ETV Bharat / bharat

ମୋ ପିତା ଥିଲେ ହିରୋ, ସାଙ୍ଗ ଓ ମୋଟିଭେଟର କହିଲେ ବ୍ରିଗେଡିୟର ଲିଡରଙ୍କ ଝିଅ

author img

By

Published : Dec 10, 2021, 6:15 PM IST

ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱତଙ୍କ ମିଲିଟାରୀ ପରାମର୍ଶଦାତା ବ୍ରିଗେଡିୟର ଲିଡର ଲଖବିନ୍ଦର ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତେବେ ତାଙ୍କର ଏହି ଅନ୍ତିମ ବିଦାୟ ବେଳେ ପତ୍ନୀ ଓ ଝିଅ ବେଶ ଭାବପ୍ରବଣ ହୋଇଛନ୍ତି । ଅଧିକ ପଢନ୍ତୁ

Bigaied Lakhwinder Singh Funeral ceremoney
ମୋ ପିତା ଥିଲେ ହିରୋ, ସାଙ୍ଗ ଓ ମୋଟିଭେଟର କହିଲେ ବ୍ରିଗେଡିୟର ଲିଡରଙ୍କ ଝିଅ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ (Army Chopper Crash) ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱତଙ୍କ ମିଲିଟାରୀ ପରାମର୍ଶଦାତା ବ୍ରିଗେଡିଅର ଲିଡର ଲଖବିନ୍ଦର ସିଂହଙ୍କ (Brigadier Leader Lakhwinder Singh) ଅନ୍ତିମ ସଂସ୍କାର କରାଯାଇଛି ।

ଶୁକ୍ରବାର ଦିଲ୍ଲୀ କେଣ୍ଟନମେଣ୍ଟ ସ୍ଥିତ ବ୍ରାର ସ୍କୋୟାର ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ/ସାମରିକ ମର୍ଯ୍ୟଦା ସହ ଚିର ବିଦାୟ ଦିଆଯାଇଛି । ତେବେ ତାଙ୍କର ଏହି ଅନ୍ତିମ ବିଦାୟ ଦେବାବେଳେ ତାଙ୍କ ପତ୍ନୀ ଓ ଝିଅ ବେଶ ଭାବପ୍ରବଣ ହୋଇଛନ୍ତି । ପିତାଙ୍କୁ ହାଇଥିଲା ଝିଅ ଆଶନା ବେଶ ଭାବପ୍ରବଣ ହୋଇ ମନେ ପକାଇଛନ୍ତି।

ବ୍ରିଗେଡିୟର ଲିଡରଙ୍କ ଝିଅ ଆଶନା (Brigadier Leaders daughter) ପିତାଙ୍କୁ ମନେପକାଇ କହିଛନ୍ତି ମୋ ପିତା ଥିଲେ ହିରୋ, ମୋଟିଭେଟର ସହ ଭଲ ସାଙ୍ଗ। ମୋତେ ବର୍ତ୍ତମାନ ୧୭ ବର୍ଷ ହୋଇଛି। ଆମ ସହିତ ପିତା ୧୭ ବର୍ଷ ଥିଲେ ଆଗାମୀ ଦିନରେ ତାଙ୍କର ସ୍ମୃତି ମନେପକାଇ ଆଗକୁ ବଢିବୁ । ଏହା ଏକ ଜାତୀୟ ବିପତ୍ତି । ମୋ ପିତା ହିରୋ, ସାଙ୍ଗ ସହ ସେ ଥିଲେ ବହୁତ ବଡ ମୋଟିଭେଟର ।

ସେହିପରି ବ୍ରିଗେଡିୟର ଲିଡର ପତ୍ନୀ ଗ୍ରୀତିକା କହିଛନ୍ତି ଯେ ମୋ ସ୍ବାମୀ ଦେଶ ପାଇଁ ଶହୀଦ ହୋଇଛନ୍ତି। ମୁଁ ଜଣେ ସୈନିକଙ୍କ ସ୍ତ୍ରୀ, ଏହା ମୋ ପାଇଁ ବହୁତ ବଡ କ୍ଷତି କିନ୍ତୁ ସହିବାକୁ ପଡିବ। ଆମେ ତାଙ୍କୁ ଅନ୍ତିମ ବିଦାୟ ଦେଇଛୁ। ବ୍ରିଗେଡ ଲିଡରଙ୍କ ଅନ୍ତିମ ବିଦାୟ ବେଳେ ଉଭୟ ମା ଓ ଝିଅଙ୍କ ଧୌର୍ଯ୍ୟର ସହ ସୈନିକକୁ ବିଦାୟ ଦେଇଛନ୍ତି। ତାଙ୍କ ଦେଶ ପ୍ରତି ଭଲ ପାଇବା ଏବଂ ଜଣେ ଦେଶର ସୈନିକଙ୍କ ସ୍ତ୍ରୀ ଓ ଝିଅ ଉଦାହରଣ ସୃଷ୍ଟି କରିଛନ୍ତି।

ଆଜି ଦିଲ୍ଲୀର କେଣ୍ଟନମେଣ୍ଟ ସ୍ଥିତି ବ୍ରାର ଶ୍ମଶାନରେ ବ୍ରିଗେଡିଅର ଲିଡର ଲଖବିନ୍ଦର ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ଉଚ୍ଚସ୍ତରୀୟ ଅଧିକାରୀ ସମେତ ସେନା କର୍ମଚାରୀ ସାମିଲ ହୋଇଥିଲେ। ଭାରତୀୟ ସେନାରେ ଜଣେ ବ୍ରିଗେଡିୟର ଲିଡର ଭାବରେ ତାଙ୍କର କରିଥିବା କାର୍ଯ୍ୟକୁ ମନେପକାଇଥିଲେ ।

ସୂଚନାଥାଉକି ଗତ ବୁଧବାର ଦିନ ତାମିଲନାଡୁର ସୁଲୁର ଏୟାର ବେସର ୱେଲିଂଟନ ଏୟାର ଡିଫେନ୍ସ କଲେଜରେ ଯିବାବେଳେ ନୀଳଗିର ଅଞ୍ଚଳରେ ହେଲିକପ୍ଟର Mi17V5 ଦୁର୍ଘଟଣା ହୋଇଥିଲା । ଯେଉଁଥିଲେ ୧୪ ଜଣଙ୍କ ମଧ୍ୟରୁ ସିଡିଏସ ବିପିନ ରାୱତ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି ।

ତେବେ ଏହି ଘଟାଣାର ତଦନ୍ତ ପାଇଁ ଏୟାର ମାର୍ଶାଲ ମାନଭେନ୍ଦ୍ର ସିଂହଙ୍କୁ ଦାୟିତ୍ବ ଦିଆଯଆଇଛି । ଦୁର୍ଘଟଣା ସ୍ଥଳରୁ ହେଲିକପ୍ଟରର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.