ETV Bharat / bharat

ଦୀପାବଳିରେ କିଣନ୍ତୁ ଏମିତି ଗଣେଶ-ଲକ୍ଷ୍ମୀ ମୂର୍ତ୍ତୀ, ଜାରି ରହିବ ଧନବର୍ଷା - ପ୍ରଭୁ ଗଣେଶ

ଦୀପାବଳିରେ ମା' ଲକ୍ଷ୍ମୀଙ୍କ ପୂଜା କଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ଧନବର୍ଷା ହେବାର ବିଶ୍ବାସ ରହିଛି । କିନ୍ତୁ ଦୀପାବଳି ଦିନ କେବଳ ମା' ଲକ୍ଷ୍ମୀ ନୁହେଁ, ତାଙ୍କ ସହ ବାବା ଗଣେଶଙ୍କୁ ମଧ୍ୟ ପୂଜା କରାଯାଏ । ଏହି ପୂଜା କରିବାର କିଛି ବିଧି ବିଧାନ ମଧ୍ୟ ରହିଛି । ତେବେ ପଢନ୍ତୁ କେଉଁ ପ୍ରକାର ମୂର୍ତ୍ତୀ କିଣିଲେ ତାହା ଧନଧାନ୍ୟ ବଢାଇବାରେ ସହାୟକ ହେବ ...

ଦୀପାବଳିରେ କିଣନ୍ତୁ ଏମିତି ଗଣେଶ-ଲକ୍ଷ୍ମୀ ମୂର୍ତ୍ତୀ, ଜାରି ରହିବ ଧନବର୍ଷା

author img

By

Published : Nov 4, 2021, 6:30 AM IST

ହାଇଦ୍ରାବାଦ: ଆଲୋକର ପର୍ବ ଦୀପାବଳି । ଚତୁଃର୍ଦିଗ ରଙ୍ଗୀନ ଆଲୋକମାଳାରେ ଆଲୋକିତ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ହର୍ଷୋଲ୍ଲାସ । ଏ ବର୍ଷ ଗୁରୁବାର ଦୀପାବଳି ପଡୁଥିବାରୁ ସମସ୍ତଙ୍କ ମୁଖମଣ୍ଡଳରେ ଏକ ଅଦ୍ଭୁତ ଖୁସିର ସମ୍ଭାର । କାହିଁକିନା ଗୁରୁବାର ମା' ଲକ୍ଷ୍ମୀଙ୍କ ବାର । ଏହି ଦିନ ମା' ଲକ୍ଷ୍ମୀଙ୍କ ପୂଜା କଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ଧନବର୍ଷା ହେବାର ବିଶ୍ବାସ ରହିଛି । କିନ୍ତୁ ଦୀପାବଳି ଦିନ କେବଳ ମା' ଲକ୍ଷ୍ମୀ ନୁହେଁ, ତାଙ୍କ ସହ ବାବା ଗଣେଶଙ୍କୁ ମଧ୍ୟ ପୂଜା କରାଯାଏ । ଏହି ପୂଜା କରିବାର କିଛି ବିଧି ବିଧାନ ମଧ୍ୟ ରହିଛି ।

ଦୀପାବଳିରେ କିଣନ୍ତୁ ଏମିତି ଗଣେଶ-ଲକ୍ଷ୍ମୀ ମୂର୍ତ୍ତୀ, ଜାରି ରହିବ ଧନବର୍ଷା
ଦୀପାବଳିରେ କିଣନ୍ତୁ ଏମିତି ଗଣେଶ-ଲକ୍ଷ୍ମୀ ମୂର୍ତ୍ତୀ, ଜାରି ରହିବ ଧନବର୍ଷା

ତେଣୁ କଣ ରହିଛି ଏହି ବିଧି ବିଧାନ ଏବଂ କେଉଁ ପ୍ରକାର କିଣିବେ ଗଣେଶ-ଲକ୍ଷ୍ମୀଙ୍କ ମୂର୍ତ୍ତୀ, ତାହା ଜାଣି ନିଅନ୍ତୁ...

୧) ମାତା ଲକ୍ଷ୍ମୀ ଓ ବାବା ଗଣେଶଙ୍କ ମୂର୍ତ୍ତୀଙ୍କୁ ଅଲଗା ଅଲଗା କିଣନ୍ତୁ । ଯୋଡା ମୂର୍ତ୍ତୀ କିଣିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ସେହି ମୂର୍ତ୍ତୀଟା ସବୁବେଳେ ଗୋଟିଏ ମୂର୍ତ୍ତୀ ବୋଲି ଧରାଯାଏ । ଏହାର ବିଧି ବିଧାନ ଅନୁସାରେ ପଞ୍ଚୋପଚାର ପୂଜା ହୋଇ ପାରି ନଥାଏ ।

