ETV Bharat / bharat

ବାହାଘର ପାଇଁ ଏୟାରଲିଫ୍ଟ ହେଲେ ଓଡିଆ ଯବାନ - ଏୟାରଲିଫ୍ଟ ହେଲେ ଓଡିଆ ଯବାନ

ନିଜ ବାହାଘରରେ ପହଞ୍ଚିବା ପାଇଁ ଏୟାରଲିଫ୍ଟ ହେଲେ ଓଡିଆ ଯବାନ । ଅଧିକ ପଢନ୍ତୁ

ବାହାଘର ପାଇଁ ଏୟାରଲିଫ୍ଟ ହେଲେ ଓଡିଆ ଯବାନ
ବାହାଘର ପାଇଁ ଏୟାରଲିଫ୍ଟ ହେଲେ ଓଡିଆ ଯବାନ
author img

By

Published : Apr 30, 2022, 11:55 AM IST

ଶ୍ରୀନଗର: ଚାରି ଦିନ ପରେ ବାହାଘର ଥିଲା । ହେଲେ ଦେଶର ସୁରକ୍ଷା ପାଇଁ LOCରେ ଡ୍ୟୁଟି କରୁଥିଲେ ଯବାନ । ବିବାହ ପାଇଁ ଯବାନ ଜଣଙ୍କ ଘରକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ସେ ମୁତୟନ ହୋଇଥିବା ସ୍ଥାନରେ ପ୍ରବଳ ବରଫପାତ ଯୋଗୁଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ଯେଉଁ କାରଣରୁ ଶେଷରେ ଯବାନଙ୍କୁ ଏୟାରଲିଫ୍ଟ କଲା ସୀମା ସୁରକ୍ଷା ବଳ( border security force) । ଗୁରୁବାର ଦିନ ଏହି ଘଟଣା ପ୍ରକାଶ ପାଇଛି । ଜାମ୍ମୁ-କାଶ୍ମୀର କୁପୱାଡା ଅନ୍ତର୍ଗତ ମଚଲା ସେକ୍ଟରରେ କାର୍ଯ୍ୟରତ ଥିବା ସମ୍ପୃକ୍ତ ଯବାନଙ୍କୁ ବାହାଘର ପାଇଁ ଏୟାରଲିଫ୍ଟ କରାଯାଇଛି । ଏହି ଯବାନ ହେଉଛନ୍ତି ୩୦ ବର୍ଷୀୟ ନାରାୟଣ ବେହେରା ଏବଂ ତାଙ୍କ ଘର ଓଡିଶାର ଢେଙ୍କାନାଳ ଜିଲ୍ଲାରେ ।

ଶ୍ରୀନଗରରେ ନିଯୁକ୍ତ ଜଣେ BSF ଅଧିକାରୀ ETV Bharatକୁ କହିଛନ୍ତି, ମଚଲି ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ କନେଷ୍ଟବଳ ନାରାୟଣ ବେହେରା ମୁତୟନ ହୋଇଥିଲେ । ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଅଞ୍ଚଳରେ ଯାତାୟତ ଠପ୍ ହୋଇଯାଇଥିଲା । ଅନ୍ୟପଟେ ମେ ୨ ତାରିଖରେ ନାରାୟଣଙ୍କ ବିବାହ ଥିଲା । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଯୋଗୁଁ ତାଙ୍କ ପରିବାର ଲୋକେ ଖୁବ୍ ଚିନ୍ତାରେ ପଡିଥିଲେ । ତେଣୁ ନାରାୟଣଙ୍କ ୟୁନିଟ କମାଣ୍ଡର ଏ ସମ୍ପର୍କରେ BSF ଇନସ୍ପେକ୍ଟର ଜେନେରାଲ ରାଜା ବାବୁ ସିଂହଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏଣୁ IG ସିଂହ ଶ୍ରୀନଗରରେ ଥିବା ସେନାର ହେଲିକାପ୍ଟର ଚିତା ଯୋଗେ ଯବାନଙ୍କୁ ସେଠାରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା । IGଙ୍କ ନେତୃତ୍ବରେ ଗୁରୁବାର ନାରାୟଣ ବେହେରାଙ୍କୁ LOCରୁ ଏୟାରଲିଫ୍ଟ କରାଯାଇଥିଲା । ବର୍ତ୍ତମାନ ଯବାନ ଜଣଙ୍କ ତାଙ୍କ ଜନ୍ମସ୍ଥାନ ଓଡିଶା ଅଭିମୁଖେ ଯାତ୍ରା କରୁଛନ୍ତି । ସୋମବାର ଦିନ ତାଙ୍କ ବିବାହ କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.