ETV Bharat / bharat

ଆଜି ୫ ରାଜ୍ୟରେ ଉପନିର୍ବାଚନ, ନେତା ବାଛୁଛନ୍ତି ଭୋଟର - ଝାଡଖଣ୍ଡ ଉପନିର୍ବାଚନ

ଆଜି ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ପଞ୍ଜାବ, ତ୍ରିପୁରା ଏବଂ ଝାଡଖଣ୍ଡରେ ଉପନିର୍ବାଚନ । ସକାଳୁ ମତସାବ୍ୟସ୍ତ କରୁଛନ୍ତି ଭୋଟର । ଅଧିକ ପଢନ୍ତୁ

ଆଜି ୫ ରାଜ୍ୟରେ ଉପନିର୍ବାଚନ, ନେତା ବାଛୁଛନ୍ତି ମତଦାତା

author img

By

Published : Jun 23, 2022, 10:28 AM IST

Updated : Jun 23, 2022, 12:37 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସମେତ ୫ଟି ରାଜ୍ୟର ଉପନିର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ଝାଡଖଣ୍ଡରେ ଉପନିର୍ବାଚନ ହେଉଛି । ପଞ୍ଜାବର ସଙ୍ଗରୁର, ୟୁପିର ଆଜମଗଡ ଓ ରାମପୁର ଲୋକସଭା ଆସନ ପାଇଁ ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସେହିପରି ତ୍ରିପୁରାର ଅଗରତାଲା, ଟାଉନ ବରଦୋୱାଲି(Town Bardowali), ସୁରମା ଓ ଯୁବରାଜଜନଗର, ଦିଲ୍ଲୀର ରାଜିନ୍ଦର ନଗର, ଆନ୍ଧ୍ରର ଆତ୍ମକୁର ଓ ଝାଡଖଣ୍ଡର ମନ୍ଦାର ନିର୍ବାଚନ ମଣ୍ଡଳୀରେ ମତଦାନ କରୁଛନ୍ତି ମତଦାତା । କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି । ଆସନ୍ତା ୨୬ ତାରିଖରେ ସମସ୍ତ ଆସନରେ ଭୋଟ ଗଣତି ହେବ ।

ଆଜି ୫ ରାଜ୍ୟରେ ଉପନିର୍ବାଚନ, ନେତା ବାଛୁଛନ୍ତି ଭୋଟର

ଆଜି ସକାଳୁ ୟୁପିର ଆଜମଗଡ ଓ ରାମପୁର ଲୋକସଭା ଆସନ ପାଇଁ ଜାରି ରହିଛି ମତଦାନ । ୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଯାଏଁ ଚାଲିବ । ଆଜମଗଡରେ ମୋଟ ୧୩ ଜଣ ପ୍ରାର୍ଥୀ ଏବଂ ରାମପୁରରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ ସପା ମୁଖ୍ୟ ଅଖିଳେଶ ଯାଦବ ଏବଂ ସପା ନେତା ଆଜମ ଖାନ ବିଧାନସଭାକୁ ନିର୍ବାଚିତ ହେବା ପରେ ସେମାନେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଯାହାପରେ ଏହି ଦୁଇଟି ଲୋକସଭା ଆସନ ଖାଲି ପଡିଛି ।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ବିଜେପି ବିରୁଦ୍ଧରେ ସରକାରୀ କଳ ଅପବ୍ୟବହାରର ଅଭିଯୋଗ ଆଣିଛି ସମାଜବାଦୀ ପାର୍ଟି । ଆଜମଗଡ ଏବଂ ରାମପୁର ଆସନ ଜିତିବା ପାଇଁ ବିଜେପି ସରକାରୀ କଳର ବ୍ୟବହାର କରୁଥିବା ଅଭିଯୋଗରେ ସପା ନିର୍ଚାଚନ କମିଶନଙ୍କ ନିକଟରେ ଚିଠି ଲେଖିଛି । ଦଳର ମୁଖ୍ୟ ଅଖିଳେଶ ଯାଦବ ନିଜର ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ଅପିଲ କରିବା ସହ ବିଜେପିର ମିଥ୍ୟା ପ୍ରରୋଚନା ପ୍ରତି ସତର୍କ ରହିବାକୁ କହିଛନ୍ତି ।

