ETV Bharat / bharat

CDS appointment: ଖୁବଶୀଘ୍ର ନିଯୁକ୍ତି, ଉଭୟ କାର୍ଯ୍ୟରତ ଓ ଅବସରପ୍ରାପ୍ତ ସେନା ଅଧିକାରୀ ହୋଇପାରନ୍ତି ବିଚାରଯୋଗ୍ୟ

author img

By

Published : Apr 17, 2022, 6:39 PM IST

ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (CDS) ନିଯୁକ୍ତ ପାଇଁ ନେଇ ଚର୍ଚ୍ଚା ଜୋର । ଉଭୟ କାର୍ଯ୍ୟରତ ଓ ଅବସରପ୍ରାପ୍ତ ସେନା ଅଧିକାରୀ ନିଯୁକ୍ତି ପାଇଁ ବିଚାରଯୋଗ୍ୟ ହୋଇପାରନ୍ତି ବୋଲି ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

CDS appointment: ଉଭୟ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଅଧିକାରୀ ହୋଇପାରନ୍ତି ବିଚାରଯୋଗ୍ୟ

ନୂଆଦିଲ୍ଲୀ: ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (CDS) ବିପିନ ରାଓ୍ବତଙ୍କ ଅକାଳ ଦେହାନ୍ତ ପରେ ନୂଆ CDS ନିଯୁକ୍ତି ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଏହାରି ମଧ୍ୟର ଭିନ୍ନ ଏକ ସୂଚନା ମଧ୍ୟ ସାମ୍ନାକୁ ଆସିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସର୍ବୋଚ୍ଚ ସେନା ପଦବୀ ପାଇଁ ଖୁବ ଶୀଘ୍ର ନାମ ଚୂଡାନ୍ତ କରିପାରନ୍ତି କେନ୍ଦ୍ର ସରକାର । ଉଭୟ କାର୍ଯ୍ୟରତ ଓ ଅବସରପ୍ରାପ୍ତ ବରିଷ୍ଠ ସେନାଧିକାରୀଙ୍କୁ ଯୋଗ୍ୟ ଭାବେ ବିଚାର କରାଯାଇ ପାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଗତବର୍ଷ ଡିସେମ୍ବରରୁ ଏହି ପଦବୀ ଖାଲି ପଡିଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ନୂଆ ସ୍ଥଳସେନା ମୁଖ୍ୟ (Chief of the Army Staff) ନିଯୁକ୍ତ କରିବେ ସରକାର । ତେବେ ସେହି କ୍ରମରେ ନୂଆ ସିଡିଏସ ମଧ୍ୟ ଚୟନ କରିପାରନ୍ତି ସରକାର । ଏଥିପାଇଁ କିଛି ବରିଷ୍ଠ ଅଧିକାରୀଙ୍କ ନାମ ମଧ୍ୟ ସଂକ୍ଷିପ୍ତକରଣ କରାଯାଇଛି । ପ୍ରସ୍ତୁତ ତାଲିକାରେ ଉଭୟ କାର୍ଯ୍ୟରତ ଓ ଅବସରପ୍ରାପ୍ତ 3 ତାରକା ଓ 4 ତାରକା ପାହ୍ୟାର ବରିଷ୍ଠ ସେନାଧିକାରୀଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।

2019ରେ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ମାତ୍ର 6 ମାସ ମଧ୍ୟରେ ସିଡିଏସ ନିଯୁକ୍ତି ଦେଇଥିଲେ ମୋଦି ସରକାର । ପୂର୍ବରୁ ସ୍ଥଳସେନା ଅଧ୍ୟକ୍ଷ ଭାବେ ଦାୟିତ୍ବରେ ଥିବା ଜେନେରାଲ ବିପିନ ରାଓ୍ବତ ଦେଶର ପ୍ରଥମ ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (CDS ) ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଭାରତୀୟ ପ୍ରତିରକ୍ଷା ବାହିନୀରେ ଏହା ଏକ ବଡ ସଂସ୍କାର ବୋଲି ଦର୍ଶାଇଥିଲେ ସରକାର । ତିନି ସେନାର ଏକତ୍ରୀକରଣ, ସମନ୍ବୟ ରକ୍ଷା କରିବା ଓ ଏକକ ନେତୃତ୍ବ ପ୍ରଦାନ କରିବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ ପଦବୀ ସୃଷ୍ଟି କରାଯାଇଥିଲା ।

ତେବେ ଡିସେମ୍ବରରେ ଘଟିଥିବା ହେଲିକପ୍ଟର କ୍ରାସରେ ପ୍ରଥମ ସିଡିଏସ ଜନେରାଲ ରାଓ୍ବତ ଦମ୍ପତିଙ୍କ ସମେତ ମୋଟ 14ଜଣ ପ୍ରତିରକ୍ଷା ଅଧିକାରୀଙ୍କୁ ହରାଇଥିଲା ଦେଶ । ସେବେ ଠାରୁ ପରବର୍ତ୍ତୀ ସିଡିଏସ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଆଗାମୀ କିଛି ସପ୍ତାହ ମଧ୍ୟରେ ଏନେଇ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.