ETV Bharat / bharat

ଇଣ୍ଡୋ-ପାକ୍ ସୀମା ନିକଟରୁ ଜଣେ ସନ୍ଦିଗ୍ଧ ଗିରଫ - ଇଣ୍ଡୋ-ପାକ୍ ସୀମାରୁ ସନ୍ଦିଗ୍ଧ ଗିରଫ

ଇଣ୍ଡୋ-ପାକ୍ ସୀମା ନିକଟରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି ବିଏସଏଫ ଯବାନ । ଗିରଫ ପରେ ଖଜୁଓ୍ବାଲା ପୋଲିସକୁ ହସ୍ତାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ଇଣ୍ଡୋ-ପାକ୍ ସୀମାନିକଟରୁ ଜଣେ ସନ୍ଦିଗ୍ଧ ଗିରଫ
ଇଣ୍ଡୋ-ପାକ୍ ସୀମାନିକଟରୁ ଜଣେ ସନ୍ଦିଗ୍ଧ ଗିରଫ
author img

By

Published : May 20, 2021, 11:22 AM IST

ଜୟପୁର: ବିକାନେରର ଖାଜୁୱାଲା ନିକଟରେ ଥିବା ଆନ୍ତର୍ଜାତୀୟ ଇଣ୍ଡୋ-ପାକ୍ ସୀମା ନିକଟରେ ସୁରକ୍ଷାବାହିନୀ ପାକିସ୍ତାନ ସୀମାପାର ହେବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବିଏସଏଫ କର୍ମଚାରୀମାନେ ମୋଟର ସାଇକେଲରେ ଯାଉଥିବା ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେଠାରୁ ସେ ଫେରାର୍ ହେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିଏସଏଫ ଯବାନମାନେ ତାଙ୍କୁ ସୀମା ନିକଟରୁ ଗୋଡାଇ ଗୋଡାଇ ଧରିଛନ୍ତି ।

ତେବେ ବିଏସଏଫ ଯବାନମାନେ ସନ୍ଦିଗ୍ଧ ଯୁବକଙ୍କୁ ଖଜୁୱାଲା ପୋଲିସକୁ ହସ୍ତାନ୍ତର କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ବିଏସଏଫ କର୍ମଚାରୀମାନେ 19 ଜଣ ବିଡିଏରୁ ଭାରତୀୟ ସୀମା ପୋଷ୍ଟ ଆଡକୁ ଆସୁଥିବା ଜଣେ ମୋଟରସାଇକେଲ ଆରୋହୀଙ୍କୁ ଦେଖିଥିଲେ । ଯେତବେଳେ ସୀମା ପୋଷ୍ଟରେ ଚେକିଂ କରୁଥିବା କର୍ମଚାରୀମାନେ ମୋଟର ସାଇକେଲ ଚଲାଉଥିବା ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେ ସଙ୍ଗେ ସଙ୍ଗେ ଦ୍ରୁତଗତିରେ ଗାଡି ଚଳାଇ ଅନ୍ତର୍ଜାତୀୟ ସୀମା ଆଡକୁ ଯିବାକୁ ଚେଷ୍ଟା କରିଥିଲେ । ସେତେବେଳେ ସବ-ଇନ୍ସପେକ୍ଟର ରମେଶ୍ୱର ଏବଂ ସେଠାରେ ପୋଷ୍ଟ କରାଯାଇଥିବା କନଷ୍ଟେବଳ ବିଜୟ କୁମାର ସେହି ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ।

ତେବେ ଗିରଫ ବ୍ୟକ୍ତି ଜଣକ ମହମ୍ମଦ ମିନହାଜ ଅହମ୍ମଦଙ୍କ ପୁଅ ମାରହୁମ ନାଜିର(35) ବୋଲି ଜଣାପଡିଛି । ତାଙ୍କ ଘର ଛତିଶଗଡ ବଳରାମପୁର ଜିଲ୍ଲା ଶଙ୍କରଗଡ ଷ୍ଟେସନ କୋରୁଣ୍ଡା ଗାଁରେ । ତାଙ୍କ ନିକଟରୁ ବାଇକ, 9540 ଟଙ୍କା, ଦୁଇଟି ଏଟିଏମ୍, ଆଧାର, ପାନ୍ କାର୍ଡ, ଭୋଟର ଆଇକାର୍ଡ, ଦୁଇଟି ବ୍ୟାଙ୍କର ପାସବୁକ୍, ପାସପୋର୍ଟ ଜବତ କରିଛି । ତେବେ ମାରହୁମ ଅନ୍ତର୍ଜାତୀୟ ସୀମା ପାରହୋଇ ପାକିସ୍ତାନ ଅଭିମୁଖେ ଯାଉଥିଲେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.