ETV Bharat / bharat

ସିକ୍କିମରେ ଭୂସ୍ଖଳନ: ଯୋଗାଯୋଗ ବାଧାପ୍ରାପ୍ତ, 3500 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

author img

By

Published : Jun 17, 2023, 9:09 PM IST

ସିକ୍କିମରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ । ଯୋଗାଯୋଗ ବାଧାପ୍ରାପ୍ତ । ଫସି ରହିଥିବା 3,500 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା । ଅଧିକ ପଢନ୍ତୁ

ସିକ୍କିମରେ ଭୂସ୍ଖଳନ: ଯୋଗାଯୋଗ ବାଧାପ୍ରାପ୍ତ, 3,500 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ଗ୍ୟାଙ୍ଗଟକ: ଉତ୍ତର ସିକ୍କିମରେ ଗତକାଲି ପ୍ରବଳ ବର୍ଷା ପରେ ବ୍ୟାପକ ଭୂସ୍ଖଳନ ହୋଇଛି । ଗତକାଲି (ଶୁକ୍ରବାର) ଲାଚେନ, ଲାଚଙ୍ଗ ଏବଂ ଚୁଙ୍ଗଥାଙ୍ଗ ଉପତ୍ୟକାରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇଛି । ଯୋଗାଯୋଗ ବିଛିନ୍ନ ହେବା କାରଣରୁ ଅନେକ ପର୍ଯ୍ୟଟକ ଫସିରହିଛନ୍ତି । ଗତକାଲି ରାତି ଠାରୁ ସେନା ଉଦ୍ଧାର ଅପରେସନ ଜାରି ରଖିଛି । ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗରେ ଫସି ରହିଥିବା 3,500 ପର୍ଯ୍ୟଟକଙ୍କୁ ଉଦ୍ଧାର ସେନା ଯବାନ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିଛନ୍ତି ।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିକ୍କିମର ଚୁଙ୍ଗଥାଙ୍ଗ ନିକଟରେ ଥିବା ଏକ ପୋଲ କ୍ଷତିଗ୍ରସ୍ତ ହେବା କାରଣରୁ ଅତି କମରେ 3500 ପର୍ଯ୍ୟଟକ ଅଟକି ରହିଥିଲେ । ସେନା ଯବାନ ଏବଂ ସୀମା ସଡକ ସଂଗଠନର କର୍ମକର୍ତ୍ତାମାନେ ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ଏବେ ସୁଦ୍ଧା ପ୍ରାୟ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଲାଣି । ସେମାନଙ୍କୁ ସେନା କ୍ୟାମ୍ପରେ ରଖାଯିବା ସହ ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଛି ।

ଜଣେ ଆହତ ପର୍ଯ୍ୟଟକଙ୍କୁ ଗାଡିରେ ନେଉଛନ୍ତି ଯବାନ

ଗତକାଲି ଦିନ ତମାମ ପ୍ରବଳ ବର୍ଷା ପରେ ରାତିରେ ଭୂସ୍ଖଳନ ହୋଇଥିଲା । ସୂଚନା ପାଇବା ମାତ୍ରେ ସେନା ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା । ଉଦ୍ଧାରକାରୀ ଟିମ ରାତିସାରା ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପାଗରେ ଉଦ୍ଧାର କାର୍ଯ୍ୟ ଜାରି ରଖି ଫସି ରହିଥିବା ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲେ । ଉଦ୍ଧାର ହୋଇଥିବା ପର୍ଯ୍ୟଟକଙ୍କୁ ସେନା ପକ୍ଷରୁ କ୍ୟାମ୍ପରେ ରଖାଯିବା ସହ ରନ୍ଧା ଖାଦ୍ୟ ଏବଂ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ।

ଜଳସ୍ରୋତ ମଧ୍ୟରେ ବନ୍ଧା ଯାଇଥିବା ଦଉଡି ସାହାଯ୍ୟରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ

ସେନା ଦ୍ବାରା ବନ୍ଧା ଯାଇଥିବା ରଶି ଓ ଅସ୍ଥାୟୀ ପୋଲ ସାହାଯ୍ୟରେ ଜଳସ୍ରୋତ ଅତିକ୍ରମ କରୁଛନ୍ତି ପର୍ଯ୍ୟଟକ

ଆଜି (ଜୁନ୍ 17) ରେ ଅପରାହ୍ନ 3ଟା ସୁଦ୍ଧା 2,000 ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇସାରିଛ । ସଡକ ସଂଯୋଗକୁ ପୁଣି ଥରେ ସ୍ବଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି । ପର୍ଯ୍ୟଟକମାନଙ୍କୁ ସ୍ଥାନାନ୍ତର ଜାରି ରହିଥିଲା । ଏବେ ସୁଦ୍ଧା ପ୍ରାୟ ଉଦ୍ଧାର କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଏବେ କେବଳ ଭିତ୍ତିଭୂମି ସଜାଡିବା କାର୍ଯ୍ୟ ଜାରି ରହିଛି । ରାସ୍ତା ସଂଯୋଗୀକରଣ ସହ କ୍ଷତିଗ୍ରସ୍ତ ହୋଇଥିବା ପୋଲକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ସୀମା ସଡକ ସଂଗଠନ (BRO)ର ଅଧିକାରୀ ଓ କର୍ମଚାରୀମାନେ ପ୍ରୟାସରେ ଲାଗିଛନ୍ତି । ଏବେ ମଧ୍ୟ ବର୍ଷା ଲାଗିରହିଥିବାରୁ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ମଧ୍ୟ ହୋଇଛି । ପର୍ଯ୍ୟଟକଙ୍କୁ ପାଗରେ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଯାତ୍ରା ନକରିବା ପାଇଁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.