ETV Bharat / bharat

ଭାରତ-ପାକ୍‌ ସୀମା ନିକଟରୁ ୩ ଯୁବକଙ୍କୁ ଉଠାଇଲା ବିଏସଏଫ, ନିଶାଦ୍ରବ୍ୟ ଚାରୋଚାଲାଣ କରୁଥିବା ସନ୍ଦେହ - ପଡ଼ୋଶୀ ଦେଶରୁ ନିଶାଦ୍ରବ୍ୟ ଚାରୋଚାଲାଣ ସନ୍ଦେହ

ରାଜସ୍ଥାନର ଶ୍ରୀଗଙ୍ଗାନଗର ଅଞ୍ଚଳରେ ରହିଥିବା ଭାରତ- ପାକିସ୍ତାନ ସୀମା ନିକଟରୁ ୩ ଯୁବକଙ୍କୁ ଧରିଛି ବିଏସଏଫ । ପଡ଼ୋଶୀ ଦେଶରୁ ନିଶାଦ୍ରବ୍ୟ ଚାରୋଚାଲାଣ ସନ୍ଦେହରେ ଏମାନଙ୍କୁ ଅଟକ ରଖାଯାଇଛି । ଏମାନଙ୍କ ନିକଟରୁ ୫ଟି ମୋବାଇଲ ଓ ଗୋଟିଏ ଡୋଙ୍ଗଲ ସହିତ ନଗଦ ୪୮ ହଜାର ଟଙ୍କା ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

ନିଶାଦ୍ରବ୍ୟ ଚାରୋଚାଲାଣ ସନ୍ଦେହରେ ଭାରତ-ପାକ୍‌ ସୀମା ନିକଟରୁ ୩ ଯୁବକଙ୍କୁ ଉଠାଇଲା ବିଏସଏଫ

author img

By

Published : Jan 22, 2023, 6:20 PM IST

ଜୟପୁର: ଶନିବାର ବିଳମ୍ବିତ ରାତିରେ ଭାରତ- ପାକିସ୍ତାନ ସୀମା ନିକଟବର୍ତ୍ତୀ ଏକ ଗାଁରୁ ୩ ନିଶାସକ୍ତ ଯୁବକଙ୍କୁ ଉଠାଇଲା ବିଏସଏଫ । ପଡ଼ୋଶୀ ଦେଶରୁ ନିଶାଦ୍ରବ୍ୟ ଚାରୋଚାଲାଣ ସନ୍ଦେହରେ ଏମାନଙ୍କୁ ଅଟକ ରଖାଯାଇଛି । ବିଏସଏଫରୁ ମିଳିଥିବା ସୂଚନା ଅନୁସାରେ ଏହି ତିନି ଜଣ ଯୁବକ ହରିୟାଣା ଆର୍‌ଟିଓ ନମ୍ବର ବିଶିଷ୍ଟ ଏକ କାରରେ ଯାଉଥିଲେ । ତେବେ ଏମାନଙ୍କ ନିକଟରୁ ୫ଟି ମୋବାଇଲ ଓ ଗୋଟିଏ ଡୋଙ୍ଗଲ ସହିତ ନଗଦ ୪୮ ହଜାର ଟଙ୍କା ଜବତ କରାଯାଇଛି ।

ଭାରତ-ପାକ୍‌ ସୀମା ନିକଟରୁ ୩ ଯୁବକଙ୍କୁ ଉଠାଇଲା ବିଏସଏଫ

ଏନେଇ ବିଏସଏଫ ଗୁପ୍ତଚର ବିଭାଗର ଇନ୍ସପେକ୍ଟର ଆନନ୍ଦ କୁଲ୍ଲୁ କହିଛନ୍ତି, "ନିକଟରେ ବହୁବାର ପାକିସ୍ତାନୀ ଡ୍ରୋନ ଭାରତର ସୀମା ପାର ହୋଇ ଉଡ଼ିଥିଲା । ଏନେଇ ବିଏସଏଫ ତରଫରୁ ଏହି ସ୍ଥାନରେ ଜୋରଦାର ତଦନ୍ତ କରାଯାଉଛି । ଏହାସହ ଏହି ମାମଲାରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ଏହି ସସୟରେ ବସଷ୍ଟାଣ୍ଡ ନିକଟରେ ହରିୟାଣା ନମ୍ବର ଥିବା ଏକ କାରରେ ୩ ଜଣ ଯୁବକ ଯାଉଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ଅଟକାଇ ପଚରାଉଚରା କରିବା ପରେ ସେମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ୩ ଜଣଙ୍କୁ ଅଟକ ରଖାଯାଇଛି ।"

ଅଟକ ରହିଥିବା ୩ ଯୁବକଙ୍କୁ ଧରାଯିବା ସମୟରେ ନିଶାଶକ୍ତ ଥିଲେ ଓ ସେମାନଙ୍କଠାରୁ ୫ଟି ମୋବାଇଲ, ଗୋଟିଏ ଡୋଙ୍ଗଲ ଓ ନଗଦ ୪୮ ହଜାର ଟଙ୍କା ଜବତ କରାଯାଇଥିବା ଇନ୍ସପେକ୍ଟର ଆନନ୍ଦ କୁଲ୍ଲୁ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ହରିୟାଣାର ହୋଇଥିବାବେଳେ ଜଣେ ପଞ୍ଜାବର ବୋଲି ଜଣାପଡ଼ିଛି । ସେମାନେ ପାକିସ୍ତାନ ପଟରୁ ହେରୋଇନ କିମ୍ବା ଅନ୍ୟ ମାଦକ ଦ୍ରବ୍ୟ ନେବାକୁ ଆସିଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କୁ ପଚରାଉଚରା ପରେ ପୋଲିସକୁ ହସ୍ତାନ୍ତର କରିଛି ବିଏସଏଫ ।

୩ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ବଲବନ୍ତ ରାମ କହିଛନ୍ତି । ପ୍ରକାଶ ଥାଉକି, ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନ୍ତର୍ଗତ ଶ୍ରୀକରଣପୁର ଅଞ୍ଚଳରେ ଲଗାତାର ୨ ଦିନ ଧରି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଡ୍ରୋନ ଉପରକୁ ବିଏସଏଫ ଯବାନ ଗୁଳି ଚାଳନା କରିବାରୁ ଡ୍ରୋନ୍‌ ଫେରିଯାଇଥିଲା । ଏହାପରେ ପାକିସ୍ତାନରୁ ଡ୍ରୋନ ସାହାଯ୍ୟରେ ଶ୍ରୀକରଣପୁର ଅଞ୍ଚଳରେ ହେରୋଇନ କିମ୍ବା ଅନ୍ୟକିଛି ନିଶାଦ୍ରବ୍ୟ ଆସୁଥିବା ଆଶଙ୍କା କରି ବିଏସଏଫ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.