ETV Bharat / bharat

Rishi Sunak New UK PM: ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ

author img

By

Published : Oct 24, 2022, 7:06 PM IST

Updated : Oct 24, 2022, 8:20 PM IST

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ମାତ୍ର ୪୨ ବର୍ଷ ବୟସରେ ବ୍ରିଟେନର ଗତ ଦୁଇ ଶତାବ୍ଦୀ ମଧ୍ୟରେ ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ । ୯ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡରୁ ହୋଇଥିଲେ ବାଦ । ଅଧିକ ପଢନ୍ତୁ

ଋଶି ସୁନକ ବ୍ରିଟେନର ନୂୃତନ ପ୍ରଧାନମନ୍ତ୍ରୀ
ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ବ୍ରିଟେନର କଞ୍ଜରଭେଟିବ ପାର୍ଟିର ନେତା ହେଉଛନ୍ତି ସୁନକ । ପୂର୍ବ ଥରରେ ମଧ୍ୟ ପ୍ରଧାନମନ୍ତ୍ରୀ ଦାବିଦାର ଥିଲେ ସୁନକ । ପ୍ରାୟ ନଅ ସପ୍ତାହ ପୂର୍ବରୁ ସୁନକ ପ୍ରାୟ 20,000 ଭୋଟ୍ ବ୍ୟବଧାନରେ ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଠାରୁ ପଛରେ ରହି ପ୍ରଧାନମନ୍ତ୍ରୀ ପଦରୁ ବଞ୍ଚିତ ହୋଇଥିଲେ । ତେବେ ନଟାକୀୟ ଭାବେ ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏହି ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ।

ସୁନକ ହେଉଛନ୍ତି ବ୍ରିଟିଶ ଶାସକ ଦଳ କଞ୍ଜରଭେଟିବ ପାର୍ଟିର ଜଣେ ସାଂସଦ । ସେ ବିଶିଷ୍ଟ ଭାରତୀୟ ଉଦ୍ୟୋଗପତି ତଥା ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ତେବେ ଋଷି ୫୭ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ବେଳେ ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ (Rishi Sunak new UK PM)।

ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ତେବେ ଟ୍ରସ ମାତ୍ର ୪୫ ଦିନ ଦାୟିତ୍ବରେ ରହିବା ପରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଓ ଋଷି ସୁନକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଆଶା କରାଯାଉଥିଲା । ଆଜି ସୁନକ ବିଧିବଦ୍ଧ ଭାବେ ବ୍ରିଟେନର ୫୭ତମ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2022, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.