ETV Bharat / bharat

କେରଳରେ ଲାଗୁ ହେବନି CAA: ମୁଖ୍ୟମନ୍ତ୍ରୀ - ନାଗରିକ ସଂଶୋଧନ ଆଇନ ଖବର

କେରଳରେ ଲାଗୁ କରାଯିବ ନାହିଁ ନାଗରିକ ସଂଶୋଧନ ଆଇନ । ଏକ ନିର୍ବାଚନ ସଭାରେ ଲୋକଙ୍କ ସମ୍ବୋଧନ କରିବା ବେଳେ କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ। ଦେଶରେ ନାଗରିକ ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ । ଅଧିକ ପଢନ୍ତୁ...

Kerala cm
କେରଳରେ ଲାଗୁ କରାଯିବ ନାହିଁ CAA : କେରଳ ମୁଖ୍ୟମନ୍ତ୍ରୀ
author img

By

Published : Feb 14, 2021, 6:38 PM IST

ଥିରୁଅନନ୍ତପୁରମ: କେରଳରେ ଲାଗୁ କରାଯିବ ନାହିଁ ନାଗରିକ ସଂଶୋଧନ ଆଇନ । ଏକ ନିର୍ବାଚନ ସଭାରେ ଲୋକଙ୍କ ସମ୍ବୋଧନ କରିବା ବେଳେ କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ । କୋରୋନା ମହାମାରୀର ଟୀକାକରଣ ଶେଷ ପରେ ଦେଶରେ ନାଗରିକ ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ।

ନାଗରିକ ସଂଶୋଧନ ଆଇନ (ସିଏଏ)କୁ ନେଇ ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ବୟାନ ଦେଇଥିଲେ । କୋଭିଡ ଟୀକାକରଣ ସରିବା ପରେ ନାଗରିକତା ସଂଶୋଧନ ଆଇନ (CAA) ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ । ଏହାକୁ ବିରୋଧ କରି କେରଳ ମୁଖ୍ୟମନ୍ତ୍ରୀ ଏହି ଆଇନ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି କହିଛନ୍ତି । କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅବସରରେ ଏକ ନିର୍ବାଚନୀ ସଭାରେ ଏହାକୁ ବିରୋଧ କରି କେରଳରେ ଲାଗୁ କରାଯିବ ନାହିଁ ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଥାଉକି ଗତ 2019 ଡିସେମ୍ବର ମାସରେ ସଂସଦରେ ନାଗରିକ ସଂଶୋଧନ ଆଇନ ସିଏଏକୁ ନେଇ ବିଲ ପାସ କରାଯାଇଛି । ସିଏଏ ବଳରେ ପାକିସ୍ତାନ, ବାଂଲାଦେଶ ଓ ଅଫାଗାନିସ୍ତାନରୁ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ, ଫାର୍ସୀ ଧର୍ମର ଲୋକମାନେ ଭାରତରେ 2015ପୂର୍ବରୁ ବାସ କରୁଥିଲେ । ଏହି ଆଇନ ବଳରେ ଭାରତର ନାଗରିକତା ହାସଲ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.