ETV Bharat / bharat

Building collapsed in lucknow: ଲକ୍ଷ୍ନୌରେ କୋଠା ଭୁଶୁଡି 3 ମୃତ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Jan 24, 2023, 8:18 PM IST

Updated : Jan 24, 2023, 9:48 PM IST

ଲକ୍ଷ୍ନୌରେ ଭୁଶୁଡିଲା 4 ମହଲା କୋଠା । 3 ମୃତ, ଏକାଧିକ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ଲକ୍ଷ୍ନୌରେ ଭୁଶୁଡିଲା କୋଠା
ଲକ୍ଷ୍ନୌରେ ଭୁଶୁଡିଲା କୋଠା

ହାଇଦ୍ରବାଦ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ 4 ମହଲା କୋଠା ଭୁଶୁଡ଼ି ପଡିଛି । ଏଥିରେ 3ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଥିବା ବେଳେ ଏକାଧିକ ବ୍ୟକ୍ତି ଏବେବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଆଜି ସଂଧ୍ୟାରେ ହଜରତଗଞ୍ଜ ଅଞ୍ଚଳର ୱାଜିର ହାସନ ରୋଡରେ ଦୁର୍ଘଟଣା ଘଟିଛି । ଜାତୀୟ ବିପର୍ୟ୍ୟୟ ପ୍ରଶମନ ବଳ ସହ ଅଗ୍ନିଶମ ଓ ଅନ୍ୟ ଜରୁରୀ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରଖିଛନ୍ତି । କୋଠାରେ କେତେ ଲୋକ ଥିଲେ ସେ ନେଇ ସ୍ପଷ୍ଟ ହୋଇନି । ଏବେ ସୁଦ୍ଧା 3 ମୃତଦେହ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି ।

  • Building collapsed suddenly. 3 dead bodies have been found & sent to the hospital. NDRF, fire brigade personnel present at the spot, rescue operation underway: UP deputy CM Brajesh Pathak pic.twitter.com/iPGVLuIvYn

    — ANI UP/Uttarakhand (@ANINewsUP) January 24, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ, ତୀବ୍ରତା 5.8

ଅନ୍ୟ ଏକ ସୂଚନା ଅନୁସାରେ ବିଲ୍ଡିଂଟି ଅସୁରକ୍ଷିତ ଥିଲା । ଆଜି ଅପରାହ୍ନରେ ଦିଲ୍ଲୀ ଏନସିଆରରେ ଅନୁଭୂତ ହୋଇଥିବା ଭୂକମ୍ପ ପ୍ରଭାବରେ ଏହା ଭୁଶୁଡି ପଡିଥିଲା । ତେବେ ଏହି କାରଣ ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାସନ ସରକାରୀ ଭାବେ କିଛି କହିନି । ଉଦ୍ଧାର ଅପରେସନ ଜାରି ରହିଛି । ଏକାଧିକ ଲୋକେ ବିଲ୍ଡିଂ ତଳେ ଫସି ରିହଥିବା ସନ୍ଦେହ ମଧ୍ୟ ବଢିଛି । ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଘଟଣା ସମ୍ପର୍କରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 7ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି । ସେମାନଙ୍କ ଅବସ୍ଥା ଗମ୍ଭୀର ରହିଥିବା ବେଳେ ଚିକିତ୍ସା ଜାରି ରହିଛି । ପ୍ରାୟ 30 ରୁ 35 ପରିବାର ଏହି ବିଲ୍ଡିଂରେ ରହୁଥିଲେ । ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଉଦ୍ଧାର ଅପରେସନ ଉପରେ ପ୍ରତ୍ୟେକ୍ଷ ନଜର ରଖିଛନ୍ତି । ଏବେ ସୁଦ୍ଧା ପ୍ରାୟ 30 ଜଣ ଫସିରହିଥିବା ପ୍ରାଥମିକ ଭାବେ ଆକଳନ କରାଯାଉଥିବା ସେ ସୂଚନା ଦେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଘଟଣର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରୁଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।

ଆଜି ଅପରାହ୍ନରେ ଅଟ୍ଟାଳିକାଟି ଭୁଶୁଡି ପଡିଥିବା ବେଳେ ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । ଫସି ରହିଥିବା ଲୋକଙ୍କ ସଂଖ୍ୟା ନେଇ ଭିନ୍ନ ଭିନ୍ନ ସୂଚନା ଆସୁଥିଲେ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ । ଏକାଧିକ ଟିମ ଉଦ୍ଧାର ଅପରେସନରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2023, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.