ETV Bharat / bharat

ସୀମାରେ ସ୍ବାଧୀନତା ଦିବସର ଶୁଭେଚ୍ଛା, ପରସ୍ପରକୁ ଉପହାର ବାଣ୍ଟିଲେ BSF ଓ ପାକିସ୍ତାନ ରେଞ୍ଜର୍ସ

author img

By

Published : Aug 14, 2022, 7:15 PM IST

ଆସନ୍ତାକାଲି 76ତମ ସ୍ବାଧୀନତା ଦିବସ ପାଳନ କରିବ ଭାରତ । ଅନ୍ତର୍ଜାତୀୟ ପୋଷ୍ଟରେ ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ BSF ଓ ପାକିସ୍ତାନ ରେଞ୍ଜର୍ସର ଯବାନ । ଅଧିକ ପଢନ୍ତୁ

ସୀମାରେ ସ୍ବାଧୀନତା ଦିବସର ଶୁଭେଚ୍ଛା, ପରସ୍ପରକୁ ମିଠା ବାଣ୍ଟିଲେ BSF ଓ ପାକିସ୍ତାନ ରେଞ୍ଜର୍ସ

ନୂଆଦିଲ୍ଲୀ: ସୋମବାର ଦେଶ ପାଳିବାକୁ ଯାଉଛି 76ତମ ସ୍ବାଧୀନତା ଦିବସ । ଏହି ଅବସରରେ ସୀମାରେ ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଛନ୍ତି ଭାରତ ଓ ପାକିସ୍ତାନ ସେନା । ଭାରତ ପାକିସ୍ତାନ ସୀମାରେ ଥିବା ପଞ୍ଜାବର ଓ୍ବାଘା-ଅଟ୍ଟାରୀ ଅନ୍ତର୍ଜାତୀୟ ପୋଷ୍ଟରେ ଉଭୟ ସୀମା ସୁରକ୍ଷା ବଳ ଓ ପାକିସ୍ତାନୀ ରେଞ୍ଜର୍ସର ଯବାନମାନେ ପରସ୍ପରକୁ ମିିଠା ବାଣ୍ଟିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଅନ୍ୟ କିଛି ସୀମା ପୋଷ୍ଟରେ ମଧ୍ୟ ଦୁଇ ଦେଶର ସେନା ଯବାନଙ୍କ ମଧ୍ୟରେ ମିଠା ଓ ଶୁଭେଚ୍ଛା ବିନିମୟ ହୋଇଛି । କୌଣସି ଜାତୀୟ ଦିବସ କିମ୍ବା ଦୁଇ ଦେଶର ପ୍ରମୁଖ ପର୍ବପର୍ବାଣୀରେ ଏହି ଶୁଭେଚ୍ଛା ବିନିମୟର ପରମ୍ପରା ରହିଆସିଛି । ଆସନ୍ତାକାଲି ଭାରତ 76ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ, ଆଜି ସ୍ବାଧୀନତା ଦିବସ ପାଳନ କରୁଛି ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.