ETV Bharat / bharat

NIRD & PR ଏବଂ UOR ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି - Cabinet approves signing mou

ଏହି ବୁଝାମଣା ଏନଆଇଆରଡି ଆଣ୍ଡ ପିଆର ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଜ୍ଞାନ ପ୍ରାପ୍ତ କରିବା ଏବଂ ବ୍ୟାପକ କରିବା ନିମନ୍ତେ ସହାୟତା କରିବ । କୃଷି, ପୁଷ୍ଟି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଏକ ଅନ୍ତରାଷ୍ଟ୍ରୀୟ ପେଶାଦାର ନେଟୱର୍କ ବିକଶିତ କରିବ । ଅଧିକ ପଢନ୍ତୁ

ଏନଆଇଆରଡି ଆଣ୍ଡ ପିଆର ଏବଂ ୟୁଓଆର ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

author img

By

Published : Jul 28, 2022, 7:19 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi )ଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ବିକାଶଶୀଳ ଦେଶ ଗୁଡିକ ମଧ୍ୟରେ କୃଷି ଏବଂ ଗ୍ରାମୀଣ ବିକାଶର କ୍ଷେତ୍ର ମଧ୍ୟରେ ସହଯୋଗ ନିମନ୍ତେ ଜାତୀୟ ଗ୍ରାମୀଣ ବିକାଶ ଏବଂ ପଂଚାୟତି ରାଜ ସଂସ୍ଥା (National Institute of Rural Development and Panchayati Raj) ଏବଂ ୟୁନାଇଟେଡ କିଙ୍ଗଡମ (United Kingdom)ର ୟୁନିଭର୍ସିଟି ଅଫ ରିଡିଂ (ୟୁଓଆର) ମଧ୍ୟରେ ବୁଝାମଣାପତ୍ର ( Memorandum of Understanding) ସମ୍ପର୍କରେ ଆଲୋଚନା ହୋଇଥିଲା । ବୁଝାମଣା ପତ୍ର (ଏମଓୟୁ) ୨୦୨୨ ମାର୍ଚ୍ଚ ମାସରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ଏନଆଇଆରଡି ଆଣ୍ଡ ପିଆର ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଜ୍ଞାନ ପ୍ରାପ୍ତ କରିବା ଏବଂ ବ୍ୟାପକ କରିବା ନିମନ୍ତେ ସହାୟତା କରିବ । କୃଷି, ପୁଷ୍ଟି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଏକ ଅନ୍ତରାଷ୍ଟ୍ରୀୟ ପେଶାଦାର ନେଟୱର୍କ ବିକଶିତ କରିବ । ଏହି ଦୁଇ ସଂସ୍ଥା ଏକାଠି ହୋଇ କୃଷି, ଅର୍ଥନୀତି, ଗ୍ରାମୀଣ ବିକାଶ, ଜୀବିକା ଏବଂ ପୁଷ୍ଟି ସମ୍ପର୍କିତ ଅଧ୍ୟୟନରେ ବହୁ ମାତ୍ରାରେ ଗବେଷଣା ସମ୍ପର୍କିତ ପାରଦର୍ଶିତା ଆଣି ପାରିବେ ।

ଏନଆଇଆରଡି ଆଣ୍ଡ ପିଆର ଗ୍ରାମୀଣ ବିକାଶ କ୍ଷେତ୍ରରେ ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟକଳାପ, ଯେମିତିକି, ଶକ୍ତି ବ୍ୟୟକୁ ପରିମାପ କରି ପୁଷ୍ଟିର ମୂଲ୍ୟାଙ୍କନରେ ଉନ୍ନତି, ନିମ୍ନ ଏବଂ ମଧ୍ୟମ ଆୟ ବର୍ଗର ଦେଶ ଗୁଡିକରେ କୃଷିକୁ ଜୀବିକା ଅନୁସନ୍ଧାନରେ ବ୍ୟବହାର ଯୋଗ୍ୟ ଆକିସଲେରୋମେଟ୍ରିକ ଏବଂ ସେନ୍ସର ଆଧାରିତ ଉପକରଣ ଗୁଡିକର ବ୍ୟବହାର ଏବଂ ଆହୁରି ମଧ୍ୟ ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ର ଭଳି ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟକଳାପରେ ସାମିଲ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.