ETV Bharat / bharat

ବଜେଟ 2021: ସହରୀ ବିକାଶକୁ ଗୁରୁତ୍ବ - Budget 2021 Latest Updates

ପିପିପି ମୋଡରେ ସହରରେ ଚାଲିବ 20,000 ବସ । ଅଧିକ ପଢନ୍ତୁ...

ବଜେଟ 2021
ବଜେଟ 2021
author img

By

Published : Feb 1, 2021, 1:43 PM IST

ନୂଆଦିଲ୍ଲୀ: ଭାରତର ଜନସାଧାରଣ ସହରାଭିମୁଖୀ ହେଉଥିବାବେଳେ ବଜେଟ୍‌ 2021 ରେ ସହରୀବିକାଶକୁ ଗୁରୁତ୍ବ ଦିଆଯାଇଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରଡକ୍ସନ ଲିଙ୍କ୍ ସ୍କିମ୍‌ ପାଇଁ ସରକାର 1.97 ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ସହରାଞ୍ଚଳର ଉନ୍ନତି ପାଇଁ ପିପିପି ମୋଡରେ ସହରରେ 20,000 ବସ ଚଳାଇବାକୁ ଯୋଜନା ହୋଇଛି । ସେହିପରି ମେଟ୍ରୋ ପାଇଁ ଅନେକ ଘୋଷଣା କରାଯାଇଛି । କୋଚି ମେଟ୍ରୋ ଫେଜ୍‌-2 ପାଇଁ 1957 କୋଟିର ବ୍ୟୟବରାଦ ହୋଇଛି ।

ସେହିପରି ଚେନ୍ନାଇ ମେଟ୍ରୋ ଫେଜ୍‌ 2 ପାଇଁ 63,246 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବେଙ୍ଗାଲୁରୁ ମେଟ୍ରୋ ପାଇଁ 14,788 କୋଟି ଏବଂ ନାଗପୁର ଓ ନାସିକ ମେଟ୍ରୋ ଯୋଜନା ପାଇଁ 5976 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଦେଶର ଛୋଟ ସହରଗୁଡିକ ପାଇଁ ଅର୍ଥମନ୍ତ୍ରୀ ଦୁଇଟି ନୂତନ ଟେକ୍ନୋଲୋଜି ମେଟ୍ରୋ ଲାଇଟ୍ ଏବଂ ମେଟ୍ରୋ ନିଓ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.