ETV Bharat / bharat

‘ଯେକୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗରେ ଲାଗୁ ହେବ CAA’ - CAA controversy in westbengal

ପଶ୍ଚିମବଙ୍ଗରେ ଲାଗୁ ହେବ ନାଗରିକତ୍ୱ ସଂଶୋଧନ ଆଇନ (CAA) କହିଲେ ବରିଷ୍ଠ ବିଜେପି ନେତା କୈଳାଶ ବିଜୟ ବର୍ଗୀୟ । ପଢନ୍ତୁ ଅଧିକ ଖବର...

ଯେକୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗରେ ଲାଗୁ ହେବ CAA: କୈଳାଶ ବିଜୟବର୍ଗୀୟ

author img

By

Published : Dec 13, 2020, 6:59 AM IST

କୋଲକାତା:ରାଜ୍ୟ ସରକାର ନ ଚାହିଁଲେ ବି ପଶ୍ଚିମବଙ୍ଗରେ ଲାଗୁ ହେବ ନାଗରିକତ୍ୱ ସଂଶୋଧନ ଆଇନ (CAA) । ଏହାକୁ ଲାଗୁ କରିବା ଦିଗରେ ରାଜ୍ୟ ସରକାରଙ୍କ କିଛି ଭୂମିକା ନାହିଁ। ଏହା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ କ୍ଷମତା ଭୁକ୍ତ । ଏପରି କିଛି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟ ବର୍ଗୀୟ ।

କୈଳାସ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ସିଏଏ ଲାଗୁ କରିବା ଜରୁରୀ ହୋଇପଡିଛି । ସିଏଏ ଲାଗୁ ନେଇ ଲାଗି ରହିଥିବା ବିବାଦ ଉପରେ ସର୍ତ୍ତ ରଖି ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ କେନ୍ଦ୍ର କ୍ଷମତା ଭୁକ୍ତ ଓ ରାଜ୍ୟ ସରକାରଙ୍କ କ୍ଷମତା ବାହାର । ଯଦି ପଶ୍ଚିମବଙ୍ଗ ପ୍ରଦେଶ ସରକାର ଯଦି ଏଦିଗରେ କେନ୍ଦ୍ରକୁ ସହଯୋଗ କରନ୍ତି ତବେ ସିଏଏ ଲାଗୁ ହେବ। ଯଦି ପଶ୍ଚିମବଙ୍ଗ ସରକାର ଏହାକୁ ଲାଗୁ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ତେବେ ମଧ୍ୟ ଏହା ଲାଗୁ କରାଯିବ ।

ଯେକୌସି ପରିସ୍ଥିତିରେ ପଶ୍ଚିମବଙ୍ଗରେ ନାଗରିକତ୍ୱ ସଂଶୋଧନ ଆଇନକୁ ଲାଗୁ କରାଯିବା ନେଇ ସେ ଦୃଢୋକ୍ତି ବାଢିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.