ETV Bharat / bharat

ମହୀଶୂରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇଙ୍କ କାର ଦୁର୍ଘଟଣାଗ୍ରସ୍ତ, ସାଥୀରେ ଥିଲେ ପରିବାର

author img

By

Published : Dec 27, 2022, 5:58 PM IST

ବେଙ୍ଗାଲୁରୁ ମହୀଶୂରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇଙ୍କ କାର ଦୁର୍ଘଟଣାଗ୍ରସ୍ତ (Brother of PM Modi met Accident) । ତାଙ୍କ ସାଥୀରେ ପରିବାର ଥିବା ନେଇ ସୂଚନା । ଅଧିକ ପଢନ୍ତୁ

Brother of PM Modi met Accident
Brother of PM Modi met Accident

ବେଙ୍ଗାଲୁରୁ: କର୍ଣ୍ଣାଟକ ମହୀଶୂରରେ ଦୁର୍ଘଟଣାଗ୍ରସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି (Brother of PM Modi met Accident) । ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସାଥୀରେ ପରିବାର ଥିବା ନେଇ ସୂଚନା । ପ୍ରହ୍ଲାଦ ମୋଦି ବେଙ୍ଗାଲୁରୁରୁ ବାନ୍ଦିପୁର ଆସୁଥିବା ବେଳେ କର୍ଣ୍ଣାଟକର ମହୀଶୂର କଡାକୋଲା ନିକଟରେ ଘଟିଛି ଦୁର୍ଘଟଣା (Prahlad Modi met accident in Mysore) । କାରରେ ପ୍ରହ୍ଲାଦଙ୍କ ସହିତ ତାଙ୍କ ବୋହୂ, ନାତି ଥିବା ବେଳେ ସେମାନଙ୍କ ଗମ୍ଭୀର ଆଘାତ ଲାଗିଥିବା ସୂଚନା ମିଳିଛି ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଏସପି ସୀମା ଲଟକର ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆହତ ପ୍ରହ୍ଲାଦଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କୁ ନିକଟ ହସ୍ପିଟାଲକୁ ପଠାଯାଇଛି । ଏହାସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ଏନେଇ ସୂଚିତ କରାଯାଇଛି । ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ଗୁଜୁରାଟ ଫେୟାରପ୍ରାଇସ ସପ୍‌ ଆଣ୍ଡ କିରୋସିନ ହୋଲ୍ଡର ଆସୋସିଏସନର ପ୍ରମୁଖ ଅଛନ୍ତି । ନିକଟରେ ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲାକୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, "ଗୁଜୁରାଟବାସୀ କହିଛନ୍ତି ଯେ ଗୁଜୁରାଟ ହେଉଛି ଦେଇଥାଏ, ମାତ୍ର ନେଇନଥାଏ । ଗୁଜୁରାଟରେ ନିର୍ବାଚନ ଫଳାଫଳ ଏହାର ପ୍ରମାଣ ।"

ଏହା ବି ପଢନ୍ତୁ- ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି

ସେ ଆହୁରି କହିଛନ୍ତି, "୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିଜୟ ହାସଲ କରିବ ଓ ଆମ ମୁଖିଆ ନରେନ୍ଦ୍ର ମୋଦି ଭାଇ ରହିବେ । "ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଗୁଜୁରାଟ ମଡେଲ ରହିବ କି ନାହିଁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସେ କହିଥିଲେ ଏନେଇ ବିଜେପିର ମୁଖ୍ୟ ନେତା କହିପାରିବେ । ସେ ଆହୁରି କହିଥିଲେ ଗୁଜୁରାଟ ଓ ମଧ୍ୟପ୍ରଦେଶର ସମସ୍ୟା ଭିନ୍ନ ଭିନ୍ନ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.