ETV Bharat / bharat

ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ନିଆଁ ଲଗାଇ ଦେଲେ, ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ

ରାଜସ୍ଥାନରେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ନିଆଁ ଲଗାଇ ହତ୍ୟା ଉଦ୍ୟମ ପରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ କୈଳାଶ ଚୌଧୁରୀ । ଅଧିକ ପଢ଼ନ୍ତୁ

ରାଜସ୍ଥାନ ଦୁଷ୍କର୍ମ ଘଟଣା
ରାଜସ୍ଥାନ ଦୁଷ୍କର୍ମ ଘଟଣା
author img

By

Published : Apr 8, 2023, 7:48 PM IST

ଜୟପୁର: ରାଜସ୍ଥାନ ଯୋଧପୁର ଡିଭିଜନ ଅନ୍ତର୍ଗତ ବାରମେର୍ ଜିଲ୍ଲାର ପଚପଦରା ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗତ ଗୁରୁବାର ଦିନ ଦୁଷ୍କର୍ମ କରିବା ପରେ ତାଙ୍କୁ ଜୀବନ୍ତ ଜାଳିଦେବା ପାଇଁ ଚେଷ୍ଟା କରାଯାଇଥିଲା । ତେବେ ପୀଡ଼ିତା ଜଣଙ୍କର ଶୁକ୍ରବାର ରାତିରେ ଯୋଧପୁର ସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନେଇ ଦଳିତ ସମାଜର ଲୋକମାନେ ହସ୍ପିଟାଲ ପରିସରରେ ଧାରଣା ଦେଇ ୧ କୋଟି ଟଙ୍କା କ୍ଷତିପୂରଣ ସହିତ ଗୋଟିଏ ସରକାରୀ ଚାକିରି ଓ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଏହାରି ଭିତରେ କୋରୋନାରେ ପୀଡ଼ିତ ହେବା ସତ୍ତ୍ବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଧାରଣାରତ ଦଳିତ ସମାଜର ଲୋକଙ୍କ ପାଖରେ ପହଞ୍ଚି ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି ।

ଯୋଧପୁର ହସ୍ପିଟାଲରେ ଧାରଣାରେ ବସିଥିବା ଦଳିତ ସମାଜର ଲୋକମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏପରିକି ମୃତଦେହ ବ୍ୟବଚ୍ଛେଦ ପାଇଁ ମଧ୍ୟ ସେମାନେ ରାଜି ନୁହନ୍ତି । ଖବର ପାଇ କୋରୋନା ପୀଡ଼ିତ କେନ୍ଦ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲରେ ପହଞ୍ଚିଥିଲେ । ଏହି ଘଟଣାକୁ ସେ ଲଭ ଜିହାଦ ବୋଲି ଉଦାହରଣ ଦେଇଥିଲେ । ଏହାସହ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ଏହି କାରଣରୁ ଅପରାଧୀ ମାନେ ନିର୍ଭୟରେ ଏଭଳି କାଣ୍ଡ ଘଟାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କୈଳାଶ ଚୌଧୁରୀ ।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ପୀଡ଼ିତାଙ୍କ ପରିବାର ଲୋକେ ପଚପଦରା ଥାନା ସବ୍‌ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଘଟଣା ପରେ ସେ ବାରମ୍ବାର ପରିବାର ଲୋକଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ପରିବାର । ଏପରିକି ତାଙ୍କ ଜମିବାଡ଼ି ପଟ୍ଟା ମଧ୍ୟ ଏହି ପୋଲିସ ଅଧିକାରୀ ଥାନାକୁ ନେଇ ଆସିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଦାଖଲ କରିବାକୁ ଯିବା ସମୟରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖିଥିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଅଭିଯୋଗ ହୋଇଛି ।

ତେବେ ପରେ ଯେତେବେଳେ ଦଳିତ ସମାଜର ଲୋକେ ଏକତ୍ରୀତ ହେଲେ, ସେତେବେଳେ ପୋଲିସ ଅଭିଯୋଗ ରଖିଥିଲା ବୋଲି କୁହାଯାଇଛି । ଏହାପରେ ମନ୍ତ୍ରୀ କହିଛନ୍ତି,"ଏଭଳି ସଙ୍ଗୀନ ମାମଲାରେ ମଧ୍ୟ ପୋଲିସ କର୍ମୀ ରାଜନୀତି କରୁଛନ୍ତି । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ମୁଁ ନିଜେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ।" ଏହାସହ ପରିବାର ଲୋକଙ୍କ ଦାବି ପୂରଣ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ମନ୍ତ୍ରୀ ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ।

ଏଭଳି ଘଟିଥିଲା ଘଟଣା: ପଚପଦରା ଥାନା ଅଞ୍ଚଳରେ ଜନୈକା ଦଳିତ ମହିଳାଙ୍କ ଘରେ ଅଭିଯୁକ୍ତ ଶକୁର ଖାନ ପଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା । ଯେତେବେଳେ ସେ ଜାଣିଲା ଯେ ମହିଳା ଜଣକ ଚୁପ ରହିବେ ନାହିଁ, ସେ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ପୀଡ଼ିତାଙ୍କ ଚିତ୍କାର ଶୁଣି ତାଙ୍କ ଭଉଣୀ ସେଠାରେ ଆସି ପହଞ୍ଚିଥିଲେ । ଏତିକିବେଳେ ତାଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ପରିବାର ଲୋକେ ପୀଡ଼ିତାଙ୍କୁ ନେଇ ପ୍ରଥମେ ବାଲୋତରାସ୍ଥିତ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯୋଧପୁର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତୁରନ୍ତ ଚିକିତ୍ସା ପାଇଁ ପରିବାର ଲୋକେ ପୀଡ଼ିତାଙ୍କୁ ଅନ୍ୟଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହି ଖବର ପାଇବା ପରେ ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ । ସେଠାରେ ଶୁକ୍ରବାର ବିଜେପି ଓ କଂଗ୍ରେସ ନେତାମାନେ ପହଞ୍ଚି ଝଗଡ଼ା ମଧ୍ୟ ଆରମ୍ଭ କରିଥିଲେ । ତେବେ ସାରା ଦିନ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଦ୍ବିପ୍ରହର ସମୟରେ ପୋଲିସ ପୀଡ଼ିତାଙ୍କୁ ନେଇ ଯୋଧପୁରସ୍ଥିତ ମହାତ୍ମା ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଶୁକ୍ରବାର ବିଳମ୍ବିତ ରାତିରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.