ସେହିପରି ପଞ୍ଜାବ ସଙ୍ଗରୁର ଲୋକସଭା ଆସନରେ ଉପନିର୍ବାଚନ ହେଉଛି । ବିଧାନସଭା ନିର୍ବାଚନରେ ବାଜିମାତ ପରେ ଲୋକସଭା ଆସନ ଜିତିବା ପାଇଁ ଆଶା ବାନ୍ଧିଛି ଆମ୍ ଆଦମୀ ପାର୍ଟି(AAP) । ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ପୂର୍ବତନ ଧୁରୀ ବିଧାୟକ ଦଳବୀର ସିଂହ ଗୋଲ୍ଡି ନିର୍ବାଚନ ଲଢୁଛନ୍ତି । ବିଜେପି ପୂର୍ବତନ ବର୍ନାଲା ବିଧାୟକ କେୱାଲ ଧିଲୋନଙ୍କୁ ପ୍ରାର୍ଥୀ କରିଛି । ଆପ୍ ପକ୍ଷରୁ ଗୁରମେଲ ସିଂହ, ଶିରୋମଣି ଅକାଳି ଦଳ ନେତା ସିମରନଜିତ ସିଂହ ମାନ ନିର୍ବାଚନୀ ଦୌଡରେ ରହିଛନ୍ତି ।

ଦିଲ୍ଲୀ ରାଜିନ୍ଦର ନଗର ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ଚାଲିଛି । କଡା ସୁରକ୍ଷା ମଧ୍ୟ ନିଜର ମତସାବ୍ୟସ୍ତ କରୁଛନ୍ତି ଭୋଟର । ଉପନିର୍ବାଚନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଆପ୍ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଶୃଙ୍ଖଳିତ ଉପନିର୍ବାଚନ ପାଇଁ ସିଏପିଏଫ ସହ ପୋଲିସ କର୍ମୀ ମୁତୟନ କରାଯାଇଛି ।

ଝାଡଖଣ୍ଡ ମନ୍ଦାର ବିଧାନସଭା ଆସନ(Mandar Assembly seat ) ପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟିଂ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୩ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସକାଳୁ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ଯାଏଁ ଚାଲିବ । ମୋଟ ୩.୪୫ ଲକ୍ଷ ଭୋଟର ନିଜର ମତସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧.୭୫ ଲକ୍ଷ ମହିଳା ଭୋଟର ରହିଛନ୍ତି । ଆସନ୍ତା ୨୬ ତାରିଖରେ ଭୋଟ ଗଣତି ହେବ । ମନ୍ଦାର ଆସନରେ ବିଜେପି, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋରଦାର ଚାଲିଛି । ମନ୍ଦାର ବିଧାୟକ ବନ୍ଧୁ ଟିରକେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆସନ ହରାଇବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି ।

ଆଜି ତ୍ରିପୁରାର ଚାରୋଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । ଅଗରତାଲା, ଟାଉନ ବରଦୋୱାଲି, ସୁରମା ଏବଂ ଯୁବରାଜନଗର ବିଧାନସଭା ଆସନ ପାଇଁ ମତସାବ୍ୟସ୍ତ କରୁଛନ୍ତି ୧,୮୯,୦୩୨ ଭୋଟର । ଚାରୋଟି ନିର୍ବାଚନ ମଣ୍ଡଳୀରେ ମୋଟ ମୋଟ ୨୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ସକାଳୁ ୨୨୨ଟି ବୁଥରେ ମତଦାନ ଜାରି ରହିଛି । ବିଭିନ୍ନ ବୁଥରେ CRPF ଏବଂ BSF ଯବାନଙ୍କୁ ମୁତୟନ କାରଯାଇଛି ।

Last Updated : Jun 23, 2022, 12:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.