ETV Bharat / bharat

ସାତଜନ୍ମ ପାଇଁ ନେଇଥିଲେ ସାତଫେରା, ଶାଶୂଘର ଦୂର ବୋଲି ବରକୁ ଛାଡି ଫେରି ଆସିଲା ନବବଧୂ

author img

By

Published : Mar 19, 2023, 9:22 AM IST

ବାପଘର ଠାରୁ ଶାଶୁଘର ଥିଲା ବହୁତ ଦୂର । ବିଦାୟୀ ପରେ ଅଧବାଟରେ ବରକୁ ଛାଡି ଫେରିଆସିଲେ ନବବଧୂ । ଅଧିକ ପଢନ୍ତୁ

ଅଧାବାଟରେ ବରକୁ ଛାଡି ଫେରିଆସିଲେ ନବବଧୂ
ଅଧାବାଟରେ ବରକୁ ଛାଡି ଫେରିଆସିଲେ ନବବଧୂ

ଲକ୍ଷ୍ନୌ: ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ବିବାହ । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମର ସାଥି ହେଲେ ଦୁଇ ଅଜଣା ହୃଦୟ । ବିବାହ ପରେ ବାପଘର ଲୋକ ଝିଅକୁ ଗାଡିରେ ବସାଇ ବର ସହ ଶାଶୁଘରକୁ ପଠାଇଲେ । ହେଲେ ଶାଶୁଘର ଯିବାବେଳେ ଅଧାବାଟରୁ ବରକୁ ଛାଡି ଫେରିଆସିଲେ ନବବଧୂ । ମାତ୍ର ସାତ ଘଣ୍ଟାରେ ସାତଜନ୍ମର ସମ୍ପର୍କକୁ ଛିଣ୍ଡାଇବାକୁ ଜିଦ୍ ଧରିଲେ । ଯାହା ପଛର କାରଣ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । କାରଣ କନ୍ୟାଙ୍କ ଘର ଥିଲା ଉତ୍ତରପ୍ରଦେଶ ଓ ବରର ଘର ଥିଲା ରାଜସ୍ଥାନରେ । ବାପଘର ଠାରୁ ଶାଶୁଘର ଏତେ ଦୂରରେ ହୋଇଥିବା କାରଣରୁ ଅଧାବାଟରୁ କନ୍ୟା ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ ।

ସୂଚନା ମୁତାବକ, ଗତ ଶୁକ୍ରବାର ଦିନ ଉତ୍ତରପ୍ରଦେଶ ବାରଣାସୀର ଯୁବତୀଙ୍କ ବିବାହ ରାଜସ୍ଥାନ ବିକାନେରର ଯୁବକଙ୍କ ସହ ସ୍ଥିର ହୋଇଥିଲା । ବାଜା ବଜାଇ ବାଣ ଫୁଟାଇ ବିବାହ ପାଇଁ କନ୍ୟାଙ୍କ ଘରେ ପହଞ୍ଚିଥିଲେ ବର । ବୈଦିକ ରୀତିନୀତିରେ ବିବାହ ମଧ୍ୟ ହେଲା । ବାପଘର ଲୋକେ ଝିଅକୁ ବିଦାୟ ଦେଇ ଶାଶୁଘରକୁ ପଠାଇଲେ । ହେଲେ ୪୦୦ କିଲୋମିଟର ଯିବାପରେ ମହାରାଜପୁର ନିକଟରେ ହଠାତ୍ ଗାଡି ଅଟକାଇବାକୁ କହିଥିଲେ ନବବଧୂ । କେହି କିଛି ବୁଝିବା ପୂର୍ବରୁ ନବବଧୂ କାନ୍ଦି କାନ୍ଦି କହିଥିଲେ, ''ମୁଁ ଏତେ ଦୂର ଯିବାକୁ ଚାହୁଁନାହିଁ । ମୋ ଘର ବାରଣାସୀକୁ ଫେରିଯିବାକୁ ଚାହେଁ । ମୁଁ ଏତେ ଦୂରରେ ବିବାହ କରିବାକୁ ଚାହୁଁ ନଥିଲି ।''

ମହାରାଜପୁର ହାଇୱେରେ ଏଭଳି ହାଇଡ୍ରାମା ଚାଲିଥିବା ବେଳେ ପାଟ୍ରୋଲିଂ ଗାଡିର ନଜର ସେମାନଙ୍କ ଉପରେ ପଡିଥିଲା । ବଧୂବେଶରେ ଜଣେ ଯୁବତୀ ରାସ୍ତା ଉପରେ କାନ୍ଦୁଥିବାର ପୋଲିସ ଦେଖିଥିଲେ । ସେମାନଙ୍କ ପାଖକୁ ଯାଇ ଘଟଣା ବୁଝିବାରୁ ପୋଲିସ ମଧ୍ୟ ହତବାକ୍ ହୋଇଯାଇଥିଲା । କେଇ ଘଣ୍ଟା ପୂର୍ବରୁ ବିବାହ କରିଥିବା ନବବଧୂ ନିଜ ବାପଘରକୁ ଫେରିଯିବାକୁ ଜିଦ୍ ଧରି ବସିଥିଲେ । ଏହାପରେ ପୋଲିସ ନବବଧୂଙ୍କ ସହ ବରପକ୍ଷ ଲୋକଙ୍କୁ ଥାନାକୁ ଆଣି ବୁଝାସୁଝା କରିଥିଲେ ।

ପୋଲିସ କନ୍ୟାପକ୍ଷକୁ ଯୋଗାଯୋଗ କରିବାରୁ ସେମାନେ ନିଜ ଝିଅର ବିବାହ କରିଦେଇଥିବା କହିଥିଲେ । ଏପଟେ କିନ୍ତୁ କନ୍ୟା ଶାଶୁଘରୁ ଯିବାକୁ ଜମା ରାଜି ହୋଇନଥିଲେ ଓ କାନ୍ଦିବାକୁ ଲାଗିଥିଲେ । ଏହାପରେ ମହାରାଜପୁର ପୋଲିସ ଜଣେ ମହିଳା ପୋଲିସ ଓ ସବଇନ୍ସପେକ୍ଟରଙ୍କ ସହ ନବବଧୂଙ୍କୁ ନିଜ ବାପା ଘରକୁ ପଠାଇଥିଲେ । ସେହିପରି ବରପକ୍ଷକୁ ମଧ୍ୟ ନିଜ ଘରକୁ ଫେରିଯାଇଥିବା ଜଣାପଡିଛି । ଏହି ଘଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.