ଇଟାନଗର: 80 ଫୁଟର ପୋଲ ନିର୍ମାଣ କଲା ଭାରତୀୟ ସୀମା ସଡକ ସଂଗଠନ (BRO) । ଏହି ପୋଲ ଫଳରେ ଅରୁଣାଚଳ ପ୍ରଦେଶର କିଞ୍ଜମାନ-ଜିମିଥାଙ୍ଗ ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ସୁଧାର ଆସିବା ସହ ସମସ୍ୟା ସୃଷ୍ଟି କରୁଥିବା ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଦୂର ହୋଇପାରିବ ବୋଲି ସଂଗଠନ କହିଛି । ଏହି ପୋଲ କିଞ୍ଜମାନ-ଜିମିଥାଙ୍ଗ ମଧ୍ୟରେ ଯୋଗାଯୋଗର ମୁଖ୍ୟ ଆଧାର ହେବ ।
ଏହା ବିଶେଷ ଭାବେ ନିର୍ମାଣ କରାଯାଇଥିବା ବେଳେ ସୁରକ୍ଷା ଓ ସାମରିକ ଗତିବିଧି ଦୃଷ୍ଟିରୁ ମଧ୍ୟ ବେସ ଉପଯୋଗୀ ବୋଲି ବିଚାର କରାଯାଉଛି । ଏହି ପୋଲର ଲମ୍ବ ୮୦ ଫୁଟ ରହିଛି । ଏହି ପୋଲ ଐତିହାସିକ ମଧ୍ୟ । ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଏହି ପଥରେ ଯାତ୍ରା କରି ଭାରତରେ ପ୍ରବେଶ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