ETV Bharat / bharat

IIT Student Suicide: ନିର୍ଦ୍ଦେଶକଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ ତୁମର ପୁଅ ଝିଅ ଅଛନ୍ତି ନା ନାହିଁ

ଆଇଆଇଟି ଖଡଗପୁର ଛାତ୍ର ଆତ୍ମହତ୍ୟା ମାମଲା । ତୁମର ପୁଅ ଝିଅ ଅଛନ୍ତି ନା ନାହିଁ ବୋଲି ଆଇଆଇଟି ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କଲେ କୋଲକାତା ହାଇକୋର୍ଟ ।

author img

By

Published : Jan 21, 2023, 3:28 PM IST

IIT Student Suicide
IIT Student Suicide

କୋଲକାତା: ଆଇଆଇଟି ଛାତ୍ର ଆତ୍ମହତ୍ୟା ମାମଲାରେ କୋଲକାତା ହାଇକୋର୍ଟ ଆଇଆଇଟି ଖଡଗପୁରର ନିର୍ଦ୍ଦେଶକଙ୍କୁ କଡା ଭର୍ତ୍ସନା କରିଛନ୍ତି । ଛାତ୍ର ମୃତ୍ୟୁ ଘଟଣାରେ ନିର୍ଦ୍ଦେଶକଙ୍କ ସମ୍ବେଦନହୀନ ଆଚରଣ ଓ ତଦନ୍ତରେ ଉଦାସିନତା ପାଇଁ କୋର୍ଟ ଖୁବ୍‌ କ୍ଷୁବ୍ଧ ହୋଇଛନ୍ତି । ଶୁକ୍ରବାର ଏହି ମାମଲାର ବିଚାର ସମୟରେ ବିଚାରପତି ରାଜଶେଖର ମନ୍ଥା ନିର୍ଦ୍ଦେଶକ ବୀରେନ୍ଦ୍ର କୁମାର ତିୱାରୀଙ୍କୁ ପଚାରିଛନ୍ତି ଯେ, ତୁମର ଘରେ ଝିଅ ପୁଅ ଅଛନ୍ତି କି ? ତୁମ ପାଇଁ କ'ଣ ଅଧିକ ଗୁରୁତ୍ବପୂର୍ଣ୍ଣ ? ବିଦେଶ ଭ୍ରମଣ କରିବା ନା ଛାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ?

ଉଲ୍ଲେଖଯୋଗ୍ୟ, ୨୦୨୨ ନଭେମ୍ବର ୩ ତାରିଖରେ ଆଇଆଇଟି ତୃତୀୟ ବର୍ଷର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଫୈଜାନ ଅହମ୍ମଦଙ୍କ ମୃତଦେହ ହଷ୍ଟେଲ ରୁମରୁ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଥିଲା । ହେଲେ ଏହା ହତ୍ୟା ବୋଲି ମୃତକଙ୍କ ବାପାମାଆ ଅଭିଯୋଗ କରିଥିଲେ । କଲେଜରେ ରାଗିଂ କାରଣରୁ ଫୈଜାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ ।

ଏନେଇ କୋଲକାତା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହାର ବିଚାର କରି କୋର୍ଟ ଆଇଆଇଟି ଖଡଗପୁର ନିର୍ଦ୍ଦେଶକ ଏବଂ ପୋଲିସଙ୍କୁ ଲିଖିତ ରିପୋର୍ଟ ଦେବାକୁ କହିଥିଲେ । ରିପୋର୍ଟ ଦାଖଲ ମଧ୍ୟ ହୋଇଥିଲା । ମାତ୍ର ଆଇଆଇଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ କୋର୍ଟ ଅସନ୍ତୋଷ ପ୍ରକାଶ କରି ଏହି ଆତ୍ମହତ୍ୟା ମାମଲାରେ ନିର୍ଦ୍ଦେଶକ କ'ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାପରେ କୋର୍ଟ ଗତକାଲି(ଶୁକ୍ରବାର) ନିର୍ଦ୍ଦେଶକ ବୀରେନ୍ଦ୍ର କୁମାର ତିୱାରୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଛାତ୍ର ମୃତ୍ୟୁ ମାମଲାରେ ଆଇଆଇଟି ନିର୍ଦ୍ଦେଶକଙ୍କ ଓକିଲ ଆନିନ୍ଦ୍ୟା ମିତ୍ର କୋର୍ଟରେ କହିଥଲେ ଯେ, ଏହି ଘଟଣା ପରେ ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଥିଲା । କମିଟି ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏହାପରେ ପୁଣି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ମାତ୍ର ଏଥିରେ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟ ବିଚାରପତି ନିର୍ଦ୍ଦେଶକ ତିୱାରୀଙ୍କୁ କଡା ଭର୍ତ୍ସନା କରିଛନ୍ତି । କୋର୍ଟ ନିର୍ଦ୍ଦେଶକଙ୍କୁ କହିଛନ୍ତି, ତୁମର ସନ୍ତାନ ଅଛନ୍ତି ନା ନାହିଁ ? ସେମାନଙ୍କ ବିଷୟରେ ଚିନ୍ତା କରେ ତୁମେ ମୃତ ଛାତ୍ରଙ୍କ ବାପାମାଆଙ୍କ ଦୁଃଖ ବୁଝିପାରିବ । ତାଙ୍କର ପିତାମାତା ଏତେ ଗରୀବ ଯେ ସେ ଗୌହାଟୀରୁ କୋର୍ଟ ଆସିବାକୁ ଅକ୍ଷମ । ତୁମ ପାଇଁ କୋର୍ଟଙ୍କ ସମନ ନା ଟୋକିଓ ଯିବା ଜରୁରୀ ? କାହିଁକି ତୁମେ ଏହି ରାଗିଂ ଘଟଣାକୁ ଏତେ ହାଲୁକା ଭାବେ ନେଉଛ । ତେବେ ଆସନ୍ତା ଫେବୃୟାରୀ ୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.