ETV Bharat / bharat

ଖାଲିସ୍ତାନ ଉଗ୍ରବାଦୀରୁ ବିଜୟ ମାଲ୍ୟା, ଭାରତ-ଋଷ ସମ୍ପର୍କ ନେଇ ଜନସନଙ୍କୁ ପ୍ରଶ୍ନବାଣ ! ରଖିଲେ ଉତ୍ତର - ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ

ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଖାଲିସ୍ତାନ ପ୍ରସଙ୍ଗ ନେଇ ଭାରତ ଅବଗତ କରାଇଛି । ଏଥିସହ ଏହି ପ୍ରସଙ୍ଗକୁ ନେଇ ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନଙ୍କ ସହ ଭାରତ ଆଲୋଚନା କରିଛି । l ତେବେ ଖାଲିସ୍ତାନ ଉଗ୍ରବାଦୀଠୁ ଆରମ୍ଭ କରି ବିଜୟ ମାଲ୍ୟା, ନିରବ ମୋଦି, ଭାରତରେ ଆମେରିକାର ତଥାକଥିତ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ । ଏଭଳି ତମାମ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ଜନସନ । ଅଧିକ ପଢନ୍ତୁ

ଖାଲିସ୍ତାନ ଉଗ୍ରବାଦୀ ବିରୋଧରେ ଟାସ୍କ ଫୋର୍ସ ଗଠନ ହୋଇଛି: ବ୍ରିଟେନ ପ୍ରଧାନମନ୍ତ୍ରୀ

author img

By

Published : Apr 22, 2022, 5:54 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଖାଲିସ୍ତାନ ପ୍ରସଙ୍ଗ ନେଇ ଭାରତ ଅବଗତ କରାଇଛି । ଏଥିସହ ଏହି ପ୍ରସଙ୍ଗକୁ ନେଇ ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନଙ୍କ ସହ ଭାରତ ଆଲୋଚନା କରିଛି । ତେବେ ସେ କହିଛନ୍ତି ଯେ, ବ୍ରିଟେନ ଭାରତର ଚିନ୍ତାଧାରା ପ୍ରତି ସମ୍ବେଦନଶୀଳ ଏବଂ ଏହି ପ୍ରସଙ୍ଗରେ ତାଙ୍କର ଶୂନ୍ୟ ସହନଶୀଳତା ରହିବ ।

ତେବେ ଆଜି ତାଙ୍କୁ ଭାରତ-ବିଟ୍ରେନ ଦ୍ୱିପାକ୍ଷିକ ଆଲୋଚନା ପରେ ପ୍ରେସ୍ ମିଟ୍ ସମୟରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ହୋଇଥିଲା । ଖାଲିସ୍ତାନ ଉଗ୍ରବାଦୀଠୁ ଆରମ୍ଭ କରି ବିଜୟ ମାଲ୍ୟା, ନିରବ ମୋଦି, ଭାରତରେ ଆମେରିକାର ତଥାକଥିତ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ । ଏଭଳି ତମାମ ପ୍ରସଙ୍ଗରେ ଉତର ରଖିଛନ୍ତି ବୋରିସ ଜନସନ । ସେ କହିଛନ୍ତି, ଖାଲିସ୍ତାନ ଉଗ୍ରବାଦୀ ବିରୋଧରେ ଟାସ୍କ ଫୋର୍ସ ଗଠନ ହୋଇଛି । ବ୍ରିଟେନ ମଧ୍ୟ ଭାରତର ଅର୍ଥନୈତିକ ଅପରାଧୀଙ୍କୁ ପ୍ରତ୍ୟର୍ପଣ ଉପରେ କାମ କରୁଛି । ସେ ପୁଣି କହିଛନ୍ତି, ବ୍ରିଟେନ ଏକ ଆଇନ ଆଣୁଛି, ଯେପରି କୌଣସି ଜଣେ ଭାରତରେ କିଛି ଅପରାଧିକ କାର୍ଯ୍ୟ କରି ବ୍ରିଟେନରେ ଶରଣ ନେଇ ପାରିବେ ନାହିଁ । ଏହାସହିତ ସେ ବିଜୟ ମାଲ୍ୟା, ନିରବ ମୋଦିଙ୍କୁ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି । ସେହିପରି ଆମେରିକାର ତଥାକଥିତ, ଭାରତରେ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ ସତ୍ୟ ଆଧିରିତ ନୁହେଁ ବୋଲି କହିଛନ୍ତି । ସେହିଫଳି ଭାରତ ଏବଂ ଋଷ ସମ୍ପର୍କ ଐତିହାସିସ ଏବଂ ଏହାକୁ ସମସ୍ତେ ସମ୍ନାନ ଦିଅନ୍ତି ବୋଲି କହିଛନ୍ତି ।

