ETV Bharat / bharat

ବ୍ୟବସାୟୀଙ୍କ ବଡ ହୃଦୟ, କର୍ମଚାରୀଙ୍କୁ କାର୍‌ ଓ ବାଇକ ଦେଲେ ଦୀପାବଳି ଉପହାର

ତାମିଲନାଡୁର ଜଣେ ବ୍ୟବସାୟୀ ତାଙ୍କ କମ୍ପାନୀ ଷ୍ଟାଫଙ୍କୁ ଦୀପାବଳି ଗିଫ୍ଟ ଆକାରରେ ଦେଇଛନ୍ତି ଦାମୀ କାର୍‌ ଓ ବାଇକ । ଯାହାର ମୂଲ୍ୟ ପାଖାପାଖି 12 କୋଟି ଟଙ୍କା ହେବ । ଅଧିକ ପଢନ୍ତୁ

Businessman gives cars and bikes to staff
ଷ୍ଟାଫଙ୍କୁ 12 କୋଟି ଟଙ୍କାର ଦୀପାବଳି ଭେଟି ଦେଲେ ବ୍ୟବସାୟୀ
author img

By

Published : Oct 17, 2022, 12:37 PM IST

ଚେନ୍ନାଇ: କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି ପାଳିବେ ଦେଶବାସୀ । ଏହି ପର୍ବକୁ ପାଳନ କରିବା ପାଇଁ ବଡ କମ୍ପାନୀ ତାଙ୍କ କର୍ମଚାରୀଙ୍କୁ ବୋନସ, ଭଲିକି ଭଳି ଗିଫ୍ଟ ଦେଇଥାନ୍ତି । କିଛି କମ୍ପାନୀ ତାଙ୍କ କର୍ମଚାରୀଙ୍କୁ ମିଠା ଦାମୀ ଉପହାର ମଧ୍ୟ ଦେଇଥାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ତାମିଲନାଡୁର ଜଣେ ବ୍ୟବସାୟୀ ତାଙ୍କ କମ୍ପାନୀ ଷ୍ଟାଫ ଓ ସହକର୍ମୀଙ୍କୁ ଦୀପାବଳି ଗିଫ୍ଟ ଆକାରରେ ଦେଇଛନ୍ତି ଦାମୀ କାର୍‌ ଓ ବାଇକ । ଯାହାର ମୂଲ୍ୟ ପାଖାପାଖି 12 କୋଟି ଟଙ୍କା ହେବ ।

Businessman gives cars and bikes to staff
ଷ୍ଟାଫଙ୍କୁ 12 କୋଟି ଟଙ୍କାର ଦୀପାବଳି ଭେଟି ଦେଲେ ବ୍ୟବସାୟୀ

ଚାଲାନୀ ସୁନା ମାଲିକ ଜୟନ୍ତୀ ଲାଲ ଚୟାଥି 8ଟି କାର ଓ 18ଟି ବାଇକ ତାଙ୍କ ଷ୍ଟାଫ ଏବଂ ସହକର୍ମୀଙ୍କୁ ଦୀପାବଳୀ ଭେଟି ଦେଇଛନ୍ତି । ଏ ଗିଫ୍ଟ ଦେଖି ତାଙ୍କ ଷ୍ଟାଫ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନେକଙ୍କ ଆଖିରେ ଖୁସିର ଲୁହ ମଧ୍ୟ ଆସି ଯାଇଥିବା ଦେଖିବାକୁ ମିଳିଥିଲା । ଗଣମାଧ୍ୟମକୁ ଜୟନ୍ତୀ ଲାଲ ଚୟାଥି କହିଛନ୍ତି, "ମୋ ଷ୍ଟାଫ୍‌ ମୋ ପରିବାର ଭଳି ସଦସ୍ୟ ଭଳି । ସମସ୍ତ ଉତ୍ଥାନ ପତନ ଭିତରେ ସେମାନେ ମୋ ସାଥିରେ ରହିଛନ୍ତି । ମୋ ସହ କାମ କରିଛନ୍ତି । ତାଙ୍କୁ ଉତ୍ସାହିତ କରିବା ଓ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଏ ମୋର ଗୋଟିଏ ପ୍ରୟାସ ।''

ଏହା ବି ପଢନ୍ତୁ...ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ସୁରକ୍ଷାବଳ

ସେ ଆହୁରି କହିଛନ୍ତି, "ମୋ ବ୍ୟବସାୟକୁ ଆଗକୁ ନେବା ସହି ମୋ ବ୍ୟବସାୟ ଉତ୍ଥାନ ପତନ ଯାତ୍ରାରେ ସାଥ୍‌ ଦେଇଛନ୍ତି । ବ୍ୟବସାୟରେ ଲାଭ ହେବା ଦିଗରେ ସେମାନଙ୍କ ଭୂମିକା ରହିଛି । ସେମାନେ କେବଳ ଖାଲି ଷ୍ଟାଫ୍‌ ନୁହନ୍ତି ମୋ ପରିବାର । ସେମାନଙ୍କୁ ପରିବାର ସଦସ୍ୟ ଭଳି ଆତିଥ୍ୟ କରେ । ଦୀପାବଳିରେ ତାଙ୍କୁ ଏହି ଉପହାର ଦେବାକୁ ସ୍ଥିର କରିଛି । ମୁଁ ଏହା କରି ପାରିଥିବାରୁ ବହୁତ ଖୁସି ।" ସବୁ ମାଲିକ ତାଙ୍କୁ ଷ୍ଟାଫ ଓ ସହକର୍ମୀଙ୍କୁ ସମ୍ମାନ କରିବା ଦରକାର ବୋଲି କହିଛନ୍ତି ଚାଲାନୀ ସୁନା ମାଲିକ ଜୟନ୍ତୀ ଲାଲ ଚୟାଥି । ବାସ୍ତବରେ ଜୟନ୍ତୀ ଲାଲଙ୍କ ଏ ପ୍ରୟାସ ପ୍ରଶଂସନୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.