ETV Bharat / bharat

କୃଷକ ଆନ୍ଦୋଳନବେଳେ ପୋଲିସର ଲାଠିଚାର୍ଜ,  ହାତଗୋଡ ଭାଙ୍ଗି ଦେବା ନିର୍ଦ୍ଦେଶ ଦେଇ ଅଡୁଆରେ SDM - କୃଷକ ଆନ୍ଦୋଳନରେ ପୋଲିସ କାର୍ଯ୍ୟାନୁଷ୍ଠାନ

ହରିୟାଣାରେ ଚାଲିଥିବା କୃଷକ ଆନ୍ଦୋଳନରେ ଦେଖିବାକୁ ମିଳିଛି ବିବାଦୀୟ ଚିତ୍ର । ଆନ୍ଦୋଳନକାରୀଙ୍କ ହାତଗୋଡ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇ ଅଡୁଆରେ SDM । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନବେଳେ ପୋଲିସର ଲାଠିଚାର୍ଜ, ଆନ୍ଦୋଳନକାରୀଙ୍କ ହାତଗୋଡ ଭାଙ୍ଗିଦେବା ନିର୍ଦ୍ଦେଶ ଦେଇ ଅଡୁଆରେ SDM

author img

By

Published : Aug 28, 2021, 10:28 PM IST

ଚଣ୍ଡିଗଡ: ହରିୟାଣାରେ ଚାଲିଥିବା କୃଷକ ଆନ୍ଦୋଳନରେ ଦେଖିବାକୁ ମିଳିଛି ବିବାଦୀୟ ଚିତ୍ର । ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଆନ୍ଦୋଳନ ସମୟରେ ଜଣେ ସ୍ଥାନୀୟ ମାଜିଷ୍ଟ୍ରେଟ ଆନ୍ଦୋଳନକାରୀ କୃଷକଙ୍କ ହାତ ଗୋଡ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ମହଲରେ ଉଷ୍ମତା ବଢିବାରେ ଲାଗିଛି ।

  • I hope this video is edited and the DM did not say this… Otherwise, this is unacceptable in democratic India to do to our own citizens. pic.twitter.com/rWRFSD2FRH

    — Varun Gandhi (@varungandhi80) August 28, 2021 " class="align-text-top noRightClick twitterSection" data=" ">

ଭିଡିଓକୁ ନେଇ ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଲର SDM ଆୟୁଷ ସିହ୍ନା ଆନ୍ଦୋଳନସ୍ଥଳରେ ସ୍ଥିତି ପରଖୁଥିବା ସହ ପୋଲିସ ବାହିନୀକୁ କଡା ନିର୍ଦ୍ଦେଶ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଯଦି କୃଷକମାନେ ପୋଲିସ ବାରିକେଡ ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ଲାଠି ଚାର୍ଜ କରିବା ସହ ନିର୍ଦ୍ଧୁମ ମାଡ ମାରିବା ନେଇ ନିର୍ଦ୍ଦେଶ ଦେଉଛନ୍ତି SDM । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ହରିୟାଣାରେ ଆଜି ଆନ୍ଦୋଳନରତ କୃଷକମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ନାରବାଜୀ କରିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି କୃଷକମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ପରେ ପୋଲିସ ଏପରି ବର୍ବରୋଚିତ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ତେବେ ଘଟଣା ପରେ ଜିଲ୍ଲାର ଜଣେ ମାଜିଷ୍ଟ୍ରେଟଙ୍କର ଏପରି ଆପତ୍ତିଜନକ ନିର୍ଦ୍ଦେଶ ଦେବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ବିବାଦ ଆହୁରି ବଢିବାରେ ଲଗିଛି ।

ବିଜେପି ସାଂସଦ ବରୁଣ ଗାନ୍ଧି, ଏହି ଭିଡିଓ ନେଇ ଟ୍ବିଟ କରିବା ସହ ଏହା ଏକ ସମ୍ପାଦିତ ଭିଡିଓ ବୋଲି ସେ ଅନୁମାନ କରୁଥିବା କହିଛନ୍ତି । ଯଦି ଭିଡିଓଟି ସତ୍ୟ ହୋଇଥାଏ ଓ ଜଣେ ପ୍ରଶାନସନିକ ଅଧିକାରୀଙ୍କ ଏପରି ବ୍ୟବହାର ଅତ୍ୟନ୍ତ ନିନ୍ଦାଜନକ ବୋଲି କହିଛନ୍ତି ବରୁଣ । ସେହିପରି ଘଟଣାକୁ ନେଇ ରାଜନୀତି ଉଷ୍ମ ହେବା ପରେ ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । କେଉଁ ପରିସ୍ଥିତିରେ ଏମିତି ହେଲା ଏବଂ ଘଟଣାର ସତ୍ୟତା କେତେ ତାହା ତଦନ୍ତ ସାପେକ୍ଷ । ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଖଟ୍ଟର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.