ETV Bharat / bharat

ତେଲେଙ୍ଗାନା ଛାତ୍ରଙ୍କ ମହତ କାର୍ଯ୍ୟ, କରୁଛନ୍ତି କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର

ମହାମାରୀ ନିଜ ଆତ୍ମୀୟସ୍ବଜନଙ୍କୁ ପର କରିଥିବା ବେଳେ ତେଲେଙ୍ଗାନାର ଜଣେ ଛାତ୍ର ପରକୁ କରିଛନ୍ତି ଆପଣା । ସେ କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ...

ତେଲେଙ୍ଗାନା ଛାତ୍ରଙ୍କ ମହତ କାର୍ଯ୍ୟ, କୋଭିଡ ଆକ୍ରାନ୍ତଙ୍କ କରୁଛନ୍ତି ଅନ୍ତିମ ସଂସ୍କାର

author img

By

Published : Jun 6, 2021, 12:56 PM IST

ହାଇଦ୍ରାବାଦ: କୋରୋନା ମହାମାରୀ ଆପଣାକୁ କରିଛି ପର, ପରକୁ କରିଛି ଆପଣା । ସଂକ୍ରମଣ ଦୃଷ୍ଟିରୁ ନିଜ ଆତ୍ମୀୟ ପରିଜନଙ୍କ ପାଖ ମାଡୁନାହାନ୍ତି ସମ୍ପର୍କୀୟ । ଏହାରି ମଧ୍ୟରେ ତେଲେଙ୍ଗାନା ଛାତ୍ରଙ୍କ ଏକ ଦୁଃସାହସିକ କାର୍ଯ୍ୟ ସାମନାକୁ ଆସିଛି । ନିଜ ଜୀବନ ପ୍ରତି ଭୟ ନ କରି ହାଇଦ୍ରାବାଦର ଜଣେ ଶେଷ ବର୍ଷର ବି.ଟେକ ଛାତ୍ର ଜିଶାନ ଅଲି ଖାନ କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

କୋରୋନା ମହାମାରୀର ଦ୍ବିତୀୟ ଲହରୀ ଅତି ଭୟଙ୍କର ରୂପ ନେଇ ଆସିଛି । ଦ୍ବିତୀୟ ଲହରରେ ଅଧିକ ସଂକ୍ରମଣ ବ୍ୟାପିଥିବା ବେଳେ ହଜାର ହଜାର ଲୋକଙ୍କ ପ୍ରତିଦିନ ପ୍ରାଣହାନୀ ଘଟିଛି । ପାଠପଢା ସହିତ ମଧ୍ୟ ଜିଶାନ NGO ୟୁଥ ୱେଲଫେୟାର ସଙ୍ଗଠନରେ ସାମାଜିକ ଧର୍ମୀ କାର୍ଯ୍ୟ କରୁଛନ୍ତି । ସଙ୍ଗଠନର ଅନ୍ୟ ସଦସ୍ୟଙ୍କ ସହ ମିଶି ସେ ପ୍ରାୟ 1800ଟି କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଥିବା କହିଛନ୍ତି । କୋରୋନା ମହାମାରୀ ସଂକ୍ରମଣ ଯୋଗୁଁ ସମ୍ପର୍କୀୟମାନେ ମୃତଦେହକୁ ସ୍ପର୍ଶ କରୁନଥିବାକୁ ସେ ସହଜରେ ଗ୍ରହଣ କରିପାରିନଥିଲେ । ଏଣୁ ସେ କୋଭିଡ ଆକ୍ରାନ୍ତଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବାକୁ ସ୍ଥିର କରିଥିଲେ ।

ଗତବର୍ଷ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ କାନ୍ଧ ମିଳିନଥିଲା । ଏହି ଦୃଶ୍ୟକୁ ଦେଖି ସେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସଂସ୍କାର କାର୍ଯ୍ୟ କରିବା ପାଇଁ ମନ ବଳାଇଥିଲେ । ସଙ୍ଗଠନ ଅନ୍ତିମ ସଂସ୍କାରର ଖର୍ଚ୍ଚ ବହନ କରୁଥିବା ବେଳେ ସଦସ୍ୟମାନେ ବିନା ଶୁଳ୍କରେ କାର୍ଯ୍ୟ କରୁଛନ୍ତି । ତାଙ୍କ ପିତା ବସାଲାଥ ଅଲ୍ଲି ଖାନ ପୁଅର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ତେବେ ତାଙ୍କ ସନ୍ତାନକୁ ଦେଖି ଅନ୍ୟ ଯୁବବର୍ଗ ପ୍ରେରିତ ହେବେ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.