ETV Bharat / bharat

ପୁଣି ବିହାରରେ ଭୁଶୁଡି଼ଲା ପୋଲ, ଉଦଘାଟନ ପୂର୍ବରୁ ନଦୀରେ ଭାସିଗଲା ୧୩କୋଟି - Gandak river

ଉଦଘାଟନ ପୂର୍ବରୁ ବିହାରରେ ଭୁଶୁ଼ଡ଼ିଲା ପୋଲ । ପ୍ରାୟ ୧୩ କୋଟି ବ୍ୟୟରେ ନିର୍ମିତ ହେଉଥିବା ପୋଲ ଭୁଶୁଡି ପଡ଼ିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Bridge collapses in Bihar
ବିହାରରେ ଭୁଶୁଡି଼ଲା ପୋଲ
author img

By

Published : Dec 18, 2022, 10:01 PM IST

ପାଟନା: ବିହାରର ବେଗୁସରାୟରେ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପୋଲ ଉଦଘାଟନ ପୂର୍ବୁର ନଦୀରେ ବହିଯାଇଛି (Bridge built with Rs 13.43 crore over Gandak river collapsed)। ସୋହେବପୁର ବୁଢି ଗଣ୍ଡକ ନଦୀ ଉପରେ ଏହି ପୋଲଟି ନିର୍ମାଣ ହେଉଥିଲା । ଯାହାକି ଗୋବିନ୍ଦପୁର ଓ ରଜୌରାକୁ ସଂଯୋଗ କରିବାକୁ ଥିଲା । ମୁଖ୍ୟମନ୍ତ୍ରୀ ନାବାର୍ଡ ଯୋଜନାରେ ଗତ ୨୦୧୭ ମସିହାରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଲୋକାର୍ପଣ ହେବା ପୂର୍ବରୁ ପୋଲଟି ଭୁଶୁଡି ପଡ଼ିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ମିଳିଥିବା ସୂଚନା ଅନୁସାରେ ପୋଲ ନିର୍ମାଣର କିଛି ଦିନ ପରେ ଏଥିରେ ଫାଟ ସୃଷ୍ଟି ହୋଇଥିଲା (Crack developed within a few years) । ମାତ୍ର ଏହାର ମରାମିତ କରାଯାଇନଥିଲା । ଏହି ପୋଲଟି ଗତ ୯ବର୍ଷ ଧରି ନିର୍ମାଣଧୀନ ଅବସ୍ଥାରେ ରହିଥିବା କୁହାଯାଇଛି । ପୋଲ ଭୁଶୁଡ଼ିବାର ୨ଦିନ ପୂର୍ବରୁ ପିଲାର ନଂ ୨-୩ରେ ଫାଟ ଦେଖିବାକୁ ମିଳିଥିଲା । ଏହାପରେ ପୋଲ ଉପରକୁ ଯିବା ଲାଗି ଲୋକଙ୍କୁ ବାରଣ ମଧ୍ୟ କରାଯାଇଥିଲା । ପୋଲ ଭୁଶୁଡିବା ନେଇ ଖବର ଆସିବା ପରେ ବଲିୟା ଏସଡିଓ ରୋହିତ କୁମାରଙ୍କ ସମେତ ଏସଡିପିଓ କୁମାର ବିରେନ୍ଦ୍ର ଓ ଅନ୍ୟ ଅଧିକାରୀ ସେଠାରେ ପହଞ୍ଚିଥିଲେ ।

ଏହା ବି ପଢନ୍ତୁ- PM Modi Tripura Visit: ଫୋକସରେ ଉତ୍ତର-ପୂର୍ବ ଭାରତର ସମୂହ ବିକାଶ କହିଲେ ମୋଦି

ସେପଟେ ଏହା ପୋଲ ଉପରେ ଏଯାବତ କୌଣସି ଭାରିଯାନର ଚଳାଚଳ ମଧ୍ୟ ହୋଇନଥିଲା । ନଚେତ ବଡ଼ ଅଘଟଣ ଘଟିବାକୁ ଏଡ଼ାଇ ଦିଆଯାଇପାରିନଥାନ୍ତା । ଏ ନେଇ ଲୋକ ଜନଶକ୍ତି ପାର୍ଟିର ନେତା ସଞ୍ଜୟ କୁମାର ଯାଦବ ଅଭିଯୋଗ ଆଣିଛନ୍ତି ଯେ ପୋଲ ନିର୍ମାଣରେ ବ୍ୟାପକ କେଳେଙ୍କାରୀ ହୋଇଛି । ଏଥିରେ ଠିକାଦାର ଓ ଅଧିକାରୀଙ୍କ ଦ୍ବାରା ଅର୍ଥ ହରିଲୁଟ କରାଯାଇଛି । ଏଥିଲାଗି ପୋଲ ଭୁଶୁଡି ପଡ଼ିଛି । ଏହି ପୋଲ ନିର୍ମାଣରେ ନିୟୋଜିତ ହୋଇଥିବା ଏଜେନ୍ସି ସମେତ ଠିକାଦାରଙ୍କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ । ଏହାସହିତ ସ୍ଥାନୀୟ ଲୋକେ ମଧ୍ୟ ସମାନ ଅଭିଯୋଗ ଆଣି ଗିରଫ ପାଇଁ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.