ETV Bharat / bharat

ପୁଣି ଭାରତରୁ କାନାଡାକୁ ଉଡିବ ବିମାନ, ପ୍ରତିବନ୍ଧକ ହଟାଇଲେ ସରକାର - ଭାରତରୁ କାନାଡାକୁ ବିମାନସେବା

କାନାଡା-ଭାରତ ମଧ୍ୟରେ ସ୍ବାଭାବିକ ହେବ ବିମାନ ଚଳାଚଳ । ଭାରତରୁ ବିମାନସେବା ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇଲେ କାନାଡା ସରକାର । ଅଧିକ ପଢନ୍ତୁ...

ପୁଣି ଭାରତରୁ କାନାଡା ଉଡିବ ବିମାନ, ପ୍ରତିବନ୍ଧକ ହଟାଇଲେ କାନାଡା ସରକାର

author img

By

Published : Sep 26, 2021, 1:04 PM IST

ଓଟ୍ଟାୱା: ଭାରତରୁ ବିମାନସେବା ଉପରେ ଲାଗିଥିବା କଟକଣା ହଟାଇଲା କାନାଡା । ଏଣିକି ସ୍ବାଭାବିକ ହେବ କାନାଡା-ଭାରତ ମଧ୍ୟରେ ବିମାନ ଚଳାଚଳ । ଦେଶରେ ମହାମାରୀର ପ୍ରସାରକୁ ଦୃଷ୍ଟିରେ ରଖି ବିମାନଯାତ୍ରା ନିଷେଧ କରିଥିଲା କାନାଡା । ହେଲେ ସେପ୍ଟେମ୍ବର ୨୭ ତାରିଖ ପରଠୁ ପୁଣିଥରେ ଭାରତରୁ ବିମାନସେବା ପାଇଁ ଅନୁମତି ମିଳିଛି ।

ଗତ ସପ୍ତାହରେ ଜଷ୍ଟିନ୍ ଟ୍ରୁଡେୟୁ ନେତୃତ୍ବାଧୀନ ସରକାର ଭାରତରୁ ସମସ୍ତ ପ୍ରତ୍ୟକ୍ଷ ବାଣିଜ୍ୟିକ ଏବଂ ଘରୋଇ ଯାତ୍ରୀବାହୀ ବିମାନ ଉଡାଣ ଉପରେ ସେପ୍ଟେମ୍ବର ୨୬ ଯାଏଁ କଟକଣା ବଢାଇଥିଲେ । ତେବେ ଏହି ପ୍ରତିବନ୍ଧକ ହଟାଯିବା ପରେ ବର୍ତ୍ତମାନ ଭାରତୀୟ ଯାତ୍ରୀ କିଛି ସତର୍କତାମୂଳକ ପଦକ୍ଷେପ ସହ କାନାଡା ଯାତ୍ରା କରିପାରିବେ । ଯେଉଁଥିରେ ଲାବୋରେଟୋରୀ ଅନୁମୋଦିତ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।

କାନାଡା ସରକାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରତିବନ୍ଧକ ହଟାଇବା ନେଇ ସୂଚନା ଦେଇଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି, ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ଭାରତରୁ କାନାଡା ଯାତ୍ରା ଉପରେ ଲଗାଯାଇଥିବା କଟକଣା ପ୍ରତ୍ୟାହାର କରାଯାଇଛି । ହେଲେ ଯାତ୍ରୀଙ୍କୁ କିଛି ନିୟମାବଳୀ ମାନିବାକୁ ହେବ । ଯେପରିକି ଏୟାରପୋର୍ଟରେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ଯାହା ପ୍ରସ୍ଥାନ ସମୟର ୧୮ ଘଣ୍ଟା ପୂର୍ବର ହେବା ଆବଶ୍ୟକ । ବୋର୍ଡିଂ ପୂର୍ବରୁ ଯାତ୍ରୀ ଏୟାର ଅପରେଟରଙ୍କୁ ଲାବୋରେଟୋରୀ ଦ୍ବାରା ଜାରି QR କୋଡ ସହ ଟେଷ୍ଟ ରିପୋର୍ଟକୁ ଉପସ୍ଥାପନ କରିବା ବାଧ୍ୟତାମୂଳକ । ଉଲ୍ଲେଖଯୋଗ୍ୟ, ଭାରତରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାନାଡା ଅନେକ ଥର ଭାରତରୁ ବିମାନ ଚଳାଚଳ ବ୍ୟାନ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.