ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିକାତ୍ମକ ଛବି ପାଲଟିଛି ବୁଲଡୋଜର । ପ୍ରୟାଗରାଜ ହିଂସା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସେହି ପ୍ରକ୍ରିୟା ଜାରି ରଖିଛନ୍ତି ଯୋଗୀ ସରକାର । ଦଙ୍ଗାକାରୀଙ୍କ ଘର ଉପରେ ବୁଲଡୋଜର ଚଢାଇଛି ସ୍ଥାନୀୟ ପ୍ରଶାସନ । ପ୍ରୟାଗରାଜ ହିଂସାର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଚିହ୍ନଟ ହୋଇଥିବା ମହମ୍ମଦ ଜାଭେଦର ଘର ସମେତ ଅନ୍ୟ ସମ୍ପତ୍ତିରେ ବୁଲଡୋଜର ଲଗାଇ ଉଚ୍ଛେଦ କରାଯିବା ଜାରି ରହିଛି ।
-
#WATCH | Demolition of the "illegally constructed" residence of Prayagraj violence accused Javed Ahmed still underway, after the Prayagraj Development Authority (PDA) earlier put a demolition notice at the residence. pic.twitter.com/CcpVgMaZso
— ANI UP/Uttarakhand (@ANINewsUP) June 12, 2022 " class="align-text-top noRightClick twitterSection" data="
">#WATCH | Demolition of the "illegally constructed" residence of Prayagraj violence accused Javed Ahmed still underway, after the Prayagraj Development Authority (PDA) earlier put a demolition notice at the residence. pic.twitter.com/CcpVgMaZso
— ANI UP/Uttarakhand (@ANINewsUP) June 12, 2022#WATCH | Demolition of the "illegally constructed" residence of Prayagraj violence accused Javed Ahmed still underway, after the Prayagraj Development Authority (PDA) earlier put a demolition notice at the residence. pic.twitter.com/CcpVgMaZso
— ANI UP/Uttarakhand (@ANINewsUP) June 12, 2022
ଜୁନ 10ରେ ମହାପୁରଷ ମହମ୍ମଦଙ୍କ ସମ୍ପର୍କିତ ବିବାଦୀୟ ବୟାନ ପାଇଁ ଏହି ହିଂସା ସୃଷ୍ଟି ହୋଇଥିଲା । ଏଥିରେ ହୋଇଥିବା ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ଯାହାର ମୁଖ୍ୟ ଷଡଯନ୍ତ୍ରକାରୀ ମହମ୍ମଦ ଜାଭେଦ ବୋଲି ପ୍ରାଥମିକ ଭାବେ ପୋଲିସ କହିଛି । ଏହି ଘଟଣାରେ ଗିରଫଦାରୀ ମଧ୍ୟ ଜାରି ରହିଛି । ଫେରାର ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଖୋଜି ଖୋଜି ଗିରଫଦାରୀ ଜାରିରହିଛି ।
-
#WATCH | Heavy security force deployed in front of the residence of Prayagraj violence accused Javed Ahmed.
— ANI UP/Uttarakhand (@ANINewsUP) June 12, 2022 " class="align-text-top noRightClick twitterSection" data="
Prayagraj Development Authority (PDA) had earlier put a demolition notice at his residence, asking him to vacate the house by 11am today as it is "illegally constructed". pic.twitter.com/sk0KCEVVdm
">#WATCH | Heavy security force deployed in front of the residence of Prayagraj violence accused Javed Ahmed.
— ANI UP/Uttarakhand (@ANINewsUP) June 12, 2022
Prayagraj Development Authority (PDA) had earlier put a demolition notice at his residence, asking him to vacate the house by 11am today as it is "illegally constructed". pic.twitter.com/sk0KCEVVdm#WATCH | Heavy security force deployed in front of the residence of Prayagraj violence accused Javed Ahmed.
— ANI UP/Uttarakhand (@ANINewsUP) June 12, 2022
Prayagraj Development Authority (PDA) had earlier put a demolition notice at his residence, asking him to vacate the house by 11am today as it is "illegally constructed". pic.twitter.com/sk0KCEVVdm
ତେବେ ଅଭିଯୁକ୍ତ ମହମ୍ମଦ ଜାଭେଦ ପ୍ରୟାଗରାଜ ଡେଭଲପମେଣ୍ଟ ପ୍ରାଧିକରଣ (PDA)ର ବିନା ଅନୁମତିରେ ସରକାରୀ ଜମି ଜବରଦଖଲ କରି ଏକାଧିକ ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା । ହିଂସା ପରେ ମହମ୍ମଦକୁ ନୋଟିସ ଜାରି କରାଯିବା ସହ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସହରରେ ବ୍ୟାପକ ସୁରକ୍ଷା ବଳ ମଧ୍ଯ ମୁତୟନ ହୋଇଛନ୍ତି । ପୋଲିସ ଫୋର୍ସ ସମ୍ବେଦନଶୀଳ ସ୍ଥାନରେ ଫ୍ଲାଗମାର୍ଚ୍ଚ ମଧ୍ୟ କରିଛନ୍ତି । ଉଚ୍ଛେଦ ସ୍ଥଳରେ ଜିଲ୍ଲା ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଉଚ୍ଛେଦ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