ETV Bharat / bharat

Jharkhand Bus Mishap: ସ୍କୁଟର ଇନସୁରାନ୍ସରେ ଚାଲୁଥିଲା ବସ, ମୃତାହତଙ୍କୁ ମିଳିବନି ବୀମା ଟଙ୍କା ! - ନଦୀରେ ବସ ଖସିବା ଘଟଣା

ଝାଡଖଣ୍ଡରେ ଗିରିଡିହରେ ନଦୀରେ ଖସିଥିବା ବସ ଦୁଇଚକିଆ ଯାନ ଭାବେ ହୋଇଥିଲା ବୀମାଭୁକ୍ତ । ତଦନ୍ତ ପରେ ମିଳିଲା ସଡକ ସୁରକ୍ଷା ନିୟମରେ ଘୋଟାଲା । 4 ଜଣ ଯାତ୍ରୀଙ୍କ ଯାଇଥିଲା ବିମାନ । ଅଧିକ ପଢନ୍ତୁ

ଝାଡଖଣ୍ଡରେ ବସ ନଦୀକୁ ଖସିବା ଘଟଣା, ସ୍କୁଟର ବୀମାରେ ଚାଲୁଥିଲା ବସ

author img

By

Published : Aug 7, 2023, 6:46 PM IST

ରାଞ୍ଚି: ଶନିବାର ଝାଡ଼ଖଣ୍ଡ ଗିରିଡିହରେ ବରାକର ନଦୀରେ ବସ ଖସିପଡିବା ଘଟଣାର ତଦନ୍ତରେ ସାମ୍ନାକୁ ଆସିଛି ସଡକ ସୁରକ୍ଷା ନିୟମାବଳୀର ସାଙ୍ଘାତିକ ଉଲ୍ଲଙ୍ଘନ । ବସଟି ଏକ ଦୁଇ ଚକିଆ ଯାନ ଭାବେ ବୀମାଭୁକ୍ତ କରାଯାଇଛି । ଏହି ଚଞ୍ଚକତା କେବଳ ସଡକ ସୁରକ୍ଷା ନିୟମାବଳୀର ଉଲଙ୍ଘନ କରିନାହିଁ ବରଂ ଦୁର୍ଘଟଣାର ମୃତାହତଙ୍କୁ ଅନୁକମ୍ପା ଓ ସହାୟତା ରାଶି ପାଇବାରୁ ମଧ୍ୟ ବଞ୍ଚିତ କରିଛି । ଏହି ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20 ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ବସରେ ୩୦ରୁ ଅଧିକ ଯାତ୍ରୀ ଥିବାର ସୂଚନା ମିଳିଥିଲା ।

ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସଡକ ଓ ପରିବହନ ବିଭାଗ ଏହାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଗାଡିର ପଞ୍ଜୀକରଣ ଓ ବୀମା ସମ୍ପର୍କରେ ଏପରି ତଥ୍ୟ ମିଳିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟି JH-07H 2906 ନମ୍ବରରେ ପଞ୍ଜୀକରଣ ହୋଇଛି । ହେଲେ ଏହା କୌଣସି ଭାରିଯାନ କିମ୍ବା ବ୍ୟବସାୟିକ ଯାତ୍ରୀବାହୀ ବାହନ ଭାବେ ବୀମାଭୁକ୍ତ ହୋଇନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହା ଏକ ଦୁଇଚକିଆ ଯାନ (ସ୍କୁଟର) ଭାବେ 1130003123010240021524 ନମ୍ବର ଆଧାରରେ ବୀମାଭୁକ୍ତ ହୋଇଛି । ସଧାରଣ ଯାତ୍ରୀ ପରିବାହୀ ଯାନ ଭାବେ ଏହାର ମେଣ୍ଟେନାନ୍ସ ଖର୍ଚ୍ଚକୁ ଲୁଚାଇବା ପାଇଁ ଏହାକୁ ଦୁଇଚକିଆ ଯାନ ଭାବେ ଏହାର ମାଲିକ ପଞ୍ଜୀକରଣ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ତେବେ ବିମା ପଲିସି ଓ ଗାଡିର ପଞ୍ଜୀକରଣ ମାଲିକାନାରେ ମଧ୍ୟ ତାଳମେଳ ନାହିଁ । ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି, ଏକ ଅଗ୍ରଣୀ 2 ଚକିଆ ବିମା ପ୍ରଦାନକାରୀ କମ୍ପାନୀ ଜରିଆରେ ଏହି ବସଟିକୁ ସ୍କୁଟର ଭାବେ ବୀମାଭୁକ୍ତ କରାଯାଇଛି । ବସର ମାଲିକାନା ପଞ୍ଜୀକରଣ ରାଜୁ ଖାନ ନାମକ ବ୍ୟକ୍ତିଙ୍କ ନିକଟରେ ଥିବା ବେଳେ ବିମା ପଲିସି ପଙ୍କଜ କୁମାର ନାମକ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-ଝାଡ଼ଖଣ୍ଡରେ ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍: 4 ମୃତ, 20 ଆହତ

ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ସାଢେ ୮ଟାରେ ଏହି ଦୁର୍ଘଟଣାଟି ଘଟିଥିଲା । ରାଞ୍ଚିରୁ ଗିରିଡିହ ଅଭିମୁଖେ ଆସୁଥିବା ଏହି ବସ ଭାରସାମ୍ୟ ହରାଇ ବରାକର ନଦୀ ମଧ୍ୟକୁ ଖସିପଡିଥିଲା । ଏଥିରେ 4 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 20 ଜଣ ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନକୁ ସୂଚନା ଦେଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ ରାଜ୍ୟ ସଡକ ପରିବହନ ବିଭାଗ ଏହି ବସ ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଥିଲା । ଏଥିରେ ସଡକ ସୁରକ୍ଷା ନୟମାବଳୀରେ ସାଙ୍ଘାତିକ ଚଞ୍ଚକତା ହୋଇଥିବା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.