ETV Bharat / bharat

ନନ୍ଦିଗ୍ରାମ ନିର୍ବାଚନୀ ଫଳାଫଳ ନେଇ ହାଇକୋର୍ଟରେ ମାମଲା, ଆସନ୍ତା 24କୁ ଘୁଞ୍ଚିଲା ଶୁଣାଣି

ନନ୍ଦିଗ୍ରାମ ନିର୍ବାଚନୀ ଫଳାଫଳକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାଇକୋର୍ଟରେ ପିଟିସନ ଦାୟର ପ୍ରସଙ୍ଗ । ଆସନ୍ତା 24କୁ ଘୁଞ୍ଚିଲା ଶୁଣାଣି । ଅଧିକ ପଢନ୍ତୁ...

ନନ୍ଦିଗ୍ରାମ ନିର୍ବାଚନୀ ଫଳାଫଳ ବିବାଦ, ଆଜି ହାଇକୋର୍ଟରେ ଶୁଣାଣି

author img

By

Published : Jun 18, 2021, 11:56 AM IST

Updated : Jun 18, 2021, 12:12 PM IST

କୋଲକାତା: ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି କୋଲକାତା ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପିଟିସନ ଦାଖଲ ଘଟଣା । ଘୁଞ୍ଚିଲା ମାମଲାର ଶୁଣାଣି । ଆଜି(ଶୁକ୍ରବାର) ଏହି ପିଟିସନର ଶୁଣାଣି ହେବାକୁ ଥିବାବେଳେ ଏହା ଆସନ୍ତା 24 ତାରିଖକୁ ଘୁଞ୍ଚିଛି ।

ସୂଚନାଥାଉ କି, ନିକଟରେ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ନନ୍ଦିଗ୍ରାମରୁ ବିଜେପି ପ୍ରତିପକ୍ଷ ଶୁଭେନ୍ଦୁ ଅଧିକାରୀ ବିଜୟୀ ଲାଭ କରିଥିଲେ । ଏହି ନିର୍ବାଚନୀ ଫଳାଫଳ ଘୋଷଣା ପରେ ତୃଣମୂଳ କଂଗ୍ରେସ ସୁପ୍ରିମ ମମତା ବାନାର୍ଜୀ ଭୋଟ ଗଣନା ପ୍ରକ୍ରିୟାରେ ଅସଙ୍ଗତି ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ପୁନଃଗଣନା ପାଇଁ ରଟର୍ଣ୍ଣିଂ ଅଫିସରଙ୍କୁ ନିବେଦନ କରିଥିଲେ । ହେଲେ ଅଫିସର ଏହାକୁ ପ୍ରତ୍ୟାଖାନ କରିବା ପରେ ମମତା ଏହି ନିର୍ବାଚନୀ ଫଳାଫଳକୁ ଚ୍ୟାଲେଞ୍ଜ କରି କୋର୍ଟର ଦ୍ବାରସ୍ତ ହେବ ବୋଲି କହିଥିଲେ ।

ଏହାପରେ ସେ କୋଲକାତା ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ପିଟିସନରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିରୁଦ୍ଧରେ ପିପୁଲ ଆକ୍ଟ, 1951ର ଧାରା 123 ଅନୁଯାୟୀ ଦୁର୍ନୀତି ଆଚରଣର ଆରୋପ ଲଗାଇଛନ୍ତି । ଏହି ଦୁର୍ନୀତି ଆଚରଣରେ ଲାଞ୍ଚ, କୁପ୍ରଭାବ ବିସ୍ତାର କରିବା, ଶତ୍ରୁତା ବଢାଇବା ଆଦି ଅନ୍ତର୍ଭୁକ୍ତ । ହାଇକୋର୍ଟର ଗୋଟିଏ ଖଣ୍ଡପୀଠ ଦ୍ବାରା ଆଜି ଏହି ମାମଲାର ଶୁଣାଣି ପାଇଁ ଦିନ ସୁନିଶ୍ଚିତ କରାଯାଇଥିଲା । ମାତ୍ର ଏହି ଶୁଣାଣି ଆସନ୍ତା 24 ତାରିଖକୁ ଘୁଞ୍ଚିଛି ।

@PTI

Last Updated : Jun 18, 2021, 12:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.