ଚଣ୍ଡିଗଡ: ଆଜି ଇସଲାମ ଧର୍ମାମ୍ବଲମ୍ବୀ ପାଳନ କରୁଛନ୍ତି ଇଦ-ଅଲ-ଅଦା । ଏହି ଅବସରରେ ଅନ୍ତର୍ଜାତୀୟ ସୀମା ପୋଷ୍ଟରେ ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଛନ୍ତି ଭାରତ ଓ ପାକିସ୍ତାନ ସେନା । ପଞ୍ଜାବରେ ଦୁଇ ଦେଶର ଅନ୍ତର୍ଜାତୀୟ ସୀମାରେ ଥିବା ଓ୍ବାଘା-ଅଟ୍ଟାରୀ ପୋଷ୍ଟରେ ଭାରତୀୟ ସୀମା ସୁରକ୍ଷା ବଳ ଓ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ମିଠା ବିନିମୟ ହୋଇଛି ।
-
Amritsar, Punjab | BSF (Border Security Force) and Pakistan Rangers exchange sweets at Attari-Wagah border on the occasion of #EidAlAdha pic.twitter.com/vvlviRnDVf
— ANI (@ANI) July 10, 2022 " class="align-text-top noRightClick twitterSection" data="
">Amritsar, Punjab | BSF (Border Security Force) and Pakistan Rangers exchange sweets at Attari-Wagah border on the occasion of #EidAlAdha pic.twitter.com/vvlviRnDVf
— ANI (@ANI) July 10, 2022Amritsar, Punjab | BSF (Border Security Force) and Pakistan Rangers exchange sweets at Attari-Wagah border on the occasion of #EidAlAdha pic.twitter.com/vvlviRnDVf
— ANI (@ANI) July 10, 2022
ଓ୍ବାଘା-ଅଟ୍ଟାରୀ ପୋଷ୍ଟ ସମେତ ଅନ୍ୟ କିଛି ଅନ୍ତର୍ଜାତୀୟ ପୋଷ୍ଟରେ ମଧ୍ୟ ଉଭୟ ସେନାର ଯବାନ ପରସ୍ପର ମଧ୍ୟରେ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ ପର୍ବପର୍ବାଣୀ ଓ ଜାତୀୟ ଦିବସରେ ଦୁଇ ଦେଶର ସେନା ମଧ୍ୟରେ ମିଠା ଓ ଶୁଭେଚ୍ଛା ବାର୍ତ୍ତା ବିନିମୟର ପରମ୍ପରା ରହିଆସିଛି । ଆଜି ଇସଲାମର ପବିତ୍ର ଯାତ୍ରା ‘ହଜ’ର ଶେଷ ପର୍ଯ୍ୟାୟ ଭାବେ ଇଦ-ଅଲ-ଅଦା ପାଳନ କରୁଛନ୍ତି ଅସଲାମ ଧର୍ମାମ୍ବଲମ୍ବୀ ଭାଇ ଭଉଣୀ । ସକାଳୁ ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ପାଇଁ ଭିଡ ମଧ୍ୟ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