  • #WATCH| On being asked about Nirav Modi, Vijay Mallya &Khalistani extremists,British PM Boris Johnson said,"We've set up an anti-extremist task force to help India...UK govt ordered extradition...We don’t welcome people who want to use our legal system to evade the law in India." pic.twitter.com/rK3nV9xRG2

    — ANI (@ANI) April 22, 2022 " class="align-text-top noRightClick twitterSection" data=" ">

ଏପଟେ ୟୁକ୍ରେନର ରାଜଧାନୀ କିଭିରେ ଆସନ୍ତା ସପ୍ତାହରେ ବ୍ରିଟେନ ଦୂତବାସ ପୁଣି ଖୋଲିବା ନେଇ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି । ଏଥିସହ ପୁଟିନଙ୍କ ଏହି ଆକ୍ରମଣକୁ ନେଇ ବ୍ରିଟେନ ଏବଂ ଆମର ସହଯୋଗୀମାନେ ନିଷ୍କ୍ରିୟ ଭାବରେ ଦେଖିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି । ଏଥିସହ ଦୀପାବଳୀ ସୁଦ୍ଧା ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟିକ ଚୁକ୍ତି ଶେଷ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମର ବୁଝାମଣାକାରୀଙ୍କୁ କହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ।

  • #WATCH | Of course, we have these conversations (on human rights or democratic values). The advantage of our friendship is that we can have them in a friendly way....It's very important to realise that India has constitutional protections for communities: UK PM Boris Johnson pic.twitter.com/COe8FcPh4D

ସେହିପରି ବିଷମ ପରିସ୍ଥିତି କେବଳ ୟୁକ୍ରେନରେ ଦେଖା ଦେଇ ନାହିଁ ବରଂ ସମଗ୍ର ବିଶ୍ବ ବ୍ରିଟେନ ଏବଂ ଭାରତକୁ ଏହାର ସମାଧାନ ଲାଗି ଅଧିକ ବାଧ୍ୟ କରୁଛି ବୋଲି ଜନସନ କହିଛନ୍ତି । ଏଥିସହ ଋଷ ଓ ଭାରତର ସମ୍ପର୍କ ସାରା ବିଶ୍ବ ଜାଣିଛନ୍ତି । ତେବେ ଏହି ସମ୍ପର୍କରେ କୌଣସି ପ୍ରକାର ପରିବର୍ତ୍ତନ ହେବାକୁ ଯାଉଛି ନାହିଁ ବୋଲି ଜନସନ କହିଛନ୍ତି ।

