ETV Bharat / bharat

ଆସୁଛି BSNL 4G: ୧ ଲକ୍ଷ ୬୪ ହଜାର କୋଟିର ପ୍ୟାକେଜକୁ କ୍ୟାବିନେଟର ମଞ୍ଜୁରି - Cabinet approves revival package of BSNL

ବିଏସଏନଏଲ ସେବାର ଉନ୍ନତିକରଣ ପାଇଁ ଅତିରିକ୍ତ ପୁଞ୍ଜି ବିନିଯୋଗ କରିବା, ସ୍ପେକ୍ଟ୍ରମ ଆବଣ୍ଟନ କରିବା, ବାଲାନ୍ସ ସିଟକୁ ଚାପମୁକ୍ତ କରିବା ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ ସହିତ ବିଏସଏନଏଲକୁ ମିଶ୍ରଣ ଜରିଆରେ ଫାଇବର ନେଟୱର୍କକୁ ବଢାଇବା ଉପରେ ଗୁରୁତ୍ବ ଦେଇ ପୁନରୁଦ୍ଧାର ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଅଧିକ ପଢନ୍ତୁ

BSNL
BSNL
author img

By

Published : Jul 27, 2022, 9:26 PM IST

ନୂଆଦିଲ୍ଲୀ: ଟେଲିକମ ଏକ ରଣନୈତିକ କ୍ଷେତ୍ର । ଟେଲିକମ ବଜାରରେ ବିଏସଏନଏଲର ଉପସ୍ଥିତି ଏକ ବଜାର ସନ୍ତୁଳନକାରୀ ଭାବେ କାର୍ଯ୍ୟ କରିଥାଏ । ଗ୍ରାମାଞ୍ଚଳରେ ଟେଲିକମ ସେବାର ସମ୍ପ୍ରସାରଣ, ସ୍ବଦେଶୀ ଜ୍ଞାନକୌଶଳର ବିକାଶ ଏବଂ ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ବିଏସଏନଏଲର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଏସଏନଏଲକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ( Union Cabinet) ବୈଠକରେ ୧.୬୪ ଲକ୍ଷ କୋଟି ଟଙ୍କାର ବିଏସଏନଏଲ ପୁନରୁଦ୍ଧାର ପ୍ୟାକେଜ’କୁ ଅନୁମୋଦନ ମିଳିଛି । ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ମନ୍ତ୍ରୀ କହିଛନ୍ତି ବିଏସଏନଏଲ ସେବାର ଉନ୍ନତିକରଣ ପାଇଁ ଅତିରିକ୍ତ ପୁଞ୍ଜି ବିନିଯୋଗ କରିବା, ସ୍ପେକ୍ଟ୍ରମ ଆବଣ୍ଟନ କରିବା, ବାଲାନ୍ସ ସିଟକୁ ଚାପମୁକ୍ତ କରିବା ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ (Bharat Broadband Nigam Limited) ସହିତ ବିଏସଏନଏଲକୁ ମିଶ୍ରଣ ଜରିଆରେ ଫାଇବର ନେଟୱର୍କକୁ ବଢାଇବା ଉପରେ ଗୁରୁତ୍ବ ଦେଇ ପୁନରୁଦ୍ଧାର ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି ମିଳିଛି ।

ବିଏସଏନଏଲ ସେବାର ଉନ୍ନତିକରଣ

ସ୍ପେକ୍ଟ୍ରମର ପ୍ରଶାସନିକ ଆବଣ୍ଟନ ବର୍ତ୍ତମାନର ସେବାରେ ସୁଧାର ଆଣିବା ଏବଂ 4ଜି ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ, ଇକ୍ୟୁଟୀ ନିବେଶ ଜରିଆରେ ୪୪ ହଜାର ୯୯୩ କୋଟି ଟଙ୍କା ବ୍ୟୟରେ ବିଏସଏନଏଲକୁ ୯୦୦/୧୮୦୦ ମେଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ । ଏହି ସ୍ପେକ୍ଟ୍ରମ ସହିତ, ବିଏସଏନଏଲ ବଜାର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖିନ ହୋଇପାରିବ । ଗ୍ରାମାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବ୍ୟାପିଥିବା ଏହାର ବ୍ୟାପକ ନେଟୱର୍କକୁ ବ୍ୟବହାର କରି ହାଇସ୍ପିଡ ଡାଟା ଯୋଗାଇ ଦେଇପାରିବ ।

କ୍ୟାପେକ୍ସ ପାଇଁ ଆର୍ଥିକ ସହାୟତା

ସ୍ବଦେଶୀ ଜ୍ଞାନକୌଶଳ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି, ବିଏସଏନଏଲ ଆତ୍ମନିର୍ଭର 4ଜି ପ୍ରଯୁକ୍ତି ପ୍ରସାରିତ କରୁଛି । ଆସନ୍ତା ୪ ବର୍ଷ ମଧ୍ୟରେ ଆନୁମାନିକ ପୁଞ୍ଜି ବ୍ୟୟ ଆବଶ୍ୟକତାକୁ ପୂରଣ କରିବା ଲାଗି ଭାରତ ସରକାର ପୁଞ୍ଜି ବ୍ୟୟ ନିମନ୍ତେ ୨୨ ହଜାର ୪୭୧ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବେ । ଆତ୍ମନିର୍ଭର 4ଜି ପ୍ରଯୁକ୍ତିର ବିକାଶ ଏବଂ ପ୍ରସାର କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ।