୨) ଗଣେଶ ଓ ଲକ୍ଷ୍ମୀଙ୍କ ବସିଥିବା ମୂର୍ତ୍ତୀକୁ ପୂଜା କରିବା ଆବଶ୍ୟକ । ଠିଆ ହୋଇଥିବା ମୁଦ୍ରା ମୂର୍ତ୍ତୀକୁ ଉଗ୍ର ସ୍ବଭାବ ଧରାଯାଏ । ସେଥିପାଇଁ ଶୁଭ ଦୀପାବଳିରେ ବସିଥିବା ମୁଦ୍ରାରେ ଗଣେଶ-ଲକ୍ଷ୍ମୀଙ୍କ ମୂର୍ତ୍ତୀ ପୂଜା କରନ୍ତୁ ।

୩) ପ୍ରଭୁ ଗଣେଶଙ୍କ ମୂର୍ତ୍ତୀ କିଣିବାବେଳେ ଧ୍ୟାନ ଦିଅନ୍ତୁ ଯେ, ଯେପରି ତାଙ୍କ ଶୁଣ୍ଢ ବାମ ପଟକୁ ମୋଡି ହୋଇଥିବ, ଏବଂ ତାଙ୍କ ପାଦ ତଳେ ତାଙ୍କ ବାହନ ମୂଷିକ ଯେପରି ବସି ଥିବ ।

4) ଗଣେଶଙ୍କ ହାତରେ ମୋଦକ ଥିବା ମୂର୍ତ୍ତୀ ହିଁ ଦୀପାବଳି ପୂଜାରେ ସାମିଲ କରନ୍ତୁ । ଏହା କରିବା ଦ୍ବାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।

୫) ଲକ୍ଷ୍ମୀଙ୍କ ମୂର୍ତ୍ତୀ କିଣିବା ସମୟରେ ଧ୍ୟାନ ରଖିବେ ଯେ, ଯେପରି ମା' ଲକ୍ଷ୍ମୀଙ୍କ ହାତରୁ ଧନର ବର୍ଷା ହେଉଥିବ । ମା'ଙ୍କ ହାତରୁ କଏନ୍ ବା ଧନ ବର୍ଷା ହେଉଥିବା ମୂର୍ତ୍ତୀକୁ ଧନ ଲକ୍ଷ୍ମୀ କୁହାଯାଏ । ମାନ୍ୟତା ଅଛି ଯେ, ଦୀପାବଳୀରେ ଧନ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ବାରା ଘରକୁ ପ୍ରଚୁର ଅର୍ଥ ଆସିଥାଏ ।

୬) ପେଚା ବ୍ୟତୀତ ହାତୀ କିମ୍ବା ପଦ୍ମଫୁଲ ଉପରେ ବିରାଜମାନ ହୋଇଥିବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତୀ ହିଁ କିଣନ୍ତୁ । ଏହା ଖୁବ୍ ଲାଭପ୍ରଦ ହୋଇଥାଏ ।

୭) ଦୀପାବଳିରେ ମାଟିରୁ ପ୍ରସ୍ତୁତ ହୋଇଥିବା ମୂର୍ତ୍ତୀକୁ ପୂଜା ସବୁଠାରୁ ଶୁଭ ହୋଇଥାଏ । ଏହା ବ୍ୟତୀତ ଅଷ୍ଟଧାତୁ, ପିତ୍ତଳ ଅଥବା ଚାନ୍ଦୀର ମୂର୍ତ୍ତୀ ପୂଜା ମଧ୍ୟ କରିପାରିବେ ।

୮) ଦୀପାବଳି ପୂଜାରେ ଭାଙ୍ଗି ଯାଇଥିବା ଅର୍ଥାତ ଖଣ୍ଡିଆ ମୂର୍ତ୍ତୀ ସାମିଲ କରନ୍ତୁ ନାହିଁ । ଏହା କଲେ ଅଶୁଭ ହୋଇଥାଏ ।

୯) ଗଣେଶ-ଲକ୍ଷ୍ମୀଙ୍କୁ ସଫା ହୋଇଥିବା ଘରେ ହିଁ ପୂଜା କରନ୍ତୁ । ଅପରିଷ୍କାର ଘରେ ମା' ଲକ୍ଷ୍ମୀଙ୍କ ପ୍ରବେଶ ହୋଇ ନଥାଏ ।

୧୦) ପୂଜାରେ କେବଳ ଗୁଆ ଘିଅ ହିଁ ବ୍ୟବହାର କରନ୍ତୁ । ବିଶ୍ବାସ ରହିଛି ଯେ, ଗୁଆ ଘିଅ ପୂଜା ଦ୍ବାରା ମା' ଲକ୍ଷ୍ମୀ ଖୁବ୍ ପ୍ରସନ୍ନ ହୋଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.