ETV Bharat / bharat

By-Poll: ଆଜି ଆସିବ ୩ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ରେଜଲ୍ଟ

ଆଜି ବାହାରିବ ୬ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ । ଅଧିକ ପଢନ୍ତୁ

By-Poll: ଆଜି ଆସିବ ୩ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ରେଜଲ୍ଟ
By-Poll: ଆଜି ଆସିବ ୩ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ରେଜଲ୍ଟ
author img

By

Published : Jun 26, 2022, 10:13 AM IST

ନୂଆଦିଲ୍ଲୀ: ଆଜି ଆସିବ ୬ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ । କଡା ସୁରକ୍ଷା ମଧ୍ୟରେ ଆଜି ସକାଳୁ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ଚାଲିଛି ଏବଂ ପରେ ଇଭିଏମ ଖୋଲାଯିବ । ଉପନିର୍ବାଚନରେ କିଏ ବାଜିମାତ୍ କରିବା ଆଜି ତାହାର ଫଇସଲା ହେବ । ଗତ ୨୩ ତାରିଖ ଦିନ ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ଝାଡଖଣ୍ଡରେ ୩ ଲୋକସଭା ଆସନ ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ଲାଗି ମତଦାନ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ପଞ୍ଜାବର ସଙ୍ଗରୁର, ୟୁପିର ଆଜମଗଡ ଓ ରାମପୁରର ତିନି ଲୋକସଭା ଆସନ ଏବଂ ତ୍ରିପୁରାର ଅଗରତାଲା, ଟାଉନ ବରଦୋୱାଲି(Town Bardowali), ସୁରମା ଓ ଜୁବାରାଜନଗର, ଦିଲ୍ଲୀର ରାଜିନ୍ଦର ନଗର, ଆନ୍ଧ୍ରର ଆତ୍ମକୁର ଓ ଝାଡଖଣ୍ଡର ମନ୍ଦାରର ୭ଟି ବିଧାନସଭା ଆସନରେ ଏହି ଉପନିର୍ବାଚନ ହୋଇଥିଲା । ୟୁପିର ଆଜମଗଡ ଓ ରାମପୁର ଲୋକସଭା ଆସନ ପାଇଁ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଚଳିତ ବର୍ଷ ସପା ମୁଖ୍ୟ ଅଖିଳେଶ ଯାଦବ ଏବଂ ସପା ନେତା ଆଜମ ଖାନ ବିଧାନସଭାକୁ ନିର୍ବାଚିତ ହେବା ପରେ ସେମାନେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଯାହାପରେ ଏହି ଦୁଇଟି ଲୋକସଭା ଆସନ ଖାଲି ପଡିଛି ।

ପଞ୍ଜାବ ସଙ୍ଗରୁର ଲୋକସଭା ଆସନ ପାଇଁ ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ପୂର୍ବତନ ଧୁରୀ ବିଧାୟକ ଦଳବୀର ସିଂହ ଗୋଲ୍ଡି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପୂର୍ବତନ ବର୍ନାଲା ବିଧାୟକ କେୱାଲ ଧିଲୋନଙ୍କୁ ପ୍ରାର୍ଥୀ କରିଥିଲା । ଆପ୍ ପକ୍ଷରୁ ଗୁରମେଲ ସିଂହ, ଶିରୋମଣି ଅକାଳି ଦଳ ନେତା ସିମରନଜିତ ସିଂହ ମାନ ମୈଦାନରେ ରହିଛନ୍ତି । ଦିଲ୍ଲୀ ରାଜିନ୍ଦରନଗର ବିଧାନସଭା ଆସନ ପାଇଁ ୧୪ ଜଣ ପ୍ରତିଦ୍ବନ୍ଦୀ ରହିଛନ୍ତି । ତ୍ରିପୁରାର ଚାରୋଟି ବିଧାନସଭା ଆସନରେ ମୋଟ ୨୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.