ସେହିଭଳି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନବାସୀଙ୍କ ଆତ୍ମାକୁ ଜିତିବାକୁ ସମର୍ଥ ହେବେ ନାହିଁ ବୋଲି ସେ କହିଛନ୍ତି । ଏଥିସହ ଏହା ଏକ ବାସ୍ତବବାଦୀ ସମ୍ଭାବନା ଯେ, ପୁଟିନଙ୍କ ନିକଟରେ ଏକ ବିରାଟ ସୈନ୍ୟ ବାହିନୀ ରହିଛି । ତେବେ ଋଷର ବର୍ତ୍ତମାନ ଏକମାତ୍ର ବିକଳ୍ପ ହେଉଛି ଆର୍ଟିଲିରି ଦ୍ବାରା ପରିଚାଳିତ ତାଙ୍କ ଗ୍ରାଇଣ୍ଡିଂ ପଦ୍ଧତିକୁ ବ୍ୟବହାର କରିବା । ଏତଦ୍‌ବ୍ୟତିତ୍‌ ପାଶ୍ଚାତ୍ୟ ଗୁପ୍ତଚର ଅଧିକାରୀଙ୍କ ଆକଳନ ଅନୁଯାୟୀ ୟୁକ୍ରେନ ଯୁଦ୍ଧ ଆସନ୍ତା ବର୍ଷ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ଜନସନ କହିଛନ୍ତି । ଏଥିସହ ଋଷରେ ଯୁଦ୍ଧ ଜିତି ପାରେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭାରତରୁ ପଳାୟନ କରିଥିବା ତିନି ପଳାତକ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲୁ ଚୋକ୍ସି ଏବଂ ଖାଲିସ୍ତାନ ଉଗ୍ରବାଦୀଙ୍କ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଜନସନ । ସେ କହିଛନ୍ତି ଯେ, ଆମର ଏକ ଦୃଢ ଦୃଷ୍ଟିକୋଣ ରହିଛି । ତେବେ ଭାରତକୁ ଏହି ଉଗ୍ରବାଦୀ ଗୋଷ୍ଠୀ ଧମକ ଦେବା ଆମେ ଏହାକୁ କେବେ ବରଦାସ୍ତ କରିବୁ ନାହିଁ ବୋଲି ସେ କହିବା ସହ ଭାରତକୁ ସାହାଯ୍ୟ କରିବା ପାଇଁ ଆମେ ଏକ ଉଗ୍ରବାଦୀ ବିରୋଧୀ ଟାସ୍କଫୋର୍ସ ଗଠନ କରିଛୁ ।

ଅନ୍ୟପକ୍ଷରେ ପ୍ରତ୍ୟର୍ପଣ ମାମଲାରେ ଆଇନଗତ ବୈଷୟିକ ଜ୍ଞାନକୌଶଳ ରହିଛି, ଏହା ଆମକୁ ବହୁତ କଷ୍ଟସାଧ୍ୟ କରିଦେଇଛି ବୋଲି ସେ କହିବା ସହ ବ୍ରିଟେନ ସରକାର ସେମାନଙ୍କୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜନସନ କହିଛନ୍ତି । ତେବେ ଭାରତରେ ଆଇନରୁ ଯେଉଁମାନେ ବଞ୍ଚିବା ପାଇଁ ଆମର ଆଇନ ବ୍ୟବସ୍ଥା ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ ସ୍ବାଗତ କରୁନାହୁଁ ବୋଲି ସେ କହିଛନ୍ତି ।

ସେହିଭଳି ସ୍ବାଧୀନତା ପର ଠାରୁ ଭାରତ ଏକ ସ୍ବତନ୍ତ୍ର ଦେଶ ଭାବେ ପରିଗଣିତ ହୋଇଛି । ଭାରତ ହେଉଛି ଏକ ମହାନ ଗଣତନ୍ତ୍ର ରାଷ୍ଟ୍ର । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଏହି ମହାନ ଗଣତନ୍ତ୍ର ଅଧିନରେ ୧.୩୫ ବିଲିୟନ ଲୋକେ ବସବାସ କରୁଛନ୍ତି । ତେବେ ଆମେ ଭାରତର ଅଫରକୁ ଗ୍ରହଣ କରିବା ସହ ପାଳନ କରିବା ଉଚିତ କାରଣ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ଘନିଷ୍ଠ ସହଯୋଗ ତଥା ଭାଗିଦାରୀ ପାଇଁ ଏକ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.