ETV Bharat / bharat

ଶିବାଜୀ ପାର୍କରେ ଦଶହରା ସେଲିବ୍ରେସନ କରିବ ଉଦ୍ଧବଙ୍କ ଶିବସେନା

ଶିବାଜୀ ପାର୍କରେ ଜମିବ ଶିବସେନାର ଦଶହରା ସେଲିବ୍ରେସନ । ଉଦ୍ଧବଙ୍କ ଶିବସେନା କରିବ ଏହି ସେଲିବ୍ରେସନ । ଏଥିପାଇଁ ବମ୍ବେ ହାଇକୋର୍ଟ ଉଦ୍ଧବଙ୍କ ଶିବସେନାକୁ ଅନୁମତି ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

Bombay high court Uddhav led Shiv Sena for Dussehra rally at Shivaji park
ଶିବାଜୀ ପାର୍କରେ ସେଲିବ୍ରେସନ କରିବ ଉଦ୍ଧବଙ୍କ ଶିବସେନା
author img

By

Published : Sep 23, 2022, 10:38 PM IST

ମୁମ୍ବାଇ: ଏଥର ବି ଶିବାଜୀ ପାର୍କରେ ଜମିବ ଶିବସେନାର ଦଶହରା ସେଲିବ୍ରେସନ । ତେବେ ବିଦ୍ରୋହୀ ଶିବସେନା ନୁହେଁ ବରଂ ଉଦ୍ଧବଙ୍କ ଶିବସେନା କରିବ ଏହି ସେଲିବ୍ରେସନ । ଏଥିପାଇଁ ବମ୍ବେ ହାଇକୋର୍ଟ ଉଦ୍ଧବଙ୍କ ଶିବସେନାକୁ ଅନୁମତି ପ୍ରଦାନ କରିଛନ୍ତି । ଦଶହରା ସମୟରେ ଶିବାଜୀ ପାର୍କରେ ସେଲିବ୍ରେସନ୍‌ ପାଇଁ ଉଭୟ ସିନ୍ଦେ ଓ ଉଦ୍ଧବ କ୍ୟାମ୍ପ ପକ୍ଷରୁ ଅନୁମତି ମଗା ଯାଇଥିଲା । ଏହାକୁ ନେଇ ଉଭୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ତେବେ ଉଦ୍ଧବ ଠାକ୍‌ରେଙ୍କ ପକ୍ଷରୁ ହୋଇଥିବା ଆବେଦନରେ କିଛିଟା ତ୍ରୁଟି ରହିଥିଲା । ଏହି ତ୍ରୁଟି ସଂଶୋଧନ ପାଇଁ ଅନୁମତି ପ୍ରଦାନ କରିଥିଲେ ହାଇକୋର୍ଟ । ଏହାପରେ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ପକ୍ଷରୁ ପୁନଃ ଆବେଦନ କରାଯାଇଥିଲା । ଦୀର୍ଘ ସପ୍ତାହ ଧରି ଦୁଇ ଶିବସେନା ଦଳର ଶୁଣାଣି ପରେ ଶେଷରେ ଉଦ୍ଧବଙ୍କ ଶିବସେନାକୁ ଶିବାଜୀ ପାର୍କରେ ଦଶହରା ସେଲିବ୍ରେସନ ପାଇଁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ ।

ଏହାକୁ ନେଇ ଶିବସେନା ନେତା ଅନୀଲ ପାରବ କହିଛନ୍ତି, "ହାଇକୋର୍ଟ କେବଳ ୫ ଦିନ ସେଲିବ୍ରେସନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଅକ୍ଟୋବର ୨ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ୧୯୬୬ ମସିହାରେ ଶିବସେନା ପ୍ରତିଷ୍ଠା ହୋଇଥିଲା । ଏହାପରଠୁ ଲଗାତାର ଶିବାଜୀ ପାର୍କରେ ଶିବସେନା ଦଶହରା କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ଆମେ ଏହାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ହାଇକୋର୍ଟଙ୍କ ନିକଟରେ ରଖିଥିଲୁ । ଏହି ସେଲିବ୍ରେସନ ପାଇଁ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଭାବ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ଦାଖଲ ହୋଇଥିବା ପିଟିସନ୍‌କୁ ଖାରଜ କରିଛନ୍ତି କୋର୍ଟ ।"

ଏହି କ୍ରମରେ କୋର୍ଟରେ କିଏ ପ୍ରକୃତ ଶିବସେନା କିଏ ତାହାକୁ ନେଇ ଶୁଣାଣି କରିବାକୁ ନିବେଦନ କରାଯାଇଥିଲା । ତେବେ ଏନେଇ କୌଣସି ଶୁଣାଣି କରି ନାହାନ୍ତି ହାଇକୋର୍ଟ । ଏହି ଶୁଣାଣି କେବଳ ସୁପ୍ରିମକୋର୍ଟ କରିବେ କିମ୍ବା ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ ।

ଶିବାଜୀ ପାର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ପକ୍ଷରୁ ଦଶହରା ସେଲିବ୍ରେସନ ପାଇଁ ଆବେଦନ କରାଯାଇଥିଲା । ତେବେ ଉଭୟ ଗୋଷ୍ଠୀଙ୍କୁ ଏକ ସାଙ୍ଗରେ ଅନୁମତି ପ୍ରଦାନକୁ ନେଇ ବିଏମ୍‌ସି ଦ୍ବନ୍ଦ୍ବରେ ପଡ଼ିଥିଲା । ଏହାପରେ ଉଭୟ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୦ ଓ ୨୦୨୧ରେ କୋଭିଡ ସଂକ୍ରମଣ ଯୋଗୁଁ ଦଶହରା ସେଲିବ୍ରେସନ ହୋଇ ପାରିନି । ତେବେ ସେଲିବ୍ରେସନକୁ ନେଇ ହାଇକୋର୍ଟଙ୍କ ରାୟ ପରେ ଉଦ୍ଧବ ଠାକ୍‌ରେଙ୍କ ଏକ ପ୍ରକାର ବିଜୟ ହୋଇଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.