ETV Bharat / bharat

Bypolls results 2022 Updates: 3 ରାଜ୍ୟରେ ବିଜେପି ଆଗୁଆ, ତେଲେଙ୍ଗାନାରେ TRS - ଉପନିର୍ବାଚନର ଆଜି ଫଳାଫଳ ଆସିବ

ଗତ 3 ତାରିଖରେ 6ଟି ରାଜ୍ୟର 7ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆଜି ଫଳାଫଳ ଆସିବ । ବର୍ତ୍ତମାନ ସୁଦ୍ଧା ତିନୋଟି ରାଜ୍ୟରେ ବିଜେପି ଆଗରେ ରହିଛି । ଅଧିକ ପଢ଼ନ୍ତୁ

Bypolls results 2022 counting of votes for 7 assembly seats
Bypolls results 2022 Updates: 3 ରାଜ୍ୟରେ ବିଜେପି ଆଗୁଆ
author img

By

Published : Nov 6, 2022, 1:22 PM IST

ନୂଆଦିଲ୍ଲୀ: ଆଜି ଓଡ଼ିଶା ସମେତ 6ଟି ରାଜ୍ୟର 7ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆସିବ । ବର୍ତ୍ତମାନ ସୁଦ୍ଧା ତିନୋଟି ରାଜ୍ୟରେ ବିଜେପି ଆଗରେ ରହିଛି । ଉତ୍ତର ପ୍ରଦେଶ, ହରିୟାଣା ଏବଂ ଓଡ଼ିଶାରେ ବିଜେପି ଆଗୁଆ ଥିବା ଜଣାପଡ଼ିଛି । ତେଲେଙ୍ଗାନାରେ ପ୍ରଥମ ପର୍ଯ୍ୟାୟ ଗଣନା ପରେ ଶାସକ ଦଳ ଟିଆରଏସ ଆଗରେ ରହିଛି । ଗତ 3 ତାରିଖରେ ଓଡ଼ିଶାର ଧାମନଗର, ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ହରିୟାଣାର ଆଦମପୁର, ତେଲେଙ୍ଗାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକରନାଥରେ ଉପନିର୍ବାଚନ ହୋଇଥିଲା ।

ଓଡ଼ିଶା ଧାମନଗରରେ ଆଗେଇ ଚାଲିଛି ବିଜେପି

ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେ ସୁଦ୍ଧା ସପ୍ତମ ରାଉଣ୍ଡ ଗଣତି ଶେଷ ହୋଇଛି । ଲଗାତାର 7ମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟଂବଶୀ ସୂରଜ । ତାଙ୍କ ପଛକୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏବଂ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଦାସ ରହିଛନ୍ତି ।

ତେଲେଙ୍ଗାନାରେ ପଞ୍ଚମ ପର୍ଯ୍ୟାୟରେ ଆଗୁଆ ରହିଛି TRS

ତେଲେଙ୍ଗାର ମୁନୁଗୋଡେ ବିଧାନସଭା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପଞ୍ଚମ ରାଉଣ୍ଡ ସୁଦ୍ଧା ଶାସକ ଦଳ ଟିଆରଏସ 917 ଭୋଟରେ ଆଗରେ ରହିଛି । ମୋଟ 15ଟି ରାଉଣ୍ଡରେ ଗଣତି ଶେଷ ହେବାକୁ ଥିବାବେଳେ ଅପରାହ୍ନ ସୁଦ୍ଧା ଫଳାଫଳ ଜଣାପଡ଼ିବ ବୋଲି ଆଶା କରାଯାଉଛି । କଡ଼ା ସୁରକ୍ଷା ବଳରେ ଭୋଟ ଗଣତି ଜାରି ରହିଛି ।

ଉତ୍ତରପ୍ରଦେଶର ଗୋଲା ଗୋକରନାଥରେ 25000 ଭୋଟ ଆଗରେ ଅଛି ବିଜେପି

ଉତ୍ତରପ୍ରଦେଶର ଗୋଲା ଗୋକରନାଥ ଉପନିର୍ବାଚନରେ ବିଜେପି ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ଅମନ ଗିରି ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ 2500 ଭୋଟ ଆଗରେ ରହିଛନ୍ତି । 32ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା 18ଟି ରାଉଣ୍ଡ ଶେଷ ହୋଇଛି।

ହରିୟାଣାର ଆଦମପୁରରେ ଆଗରେ ଅଛି ବିଜେପି

ହରିୟାଣାର ଆଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭବନ ବିଷ୍ଣୁ ଆଗରେ ଅଛନ୍ତି । ତାଙ୍କ ନିକଟତମ ପ୍ରତିତ୍ବନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ଜୟ ଶଙ୍କରଠାରୁ 6, 235 ଭୋଟରେ ଆଗୁଆ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.