ETV Bharat / bharat

ଦିଲ୍ଲୀ-ମିରଟ ଏକ୍ସପ୍ରେସ-ଓ୍ବେରେ ଫ୍ଲାଇଓଭରରୁ ତଳକୁ ଖସିଲା ବସ, 20 ଯାତ୍ରୀ ଆହତ

author img

By ETV Bharat Odisha Team

Published : Sep 14, 2023, 8:27 PM IST

ଦିଲ୍ଲୀ-ମିରଟ ଏକ୍ସପ୍ରେସ-ଓ୍ବେରେ ଫ୍ଲାଇଓଭରରୁ ଖସି ପଡିଲା ବସ । 20ରୁ ଅଧିକ ଯାତ୍ରୀ ଆହତ । ଉଦ୍ଧାର କାର୍ଯ୍ଯ ଜାରି । ଅଧିକ ପଢନ୍ତୁ

ଫ୍ଲାଇଓଭରରୁ ଖସି ପଡିଲା ବସ, 20 ଯାତ୍ରୀ ଆହତ
ଫ୍ଲାଇଓଭରରୁ ଖସି ପଡିଲା ବସ, 20 ଯାତ୍ରୀ ଆହତ
ଫ୍ଲାଇଓଭରରୁ ଖସି ପଡିଲା ବସ, 20 ଯାତ୍ରୀ ଆହତ

ନୂଆଦିଲ୍ଲୀ/ଗାଜିଆବାଦ: ଦିଲ୍ଲୀ-ମିରଟ ଏକ୍ସପ୍ରେସ-ଓ୍ବେର ମସୁରୀ ନିକଟରେ ଏକ ବସ୍‌ ଭାରସାମ୍ୟ ହରାଇ ଫ୍ଲାଇଓଭର ତଳକୁ ଖସିପଡିଛି । ତେବେ ଏଥିରେ 20ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଏକାଧିକ ଆମ୍ବୁଲାନ୍ସ ସହ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଜାରି ରଖିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । ଯାତ୍ରୀଙ୍କ ମୋଟ ସଂଖ୍ୟା ବିଷୟରେ ମଧ୍ୟ କିଛି ସ୍ପଷ୍ଟ ହୋଇନି ।

ମସୁରୀର ଏସିପି ନରେଶ କୁମାରଙ୍କ ସୂଚନା ଅନୁସାରେ ଆଜି (ଗୁରୁବାର) ସଂଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଛି । ବସଟି ମିରଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ମସୁରୀ ନିକଟରେ ନିୟନ୍ତ୍ରଣ ହରାଇ ବସଟି ଫ୍ଲାଇଓଭରର ରେଲିଂ ଭାଙ୍ଗି ତଳକୁ ଖସିପଡିଥିଲା । ପ୍ରାୟ 20 ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇବା ମାତ୍ରେ ପୋଲିସ ଓ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସରେ କେତେ ଯାତ୍ରୀ ଥିଲେ ସେ ନେଇ ତଦନ୍ତ ଜାରି ରହିଛି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିୟମ ଅନୁସାରେ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ :- Mumbai Airport: ରନ୍‌-ଓ୍ବେରୁ ଖସିଲା ଚାର୍ଟାଡ ଫ୍ଲାଇଟ, ଏୟାରପୋର୍ଟରେ ଅପରେସନ୍ ବନ୍ଦ

ଦୁ୍ଘଟଣାରେ ଆହତ ମହମ୍ମଦ ସାଦିକ ନାମକ ଜଣେ ଯାତ୍ରୀଙ୍କ ପ୍ରତିକ୍ରିୟା ଅନୁସାରେ, ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ବସଟି ପ୍ରଥମେ ରାସ୍ତାକଡରେ ଥିବା ଖମ୍ବରେ ଧକ୍କା ଖାଇଥିଲା । ପରେ ଫ୍ଲାଇଓଭରର ରେଲିଂ ଭାଙ୍ଗି ତଳକୁ ଖସିପଡିଥିଲା । ସମସ୍ତେ ଚିତ୍କାର କରିବା ଆରମ୍ଭ କରିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ବସ ଭିତରୁ ବାହାରକୁ ଆଣିବା ଆରମ୍ଭ କରିଥିଲେ । ପୋଲିସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

11 ଜୁଲାଇରୁ 18 ଜୁଲାଇ ମଧ୍ୟରେ ଗାଜିଆବାଦରେ 4 ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ ହୋଇଛି । 4ଟି ଦୁର୍ଘଟଣା ମଧ୍ୟରୁ 3ଦୁର୍ଘଟଣା କେବଳ 9 ନମ୍ବର ଜାତୀୟ ରାଜପଥରେ ଘଟିଛି । ଏନଫୋର୍ସମେଣ୍ଟ ଓ ସଡକ ସୁରକ୍ଷା ପ୍ରତି ଲୋକଙ୍କୁ ସଚେତନ କରାଇବା ସହ ଦୁର୍ଘଟଣା ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରୟାସ କରୁଛି । ଏକ୍ସପ୍ରେସ ଓ୍ବେରେ ସେହିପରି ନିର୍ଦ୍ଧାରିତ ବେଗଠାରୁ ଅଧିକ ଗତିରେ ଗାଡି ଚଳାଇବା କାରଣରୁ ଏପରି ଦୁର୍ଘଟଣା ଘଟୁଥିବା ବିଭିନ୍ନ ସମୟରେ ତଦନ୍ତରୁ ଜଣାପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.