ETV Bharat / bharat

ପ୍ରେମ ବିବାହକୁ ନେଇ ଜଘନ୍ୟ କାଣ୍ଡ, ଭଉଣୀକୁ ହତ୍ୟା କଲା ଭାଇ

ଭଉଣୀକୁ ହତ୍ୟା କଲା ଭାଇ । ପଞ୍ଜାବରେ ଦିନକୁ ହତ୍ୟାକାଣ୍ଡ ଭଳି ଅପରାଧ ବଢିବାରେ ଲାଗିଛି । ପ୍ରେମ ବିବାହକୁ ବିରୋଧ କରି ମଧ୍ୟ ଅନେକ ଅପରାଧ ଘଟାଇବାକୁ ପଛାଉ ନାହାନ୍ତି । ଅଧିକ ପଢ଼ନ୍ତୁ

ପ୍ରେମ ବିବାହକୁ ନେଇ ଜଘନ୍ୟ କାଣ୍ଡ , ଭଉଣୀକୁ ହତ୍ୟା କରିଲା ଭାଇ

author img

By

Published : Aug 6, 2023, 10:33 PM IST

ଚଣ୍ଡିଗଡ: ପ୍ରେମ ବିବାହକୁ ବିରୋଧ କରି ଭଉଣୀକୁ ହତ୍ୟା କରିଛି ଭାଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଲୁଧିଆନାରେ, ସୁରଜ ନାମକ ଜଣେ ବ୍ୟକ୍ତି ନିଜ ରକ୍ତ ସମ୍ପର୍କ ଭଉଣୀକୁ ହତ୍ୟା କରିଛି । ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନାଯୋଗ୍ୟ ସୁରଜଙ୍କ ଭଉଣୀ ରବି ନାମକ ଜଣେ ଯୁବକଙ୍କୁ କିଛି ଦିନ ହେଲା କୋର୍ଟରେ ବିବାହ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ହୋଟେଲରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ଲୁଧିଆନାର ଏ ଡି ସି ପି ଶୁଭମ ଅଗ୍ରୱାଲ ସୂଚନା ଦେଇଛନ୍ତି ସୁରଜଙ୍କ ଭଉଣୀ ହେଉଛନ୍ତି ସନ୍ଦିପ ଏବଂ ସୁରଜଙ୍କ ସାଙ୍ଗ ହେଉଛନ୍ତି ରବି । ସନ୍ଦିପ ଏବଂ ରବି ମଧ୍ୟରେ ସମ୍ପର୍କ ଅତି ନିବିଡ ଗଢିଉଠି ଥିଲା । ଯାହା ଫଳରେ ଉଭୟ ବିବାହ କରାବା ପାଇଁ ନଷ୍ପତି ନେଇଥିଲେ କିନ୍ତୁ ଏହି ବିବାହ ପାଇଁ ସନ୍ଦିପଙ୍କ ଘର ଲୋକ ରାଜି ନଥଲେ । ଏଣୁ ସନ୍ଦିପ ଏବଂ ରବି ଜୁଲାଇ ୨୧ରେ ଘର ଛାଡି ପଳାଇବା ସହ ଜୁଲାଇ ୨୯ରେ ଦୁହେଁ କୋର୍ଟ ମ୍ୟାରେଜ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଖାକିରେ ଦାଗ ! ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ

ଭଉଣୀ ସନ୍ଦୀପ ଓ ରବି କୋର୍ଟ ମ୍ୟାରେଜ କରି ଲୁଧିଆନାରେ ରହିଥିବା ସୁରଜ ଜାଣିବାକୁ ପାଇଥିଲା । ଏଥିରେ ରକ୍ତ ମୁଖା ହୋଇ ପଡିଥିଲା ସୁରଜ । ରବିବାର ରବି ତାଙ୍କ ଘର ବାହାରେ ଠିଆ ହୋଇଥିଲେ ସେତେବେଳେ ସୁରଜ ହେଲମେଟ ପିନ୍ଧି ଏକ ବାଇକ ଯୋଗେ ରବିଙ୍କ ଘର ଆଗରେ ରହି ସଙ୍ଗେସଙ୍ଗେ ଅତର୍କିତ ଭାବେ ଗୁଳିଚାଳନା ଆରମ୍ଭ କରିଥିଲା । ଦୁହିଁଙ୍କ ଦେହରେ ଗୁଳି ବାଜିବା ପରେ ସୁରଜଙ୍କ ଭଉଣୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ରବିଙ୍କୁ ଲୁଧିଆନାର ଡିଏମ୍‌ସି ହସ୍ପିଟାଲରେ ଭର୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି । ସେପଟେ ଅଭିଯୁକ୍ତ ଉଭୟଙ୍କୁ ଗୁଳି କରି ଆସି ଥାନାରେ ନିଜକୁ ଆତ୍ମସମର୍ପଣ କରିଛି ଓ ନିଜ ଦୋଷକୁ ସ୍ବୀକାର କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.