ETV Bharat / bharat

କଳା ବରକୁ ଦେଖି ବେଦୀରୁ ଉଠିଗଲେ କନ୍ୟା

ବରଣମାଳା ନୀତି ଚାଲିଥିଲା । ବରର ମୁହଁ ଦେଖି ହଠାତ୍ ବେଦୀରୁ ଉଠିଗଲେ କନ୍ୟା । ବର କଳା ହୋଇଥିବାରୁ ସଫା ସଫା ବିବାହ ପାଇଁ ମନା କରିଦେଲେ । ଅଧିକ ପଢନ୍ତୁ

author img

By

Published : Dec 11, 2022, 7:29 AM IST

କଳା ବରକୁ ଦେଖି ବେଦୀରୁ ଉଠିଗଲେ କନ୍ୟା
କଳା ବରକୁ ଦେଖି ବେଦୀରୁ ଉଠିଗଲେ କନ୍ୟା

ଲକ୍ଷ୍ନୌ: ସଜେଇ ହୋଇଥିଲା ବିବାହ ମଣ୍ଡପ । ରୋଷଣି କରି ବରଯାତ୍ରୀ ନେଇ ପହଞ୍ଚିଥିଲେ ବର । ବ୍ରାହ୍ମଣଙ୍କ ମନ୍ତ୍ରୋପଚାରଣ ସହ ଆରମ୍ଭ ହେଲା ବିବାହ ରୀତିନୀତି । ବର-କନ୍ୟା ବେଦୀକୁ ଆସିଲେ । ବରଣମାଳା ନୀତି ଚାଲିଥିଲା । ଏତିକି ବେଳେ ବରର ମୁହଁକୁ ଦେଖି ହଠାତ୍ ବେଦୀରୁ ଉଠିଗଲେ କନ୍ୟା । କାରଣ ବରର ରଙ୍ଗ କଳା ଥିଲା । କଳା ପୁଅକୁ ବିବାହ କରିବେ ନାହିଁ ବୋଲି ବେଦୀ ଉପରେ ସଫା ସଫା ମନା କରିଦେଲେ କନ୍ୟା(Bride ditches groom for his skin colour) । ଘରଲୋକେ ଝିଅକୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ସେ ବିବାହ ପାଇଁ ରାଜି ହେଲେ ନାହିଁ । ତେଣୁ ଶେଷରେ ଫେରିଗଲେ ବରଯାତ୍ରୀ । ଉତ୍ତରପ୍ରଦେଶ ମହାରାଜଗଞ୍ଜ ଜିଲ୍ଲା ପନିୟରା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି ।

ଯାହା ସୂଚନା ମିଳିଛି, ଗତ ୮ ତାରିଖରେ ଏହି ବିବାହ ଉତ୍ସବ ଥିଲା । ବ୍ୟାଣ୍ଡ ବାଜା ସହ ଧୁମଧାମରେ ବର କନ୍ୟା ଗାଁକୁ ଆସିଥିଲେ । କନ୍ୟାପକ୍ଷ ଲୋକେ ବରଯାତ୍ରୀଙ୍କୁ ସ୍ବାଗତ କରିବା ପରେ ସମସ୍ତେ ଭୋଜିଭାତ ଖାଇଥିଲେ । ବିବାହ ରୀତିନୀତି ଅନୁସାରେ ବରଣମାଳା ନୀତି ପାଇଁ ବର ବେଦୀରେ ବସିଥିଲେ । ଏହାପରେ କନ୍ୟାଙ୍କୁ ଅଣାଯାଇଥିଲା । କିନ୍ତୁ ଭାବି ସ୍ବାମୀଙ୍କ ଦେଖିବା କ୍ଷଣି ଯୁବତୀ ସାଙ୍ଗେ ସାଙ୍ଗେ ବିବାହ ପାଇଁ ମନା କରିଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ପ୍ରବଳ ହଙ୍ଗାମା ହୋଇଥିଲା । ବରପକ୍ଷ ଲୋକେ ହୋହଲ୍ଲା କରିଥିଲେ । ସ୍ଥିତି ବିଗୁଡୁଥିବା ଦେଖି ଗାଁଲୋକେ ମଧ୍ୟ କନ୍ୟାକୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ ।

ହେଲେ ଜିଦରେ ଅଟଳ ରହିଥିଲେ କନ୍ୟା । ଏନେଇ ଆତ୍ମୀୟ ପରିଜନ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ବର ଓ ଗ୍ରାମର କିଛି ପ୍ରଭାବଶାଳୀ ଲୋକଙ୍କୁ ସାଙ୍ଗରେ ଧରି କନ୍ୟା ଘରେ ପହଞ୍ଚିଥିଲେ । ହେଲେ କିଛି ସୁଫଳ ମିଳିଲା ନାହିଁ । ଶେଷରେ ଏକଥା ଗାଁ ପଞ୍ଚାୟତରେ ପଡିଲା । ତେବେ ପଞ୍ଚାୟତରେ ଦୁଇ ପରିବାର ଭିତରେ ବୁଝାମଣା ହୋଇଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.