ETV Bharat / bharat

ଭାରତ-ଅଷ୍ଟ୍ରେଲିଆ ଜଳ ସୁରକ୍ଷା ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ସହରାଞ୍ଚଳ ଜଳ ସୁରକ୍ଷା କ୍ଷେତ୍ର ନିରାପତା ଏହି ବୁଝାମଣାପତ୍ର ସ୍ୱାକ୍ଷର ଯୋଗୁଁ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜବୁତ ହେବ । ଏହା ପ୍ରତ୍ୟେକ ସ୍ତରରେ ସହରୀଜଳ ପରିଚାଳନାର ଆନୁଷ୍ଠାନିକ ସାମର୍ଥ୍ୟକୁ ମଜବୁତ କରିବା ସହ ଉପଲବ୍ଧତା, ଜଳର ଗୁଣାତ୍ମକ ଓ ପରିମଳ ସେବାକୁ ଉନ୍ନତ କରିବ । ଅଧିକ ପଢନ୍ତୁ

author img

By

Published : Jun 8, 2022, 10:59 PM IST

ଭାରତ ଅଷ୍ଟ୍ରେଲିଆ ଜଳ ସୁରକ୍ଷା ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପର ମନ୍ତ୍ରଣାଳୟ (ଏମଓଏଚୟୁଏ) ଓ ଅଷ୍ଟ୍ରେଲିଆ ସରକାରଙ୍କ ବିଦେଶ ବ୍ୟାପାର ଓ ବାଣିଜ୍ୟ (ଡିଏଫଏଟି) ବିଭାଗ ମଧ୍ୟରେ ସହରାଞ୍ଚଳ ଜଳ ପରିଚାଳନା ଉପରେ ହୋଇଥିବା ବୈଷୟିକ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ ମଞ୍ଜୁର ମିଳିଛି । ଏହି ଏମଓୟୁ ଡିସେମ୍ବର ୨୦୨୧ ରେ ସ୍ୱାକ୍ଷରିତ ହୋଇଥିଲା ।

ସହରାଞ୍ଚଳ ଜଳ ସୁରକ୍ଷା କ୍ଷେତ୍ର ନିରାପତା ଏହି ବୁଝାମଣାପତ୍ର ସ୍ୱାକ୍ଷର ଯୋଗୁଁ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜବୁତ ହେବ । ଏହା ପ୍ରତ୍ୟେକ ସ୍ତରରେ ସହରୀଜଳ ପରିଚାଳନାର ଆନୁଷ୍ଠାନିକ ସାମର୍ଥ୍ୟକୁ ମଜବୁତ କରିବା ସହ ଉପଲବ୍ଧତା, ଜଳର ଗୁଣାତ୍ମକ ଓ ପରିମଳ ସେବାକୁ ଉନ୍ନତ କରିବ । ଏହା ଜଳ ଓ ଜଳ ଉପଲବ୍ଧ ନଗରୀରେ ଚକ୍ରୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ । ଜଳବାୟୁ ଅନୁକୂଳ ନମନୀୟ ଜଳ ପରିଚାଳନାକୁ ଉତ୍ସାହିତ କରିବ । ଜଳ ପରିଚାଳନାରେ ଗୋଷ୍ଠୀ ସହଯୋଗ ବୃଦ୍ଧି କରିବା ଓ ଉପଲବ୍ଧ ଭିତ୍ତିଭୂମି ସାମାଜିକ ଅନ୍ତର୍ଭୁକ୍ତୀକରଣ ମଧ୍ୟ ବୃଦ୍ଧି ପାଇବ ।

ବୁଝାମଣାପତ୍ର ଯୋଗୁଁ ଉଭୟପକ୍ଷ ଏ କ୍ଷେତ୍ରରେ ବିଭିନ୍ନ ବୈଷୟିକ ବ୍ୟାପାର ନେଇ ଅବଗତ ହେବା ସହ ବିଭିନ୍ନ ଶିକ୍ଷଣୀୟ ବିଷୟ ଉପରେ ପରସ୍ପର ମତ ବିନିମୟ କରିବେ । ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.