ETV Bharat / bharat

Cabinet Reshuffle: ମୋଦିଙ୍କ ନୂଆ ଟିମ୍‌ରେ ମହିଳା ବ୍ରିଗେଡ

author img

By

Published : Jul 7, 2021, 7:39 PM IST

Updated : Jul 7, 2021, 8:42 PM IST

ମହିଳାଙ୍କ ଭାଗିଦାରୀକୁ ବିଶେଷ ଧ୍ୟାନ ଦିଆଯାଇ କରାଯାଇଛି କେନ୍ଦ୍ର କ୍ୟାବିନେଟ ବିସ୍ତାର(Cabinet Reshuffle) । ନାରୀ ସଶକ୍ତିକରଣ ଉପରେ ଜୋର ଦେଇଆସୁଥିବା ମୋଦି ସରକାର ଏଥର ବି ନିଜ ମନ୍ତ୍ରୀମଣ୍ଡଳରେ ମହିଳାଙ୍କୁ ଦେଇଛନ୍ତି ଏଣ୍ଟ୍ରି । ଅଧିକ ପଢନ୍ତୁ...

Cabinet Reshuffle: ମୋଦିଙ୍କ ନୂଆ ଟିମ୍‌ରେ ମହିଳା ବ୍ରିଗେଡ
Cabinet Reshuffle: ମୋଦିଙ୍କ ନୂଆ ଟିମ୍‌ରେ ମହିଳା ବ୍ରିଗେଡ

ନୂଆଦିଲ୍ଲୀ: ମୋଦି କ୍ୟାବିନେଟରେ ମହିଳା ବ୍ରିଗେଡ । ମୋଦିଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ଅନେକ ମହିଳା । 43 ଚେହେରାଙ୍କୁ ନେଇ ଗଠନ ହୋଇଛନ୍ତି ନୂଆ କେନ୍ଦ୍ର କ୍ୟାବିନେଟ ।

ମହିଳାଙ୍କ ଭାଗିଦାରୀକୁ ବିଶେଷ ଧ୍ୟାନ ଦିଆଯାଇ କରାଯାଇଛି କେନ୍ଦ୍ର କ୍ୟାବିନେଟ ବିସ୍ତାର(Cabinet Reshuffle) । ନାରୀ ସଶକ୍ତିକରଣ ଉପରେ ଜୋର ଦେଇଆସୁଥିବା ମୋଦି ସରକାର ଏଥର ବି ନିଜ ମନ୍ତ୍ରୀମଣ୍ଡଳରେ ମହିଳାଙ୍କୁ ଦେଇଛନ୍ତି ଏଣ୍ଟ୍ରି ।

ଯେଉଁ ମହିଳାଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିଛି, ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ମିନାକ୍ଷୀ ଲେଖୀ । ଏହାସହ ଉଡୁପୀ ଚିକମଗଲୁର ସାଂସଦ ସୋଭା କରନ୍ଦଲାଜେ, ଗୁଜୁରାଟର ସୁରଟ ସାଂସଦ ଦର୍ଶନା ଜରଦୋଶଙ୍କୁ ମିଳିଛି ଜାଗା ।

ଝାଡଖଣ୍ଡ କୋଡରମାରୁ ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀ, ତ୍ରିପୁରା ପଶ୍ଚିମରୁ ସାଂସଦ ପ୍ରତିମା ଭୌମିକ, ମହାରାଷ୍ଟ୍ରର ହୀ ଡିଣ୍ଡୋରୀ ସାଂସଦ ଭାରତୀ ପାୱାର ଓ ବିଜେପିର ସହଯୋଗୀ ଅପନାଦଳ(ଏଲସ)ର ଅନୁପ୍ରିୟା ପଟେଲଙ୍କୁ ମୋଦି କ୍ୟାବିନେଟରେ ମିଳିଛି ଏଣ୍ଟ୍ରି ।

Last Updated : Jul 7, 2021, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.