ETV Bharat / bharat

ଶୁଭେନ୍ଦୁ ଅଧିକାରୀଙ୍କୁ ସୁରକ୍ଷା ଦିଅ; କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପ୍ରସଙ୍ଗ । ଶୁଭେନ୍ଦୁଙ୍କୁ ସୁରକ୍ଷା ଯୋଗାଇବାକୁ କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 3, 2021, 11:12 AM IST

Calcutta HC directs Bengal govt to provide security to Suvendu Adhikari
ଶୁଭେନ୍ଦୁ ଅଧିକାରୀଙ୍କୁ ସୁରକ୍ଷା ଯୋଗାଆ ; କୋଲକାତା ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପ୍ରସଙ୍ଗ । ଏନେଇ କଲିକତା ହାଇକୋର୍ଟ ଶୁକ୍ରବାର ଦିନ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ରାଜ୍ୟ ପ୍ରତ୍ୟାହାର କରିନେଇଛି । ଗୃହ ମନ୍ତ୍ରଣାଳୟ ଦ୍ବାରା କେନ୍ଦ୍ରୀୟ ସୁରକ୍ଷାବଳ ଶୁଭେନ୍ଦୁଙ୍କୁ Z+ ସୁରକ୍ଷା ଯୋଗାଇ ଦେଉଛି ।

ସରକାର ପକ୍ଷରୁ କୋର୍ଟରେ କୁହାଯାଇଛି କି, ପଶ୍ଚିମବଙ୍ଗ ସରକାରଙ୍କ ‘ୟେଲୋ ବୁକ’ ଅନୁଯାୟୀ ଶୁଭେନ୍ଦୁଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ନିର୍ଦ୍ଦେଶାଳୟର ସୁରକ୍ଷା ରିପୋର୍ଟରେ ଦର୍ଶାଯାଇଛି ଯେ ପାଇଲଟ୍, ରୁଟ୍ ଲାଇନ୍ ଏବଂ ବୈଠକ ପାଇଁ ଅଧିକାରୀଙ୍କୁ ପୂର୍ବରୁ ରାଜ୍ୟ ସୁରକ୍ଷା ଯୋଗାଉଛି ।

ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ଶୁଭେନ୍ଦୁଙ୍କୁ ଦିଆଯାଇଥିବା ସୁରକ୍ଷା ମେ 18ରେ ପ୍ରତ୍ୟାହାର କରି ନିଆଯାଇଛି । ପଶ୍ଚିମବଙ୍ଗ ନିର୍ବାଚନ ପରେ ଓ ପୂର୍ବରୁ ବିଜେପି ନେତାଙ୍କୁ ବାରମ୍ବାର ଆକ୍ରମଣ କରାଯାଉଥିଲା । କେତେବେଳେ ବିଜେପି ନେତା ଟିଏମଏସି କର୍ମୀଙ୍କ ଦ୍ବାରା ଆକ୍ରମଣର ଶିକାର ହେଉ ଥିଲେ ତ ଆଉ କେତେବେଳେ ସେମାନଙ୍କ ଗାଡି ଉପରକୁ ପଥର ମାଡ ହେଉଥିଲା । ଏନେଇ କେନ୍ଦ୍ର ସରକାର ଶୁଭେନ୍ଦୁଙ୍କୁ ଜେଡ କାଟାଗୋରୀର ସୁରକ୍ଷା ଯୋଗାଇ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.