀତଲ ଉତ୍ତରଖଣ୍ଡର ଓମକାରାନନ୍ଦ ବିଦ୍ୟାଳୟରେ ଅଧ୍ୟୟନ ଶେଷ କରିବା ପରେ ଅଧିକ ଅଧ୍ୟୟନ ପଇଁ କାନାଡା ଯାଇଥିଲେ । ସେଠାରେ ସେ ଉଚ୍ଚଶିକ୍ଷା ଶେଷ କରି ରିଷିକେଶ ଫେରିଆସିଥିଲେ ।

ଶୀତଲ ତାଙ୍କ କନାଡା ଗସ୍ତ ସମ୍ପର୍କରେ କୁହନ୍ତି, ସେ 2009 ମସିହାରେ ପିଏଚଡି କରିବାକୁ କାନାଡା ଯାଇଥିଲେ । ସେ ସେଠାରେ ଡ୍ରଗ୍ସ (ଔଷଧ) ରେ ନିଜର ପିଏଚଡି କରିଥିଲେ । ଏହା ପରେ ସେ କାନାଡାର ଫେଞ୍ଜ କିଡ ହସ୍ପିଟାଲରେ କାର୍ଯ୍ୟ କରିଥିଲେ ଏବଂ ସେଠାରୁ ଚକ୍ଷୁ ଚିକିତ୍ସାରେ ଏମଡି ମଧ୍ୟ କରିଥିଲେ । ବର୍ତ୍ତମାନ ସେ ଚକ୍ଷୁ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ଅଛନ୍ତି ।

ଦୀର୍ଘ ବର୍ଷ କାନାଡାରେ ରହିବା ପରେ ସେ ଶେଷରେ 2018 ରେ କାନାଡାର ନାଗରିକତ୍ୱ ହାସଲ କରିଥିଲେ । ଶିତଲ କହିଛନ୍ତି ଯେ ସେ ଅଧ୍ୟୟନ ସମୟରେ ସାନଙ୍କୁ ଭେଟିଥିଲେ, ପ୍ରଥମେ ବନ୍ଧୁତା ଓ ଉଭୟଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । କଥା ପରିବାର ସଦସ୍ୟଙ୍କ ନିକଟକୁ ଆସିଥିଲା । ଉଭୟ ପରିବାର ମଧ୍ୟ ଏଥିପାଇଁ ସହମତି ପ୍ରକାଶ କରିଥିଲେ । ଶେଷରେ ରିଷିକେଶରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତି ନୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ।

vରିଶିକେଶ ଯୁବତୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କଲେ କାନାଡା ସାଂସଦଙ୍କ ପୁଅ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.