ETV Bharat / bharat

ପାକିସ୍ତାନକୁ ଝଟକା, ଡ୍ରୋନକୁ ଗୁଳି କରି ଖସାଇଲେ BSF ଯବାନ - ଡ୍ରୋନ

ପଞ୍ଜାବ ଅମ୍ରିତସର ଭାରତ-ପାକିସ୍ତାନ ସୀମାରେ ଏକ ପାକ୍ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ପାକିସ୍ତାନ ପଟୁ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଡ୍ରୋନକୁ ଗୁଳି କରି ଖସାଇଥିଲେ ବିଏସଏଫ ଯବାନ । ଅଧିକ ପଢନ୍ତୁ

ପୁଣି ଉ଼ଡିଲା ପାକ୍ ଡ୍ରୋନ
ପୁଣି ଉ଼ଡିଲା ପାକ୍ ଡ୍ରୋନ
author img

By

Published : Oct 14, 2022, 1:59 PM IST

ଚଣ୍ଡିଗଡ: ପୁଣିଥରେ ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି । ଭାରତ ଆକାଶରେ ଉଡୁଥିବା ଏକ ପାକିସ୍ତାନୀ ଡ୍ରୋନ ଠାବ ହୋଇଛି । ଯାହାକୁ ଗୁଳି କରି ଖସାଇଛନ୍ତି ବିଏସଏଫ ଯବାନ । ପଞ୍ଜାବ ଅମ୍ରିତସର ଭାରତ-ପାକିସ୍ତାନ ସୀମାରେ ଏକ ପାକ୍ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ପାକିସ୍ତାନ ପଟୁ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଡ୍ରୋନକୁ ଗୁଳି କରି ଖସାଇଥିଲେ ବିଏସଏଫ ଯବାନ । ଫଳରେ ଭାରତ ସୀମା ଉପରେ ନଜର ଓ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାନକୁ ବଡ ଝଟକା ଲାଗିଛି । ବର୍ତ୍ତମାନ ଏହି ଅଞ୍ଚଳରେ ବିଏସ୍ଏଫ୍ ଦ୍ୱାରା ଏକ ସର୍ଚ୍ଚ ଅପରେସନ୍ ଚାଲିଛି ।

73 ବିଏସଏଫ ବାଟାଲିୟନ ଯବାନ ଅଜନାଲା ଶାହପୁର ବିଓପିରେ ପାଟ୍ରୋଲିଂ କରୁଥିଲେ । ଭୋର ପାଖାପାଖି 4ଟା 30ରେ ଏକ ଡ୍ରୋନ ଶଦ୍ଦ ଶୁଣିବାକୁ ପାଇଥିଲେ ବିଏସଏଫ ଯବାନ । ତୁରନ୍ତ ଆକାଶ ମାର୍ଗରେ ଉଡୁଥିବା ଡ୍ରୋନ ଉପରକୁ 17 ରାଉଣ୍ଡ ଗୁଳି କରିଥିଲେ । ଫଳରେ ଡ୍ରୋନଟି ତଳକୁ ଖସି ପଡିଥିଲା । ଡ୍ରୋନଟି ଚୀନ ଦ୍ବାରା ନିର୍ମିତ କ୍ବାର୍ଡ ହେଲିକପ୍ଟର ଡିଜେଆଇ ମାଟ୍ରିସ-300 ଯାହା 10 କେଜିରୁ ଅଧିକ ଓଜନ ସମ୍ଭାଳିବା ସହ ଅନେକ ଦୂର ଅତିକ୍ରମ କରିବାର କ୍ଷମତା ରହିଛି । ଘଟଣା ପରେ ଡିଆଇଜି ବିଏସଏଫ ପ୍ରଭାକର ଯୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ନେତୃତ୍ବରେ ଶାହପୁରର 5 କିମି ଅଞ୍ଚଳ ପରିସରରେ ସର୍ଚ୍ଚ ଅପରେସନ ହୋଇଛି ।

ରେକର୍ଡ ଅନୁସାରେ ୯ ମାସ ମଧ୍ୟରେ ଅମ୍ରିତସରରେ ପାଖାପାଖି 171 ଥର ଡ୍ରୋନ କାର୍ଯ୍ୟକଳାପ ଠାବ ହୋଇଛି । 2022 ଜାନୁଆରୀ 1ରୁ ସେପ୍ଟେମ୍ବର 15 ଭିତରେ ଫିରୋଜପୁର ଓ ଅବୋହର ସେକ୍ଟର ଭାରତ ପାକିସ୍ତାନ ସୀମାରେ ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । ଗତ ମାସରେ ମୋଟ 15 ଥର ଭାରତ ସୀମାରେ ଡ୍ରୋନ ଠାବ ହୋଇଛି । ଭାରତ ସୀମାରେ ପାକିସ୍ତାନ ପାର୍ଶ୍ବରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶକୁ କ୍ଷତି ପହଞ୍ଚାଉଛି । ଫଳରେ ଭାରତରେ ସ୍ମଗଲରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଗୁଡିକ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.