ETV Bharat / bharat

ଟଙ୍କା ଗଣିପାରିଲାନି ବର, ବାହା ହେବାକୁ ମନା କରିଦେଲା କନିଆଁ - ବର ଟଙ୍କା ଗଣିପାରିଲାନି

ବେଦୀରୁ ଫେରିଲା ବର । ଗଣିପାରିଲାନି ଟଙ୍କା । ଅଶିକ୍ଷିତ ବୋଲି ବାହା ହେବାକୁ ମନା କରି ଦେଲା କନିଆଁ । ଅଧିକ ପଢ଼ନ୍ତୁ

Bride refuses to marry
ବାହା ହେବାକୁ ମନା କରିଦେଲା କନିଆଁ
author img

By

Published : Jan 23, 2023, 1:30 PM IST

ଉତ୍ତରପ୍ରଦେଶ: "ବର ଜଣେ ଅଶିକ୍ଷିତ । ତେଣୁ ମୁଁ ବରକୁ ବିବାହ କରିପାରିବ ନାହିଁ ।" ଏଭଳି କହି ବାହା ହେବାକୁ ରୋକଠୋକ ମନା କରିଦେଲା କନିଆଁ । ଏହାକୁ ନେଇ ବରର ସମ୍ପର୍କୀୟମାନେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଉତ୍ତରପ୍ରଦେଶ ଫାରୁଖାବାଦରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଧୁମ୍‌ଧାମ୍‌ରେ ବାହାଘର ପାଇଁ ପ୍ରସ୍ତୁତ ହୋଇଥିଲେ ପୁଅ ଘର ଲୋକ । ବାଣ ରୋଷଣୀ ବଜାଇ ଝିଅ ଘରେ ପହଞ୍ଚିଲା ବର ଓ ବରଯାତ୍ରୀ । ହେଲେ ବାହାଘର ହୋଇପାରିଲାନି । କାରଣ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ପୁରା ଅପାଠୁଆ ।

ଚର୍ଚ୍ଚା ସମୟରେ ଦିଆଯାଇଥିବା ମାତ୍ର ୨୧୦୦ ଟଙ୍କାକୁ ଗଣିପାରିଲାନି ବର । ଏହାପରେ ଚିହିଁକି ଉଠିଥିଲେ କନିଆଁ । ଆଉ ସିଧାସଳଖ ବାହା ହେବାକୁ ମନା କରିଦେଇଥିଲେ ବୋହୂ ବେଶରେ ସଜ ହୋଇଥିବା କନିଆଁ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଏହି ଘଟଣା ପରେ ଉଭୟ ବର ଓ କନିଆଁଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା । ତେବେ ଆଲୋଚନା ପରେ ବି କୌଣସି ସୁଫଳ ମିଳିନଥିଲା । ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ବିବାହ ବାତିଲ ହେବ । ଏହା ମଧ୍ୟ ନିଷ୍ପତ୍ତି ହୋଇଛି ଯେ ଉଭୟ ପକ୍ଷରୁ ହୋଇଥିବା ଖର୍ଚ୍ଚ ବାବାଦକୁ କେହି ଭରଣା କରିବେ ନାହିଁ ।

ନିକଟରେ ଆସାମରେ ଏକ ସାମ୍ପୁ କଥାକୁ ନେଇ କନିଆଁ ବାହାଘର ଭାଙ୍ଗି ଦେଇଥିଲା । ବରପକ୍ଷ ଜୋରୋନ (ବିବାହ ପୂର୍ବରୁ ପାଳିତ ହେଉଥିବା ଏକ ଉତ୍ସବ)ରେ ନିମ୍ନମାନର ସାମ୍ପୁ ଦେବା ପରେ କନ୍ୟା ଜଣକ ନିଜ ଭାବିସ୍ବାମୀକୁ ଏ ନେଇ ହ୍ବାଟ୍ସଆପରେ ମେସେଜ କରିଥିଲେ । ଏନେଇ ବର ଜଣକ ଲଜ୍ଜିତ ଅନୁଭବ କରିବା ସହିତ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । କନ୍ୟାର ମେସେଜର ମାତ୍ର ୬ ଘଣ୍ଟା ମଧ୍ୟରେ ଏହି ବଡ଼ ନିଷ୍ପତ୍ତି ନେଇଥିଲା ବର । ସୂଚନାନୁସାରେ ଜୋରୋନ (Joron)ରେ କନ୍ୟାଙ୍କୁ ବର ପକ୍ଷରୁ ଏକ ସାମ୍ପୁ ଦିଆଯାଇଥିଲା । ଏହାକୁ ନିମ୍ନମାନର କହିଥିଲେ ଯୁବତୀ । ଏହାସହ ନିଜ ଭାବିସ୍ବାମୀଙ୍କୁ ଏନେଇ ମେସେଜ କରିଥିଲେ । ହେଲେ ଏହା ତାଙ୍କ ବିବାହ ଭାଙ୍ଗିବ ବୋଲି ହୁଏତ ସେ କେବେ କଳ୍ପନା ମଧ୍ୟ କରିନଥିବେ । ଯୁବତୀଙ୍କ ଏପରି ନିଷ୍ପତ୍ତି ଇଞ୍ଜିନିୟର ବର ମନକୁ ଆଘାତ ଦେଇଥିଲା । ଏହା ତାଙ୍କ ପରିବାର ପ୍ରତି ଅପମାନ ମଧ୍ୟ କହିଥିଲେ ବର । ଏହାପରେ ସେ ତୁରନ୍ତ ଉକ୍ତ ଯୁବତୀଙ୍କ ସହିତ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ଏଭଳି ଘଟଣା ଗତ ଡିସେମ୍ବର ୧୪ ତାରିଖରେ ଆସାମର ବାରପେଟା ଜିଲ୍ଲା ହୌଲି ଅଞ୍ଚଳରେ ଘଟିଛି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.