ETV Bharat / bharat

ଗୁଜୁରାଟ ଉପକୂଳରୁ ପାକିସ୍ତାନୀ ବୋଟ ଜବତ

author img

By

Published : May 4, 2022, 6:50 PM IST

ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ । ଗୁଜୁରାଟ ଉପକୂଳର ଭୂଜ ଅଞ୍ଚଳରୁ ପାକିସ୍ତାନୀ ବୋଟ ଜବତ କଲା BSF । ଖସିଗଲେ ପାକିସ୍ତାନୀ ମତ୍ସ୍ୟଜୀବୀ । ଅଧିକ ପଢନ୍ତୁ

ଗୁଜୁରାଟ ଉପକୂଳରୁ ପାକିସ୍ତାନୀ ବୋଟ ଜବତ କଲା BSF

ଗାନ୍ଧୀନଗର: ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ବୋଟ । ଆଜି (ବୁଧବାର) ଗୁଜୁରାଟର ଭୂଜ ଉପକୂଳରୁ ଏକ ପାକିସ୍ତାନୀ ମାଛଧରା ବୋଟକୁ ଜବତ କରିିଛି ସୀମା ସୁରକ୍ଷା ବଳ (BSF) । ଏହି ବୋଟରେ ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ଜଳସୀମାରେ ପଶି ମାଛ ମାରୁଥିବା ଖବର ମିଳିବା ପରେ BSF ପାଟ୍ରୋଲିଂ ଟିମ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା ।

  • On 04th May 2022 at 11:15 am, BSF Bhuj patrol, patrolling near BP no. 1158 in Harami Nala area noticed the movement of a Pakistani fishing boat with 3-4 Pakistani fishermen. The party reached the spot immediately: BSF Gujarat (1/3) pic.twitter.com/i1Hmy3o2Jn

    — ANI (@ANI) May 4, 2022 " class="align-text-top noRightClick twitterSection" data=" ">

BSF ବୋଟକୁ ଦେଖି ପାକିସ୍ତାନୀ ମତ୍ସ୍ୟଜୀବୀମାନେ ଅନ୍ୟ କିଛି ବୋଟରେ ପାକିସ୍ତାନୀ ଜଳସୀମାକୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଗୋଟିଏ ବୋଟକୁ ଜବତ କରାଯାଇଛି । ବୋଟଟିକୁ ଯାଞ୍ଚ କରାଯାଉଛି । ପ୍ରାଥମିକ ଭାବେ କିଛି ମାଛ ଓ ମାଛ ଧରା ସାମଗ୍ରୀ ମିଳିଥିବା ମଧ୍ୟ ସୂଚନା ରହିଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ବରଂ ନିକଟ ଅତୀତରେ ମଧ୍ୟ ଏକାଧିକ ଥର ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିବାର ଉଦାହରଣ ମଧ୍ୟ ରହିଛି । ରାତିରେ ଏମାନେ ଅନୁପ୍ରବେଶ କରି ମାଛ ଧରିବା ସହ ସକାଳ ହେବା ପୂର୍ବରୁ ପାକିସ୍ତାନ ସୀମାକୁ ଖସି ଯିବାରେ ସକ୍ଷମ ହେଉଛନ୍ତି । ବାରମ୍ବାର ଏପରି ଘଟୁଥିବାରୁ ରାତ୍ରୀକାଳୀନ ପାଟ୍ରୋଲିଂକୁ BSF ପକ୍ଷରୁ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.