ଗ୍ରାମୀଣ ୱେରଲାଇନ ପରିଚାଳନା ପାଇଁ ସାଧନଯୋଗ୍ୟତାରେ ଅନ୍ତର

ବାଣିଜ୍ୟିକ ସାଧନଯୋଗ୍ୟତା ନଥିବା ସତ୍ତ୍ବେ ସରକାରଙ୍କ ସାମାଜିକ ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ ବିଏସଏନଏଲ ଗ୍ରାମୀଣ/ଉପାନ୍ତ ଅଞ୍ଚଳରେ ୱେରଲାଇନ ସେବା ଯୋଗାଇ ଦେଇ ଆସୁଛି । ୨୦୧୪-୧୫ରୁ ୨୦୧୯-୨୦ ସମୟରେ ସାଧନ ଯୋଗ୍ୟତା ନଥିବା ଗ୍ରାମୀଣ ୱେରଲାଇନ ପରିଚାଳନା ପାଇଁ ସାଧନ ଯୋଗ୍ୟତା ଅନ୍ତର ନିମନ୍ତେ ପାଣ୍ଠି ଯୋଗାଣ ସ୍ବରୂପ ସରକାର ୧୩ ହଜାର ୭୮୯ କୋଟି ଟଙ୍କା ବିଏସଏନଏଲକୁ ଯୋଗାଇ ଦେବେ ।

ଅଧିକୃତ ପୁଞ୍ଜିରେ ବୃଦ୍ଧି

ଏଜିଆର ବକେୟା, କ୍ୟାପେକ୍ସ ବ୍ୟବସ୍ଥା ଏବଂ ସ୍ପେକ୍ଟ୍ରମ ଆବଣ୍ଟନ ଆକାରରେ ବିଏସଏନଏଲର ଅଧିକୃତ ପୁଞ୍ଜି ପରିମାଣକୁ ୪୦,୦୦୦ କୋଟି ଟଙ୍କାରୁ ୧,୫୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ ।

ବାଲାନ୍ସ ସିଟକୁ ଚାପମୁକ୍ତ କରିବା

ଦୀର୍ଘ ଅବଧି ବିଶିଷ୍ଟ ଋଣ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏସବୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ସରକାର ସୋଭରେନ ଗ୍ୟାରେଣ୍ଟି ପ୍ରଦାନ କରିବେ । ସେମାନେ ୪୦,୩୯୯ କୋଟି ଟଙ୍କାର ଦୀର୍ଘ ଅବଧି ବିଶିଷ୍ଟ ବଣ୍ଡ ଉଠାଣ ପାଇଁ ସକ୍ଷମ ହୋଇପାରିବେ । ଏହା ବର୍ତ୍ତମାନର ଋଣକୁ ପୁନଃ ବ୍ୟବସ୍ଥିତ କରିବା ଏବଂ ବାଲାନ୍ସ ସିଟକୁ ଚାପମୁକ୍ତ କରିବାରେ ସହାୟକ ହେବ ।

ଏଜିଆର ବକେୟା ପାଇଁ ଆର୍ଥିକ ସହାୟତା

ବାଲାନ୍ସ ସିଟରେ ଆହୁରି ସୁଧାର ଆଣିବା ଲାଗି ଇକ୍ୟୁଟିରେ ପରିବର୍ତ୍ତିତ କରାଯାଇ ବିଏସଏନଏଲର ୩୩ ହଜାର ୪୦୪ କୋଟି ଟଙ୍କାର ଏଜିଆର ବକେୟାକୁ ପରିଶୋଧ କରାଯିବ । ଏଜିଆର/ଜିଏସଟି ବକେୟା ପରିଶୋଧ ପାଇଁ ବିଏସଏନଏଲକୁ ସରକାର ପାଣ୍ଠି ଯୋଗାଇ ଦେବେ ।

ବିବିଏନଏଲ ଏବଂ ବିଏସଏନଏଲର ମିଶ୍ରଣ

ଭାରତ ନେଟ ଅଧୀନରେ ନିର୍ମାଣ କରାଯାଇଥିବା ଭିତ୍ତିଭୂମିର ବ୍ୟାପକ ଉପଯୋଗ ନିମନ୍ତେ, ବିଏସଏନଏଲ ସହିତ ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିଃ (ବିବିଏନଏଲ) ର ମିଶ୍ରଣ କରାଯିବ । ଭାରତ ନେଟ ଅଧୀନରେ ନିର୍ମାଣ କରାଯାଇଥିବା ଭିତ୍ତିଭୂମିକୁ ଜାତୀୟ ସମ୍ପତ୍ତି ଭାବେ ବିବେଚନା କରାଯିବା ଏହା ସବୁ ଟେଲିକମ ସେବା ପ୍ରଦାନକାରୀଙ୍କ ପାଇଁ ବିନା ବାଚ୍ଛବିଚାର ଆଧାରରେ ଉପଲବ୍ଧ ହେବ ।

ଏସବୁ ପଦକ୍ଷେପ ସହିତ, ବର୍ତ୍ତମାନର ସେବା ଗୁଣବତ୍ତାରେ ସୁଧାର ଆଣିବା, 4ଜି ସେବା କାର୍ଯ୍ୟକାରୀ କରିବା ଏବଂ ଆର୍ଥିକ ଦୃଷ୍ଟିରୁ ସାଧନଯୋଗ୍ୟ ହେବାରେ ବିଏସଏନଏଲ ସକ୍ଷମ ହୋଇପାରିବ । ଏହି ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେଲେ, ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଏସଏନଏଲରେ ପରିବର୍ତ୍ତନ ଆସିବ । ଏହି ସଂସ୍ଥା ଲାଭ ଉପାର୍ଜନ କରିବାକୁ ସକ୍ଷମ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.