ETV Bharat / bharat

ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡ ଘରେ ଚାଲିବ ବୁଲଡୋଜର - ପ୍ରୟାଗରାଜ ହିଂସା

ଶୁକ୍ରବାର ନମାଜ ପରେ ପ୍ରୟାଗରାଜରେ ହିଂସା ମାମଲା । ହିଂସାର ମାଷ୍ଟରମାଇଣ୍ଡ ଜାବେଦ ମହମ୍ମଦ ଓରଫ ଜାବେଦ ପମ୍ପଙ୍କ ଘରେ ଚାଲିବ ବୁଲଡୋଜର । ଅଧିକ ପଢନ୍ତୁ

ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡ ଘରେ ଚାଲିବ ବୁଲଡୋଜର

author img

By

Published : Jun 12, 2022, 12:00 PM IST

ଲକ୍ଷ୍ନୌ: ଶୁକ୍ରବାର ନମାଜ ପରେ ପ୍ରୟାଗରାଜରେ ହୋଇଥିବା ହିଂସା ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ହିଂସାର ମାଷ୍ଟରମାଇଣ୍ଡ ଜାବେଦ ମହମ୍ମଦ ଓରଫ ଜାବେଦ ପମ୍ପଙ୍କ ଘରେ ଚାଲିବ ବୁଲଡୋଜର । ଏନେଇ ଜାବେଦ ପମ୍ପଙ୍କ ଅଟଳା ଅଞ୍ଚଳରେ ଥିବା ଦୁଇ ମହଲା ଘର ବାହାରେ ନୋଟିସ ଲଗାଇଛି ପ୍ରୟାଗରାଜ ବିକାଶ ପ୍ରାଧିକରଣ (PDA) । ନୋଟିସରେ ଆଜି(ରବିବାର) ଦିନ ୧୧ଟା ସୁଦ୍ଧା ତାଙ୍କ ପରିବାରକୁ ଘର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନୋଟିସରେ ଜାଭେଦଙ୍କ ଘର ବେଆଇ ଭାବେ ତିଆରି ହୋଇଥିବା କୁହାଯାଇଛି । ତେଣୁ ତାଙ୍କ ତାଙ୍କ ଘର ଭଙ୍ଗାଯିବ । ଏହିପରି ନିୟମ ଉଲ୍ଲଙ୍ଘନ କରି ନିର୍ମାଣ ହୋଇଥିବା ଅନେକ ଘର ଭାଙ୍ଗିବାକୁ ଯୋଜନା କରିଛି ପିଡିଏ । କହିରଖୁଛୁ କି, ପ୍ରୟାଗରାଜ ହିଂସା ମାମଲା ତାଲିକାରେ ମାଷ୍ଟରମାଇଣ୍ଡ ଜାବେଦ ପମ୍ପଙ୍କ ନାମ ସାମିଲ ସହ ଅନ୍ୟ ୩୭ ଜଣ ହିଂସା ସୃଷ୍ଟିକାରୀଙ୍କ ନାମ ସାମିଲ ରହିଛି ।

ଏଡିଜି ଜୋନ ପ୍ରୟାଗରାଜ ପ୍ରେମ ପ୍ରକାଶ କହିଛନ୍ତି, ହିଂସା ସୃଷ୍ଟି ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୁକ୍ତମାନଙ୍କ ଛାନଭିନ କରାଯାଉଛି । ତଦନ୍ତରୁ ଯାହାର ଏହି ମାମଲାରେ ସମ୍ପୃକ୍ତି ମିଳିବ, ସେମାନଙ୍କ ବେଆଇନ ନିର୍ମାଣଙ୍କୁ ଧ୍ବଂସ କରିଦିଆଯିବ । ଏଥିସହ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.